Advertisment

ଅଫିସ ବ୍ରେକରେ ସେକ୍ସ କରିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ଅଫିସ କାମ ବେଳେ ହେଉଥିବା ଲଞ୍ଚ ଓ କଫି ବ୍ରେକ ବେଳେ କର୍ମଚାରୀମାନେ ସେକ୍ସ କରିବା ଦରକାର ବୋଲି ସେ କହିଛନ୍ତି।

author-image
Hemant Lenka
Office

Office

କାମ ବେଳେ ସେକ୍ସ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜ ଦେଶର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଅଫିସ କାମ ବେଳେ ହେଉଥିବା ଲଞ୍ଚ ଓ କଫି ବ୍ରେକ ବେଳେ କର୍ମଚାରୀମାନେ ସେକ୍ସ କରିବା ଦରକାର ବୋଲି ସେ କହିଛନ୍ତି। ରୁଷରେ ଜନ୍ମ ହାର କମିବାକୁ ଲାଗିଥିବାରୁ ପୁଟିନ ଏଭଳି ପରାମର୍ଶ ଦେଇଛନ୍ତି।

Advertisment

ମେଟ୍ରୋରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୁଷରେ ବର୍ତ୍ତମାନ ଜନ୍ମ ହାର ପ୍ରତି ମହିଳା ପିଛା ୧.୫ ରହିଛି। ଜନସଂଖ୍ୟାରେ ସ୍ଥିରତା ପାଇଁ ପିଲା ଜନ୍ମ ହାର ୨.୧ ରହିବା କଥା। କିନ୍ତୁ ରୁଷ ପଛରେ ପଡ଼ିଥିବାରୁ ପୁଟିନ ଅଫିସ ବ୍ରେକ ସମୟରେ କର୍ମଚାରୀମାନଙ୍କୁ ସେକ୍ସ କରିବାକୁ କହିଛନ୍ତି।

ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନ ଠାରୁ ରୁଷର ଜନସଂଖ୍ୟା କମିବାରେ ଲାଗିଛି। ଲକ୍ଷାଧିକ ଯୁବଗୋଷ୍ଠୀ ଦେଶ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ଏହାର ପ୍ରଭାବ ଜଦସଂଖ୍ୟା ଉପରେ ପଡ଼ିଛି।

Advertisment

ରୁଷର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ୟେଭଗେନୀ ଶେଷ୍ଟପାଲୋଭ କହିଛନ୍ତି ଯେ ପ୍ରସବ କରିବା ପାଇଁ କାମ କେବେ ହେଲେ ବାଧକ ସାଜିବା କଥା ନୁହେଁ। ରୁଷର ଲୋକମାନେ ପରିବାର ବୃଦ୍ଧି ପାଇଁ ଲଞ୍ଚ ଓ କଫି ବ୍ରେକର ଫାଇଦା ଉଠାବା ଉଚିତ। କାମରେ ବ୍ୟସ୍ତ ରହିବାର ଆଳ ଦେଖାଇବା ବୈଧ କାରଣ ନୁହେଁ। ଏହା କେବଳ ତୁଚ୍ଛା ବାହାନା। ଆପଣମାନେ ବ୍ରେକ ବେଳେ ପରିବାର ବୃଦ୍ଧି କରିବା ପାଇଁ ଚେଷ୍ଟା କରିପାରିବେ। କାରଣ ଜୀବନ ଖୁବଶୀଘ୍ର ବଦଳି ଯାଏ। ବ୍ରେକ ସମୟରେ ଜଣେ ଚାହିଁଲେ ପିଲା କରିପାରିବେ ବୋଲି ସେ କହିଛନ୍ତି।

ରୁଷର ଜନ୍ମ ହାର ହ୍ରାସକୁ ରୋକିବା ପାଇଁ କ୍ରେମଲିନ୍ ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ନେଇଛି। ମସ୍କୋରେ ୧୮ରୁ ୪୦ ବର୍ଷ ବୟସର ମହିଳାମାନଙ୍କୁ ସେମାନଙ୍କର ପ୍ରଜନନ ସ୍ୱାସ୍ଥ୍ୟ ଓ ସାମର୍ଥ୍ୟର ମୂଲ୍ୟାଙ୍କନ ପାଇଁ ପରିକଳ୍ପିତ ମାଗଣା ପ୍ରଜନନ ସ୍କ୍ରିନିଂରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି। ରୁଷର ଚେଲାବିନସ୍କ୍ ଅଞ୍ଚଳରେ ଜନ୍ମ ହାର ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି।

ଏଠାରେ ୨୪ ବର୍ଷରୁ କମ୍ ମହିଳାମାନଙ୍କୁ ସେମାନଙ୍କର ପ୍ରଥମ ସନ୍ତାନର ଜନ୍ମ ପରେ ୧.୦୨ ଲକ୍ଷ ରୁବଲ୍ ବା ୯.୪୦ ଲକ୍ଷ ଟଙ୍କା ପ୍ରଦାନ କରିବାର ଯିବାର ବ୍ୟବସ୍ଥା ରହିଛି। ଦେଶରେ ଗର୍ଭପାତକୁ ଏକ ପ୍ରକାରର ବନ୍ଦ କରିଦିଆଯାଇଛି।

ଜଣେ ମହିଳାଙ୍କର ପ୍ରାଥମିକ ଦାୟତ୍ୱ ହେଲା ସନ୍ତାନ ପ୍ରସବ କରିବା ଓ ସେମାନଙ୍କୁ ବଡ଼ କରିବା। ଏହି ବାର୍ତ୍ତା ଜନପ୍ରତିନିଧି ଓ ଧାର୍ମିକ ନେତାମାନଙ୍କ ଦ୍ୱାରା ପ୍ରଚାର କରାଯାଉଛି। ସେହିପରି ଛାଡ଼ପତ୍ର ପାଇଁ ଦେୟ ମଧ୍ୟ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ଏକାଠି ରହିବାକୁ ବାଧ୍ୟ ହେବେ ବୋଲି ସରକାର ଆଶା ରଖିଛନ୍ତି।

ଚଳିତ ମାସ ଆରମ୍ଭରେ ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ର ପ୍ରଥମାର୍ଦ୍ଧରେ ରୁଷରେ ଜନ୍ମ ହାର ହ୍ରାସ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ଏପିରି କି ଜୁନ୍ ମାସରେ ଜନ୍ମ ହାର ପ୍ରଥମ ଥର ପାଇଁ ଏକ ଲକ୍ଷରୁ କମ୍ ରହିଛି।

ଜାନୁଆରୀରୁ ଜୁନ୍ ମଧ୍ୟରେ ରୁଷରେ ମୋଟ ୫,୯୯,୬୦୦ ଜଣ ପିଲା ଜନ୍ମ ହୋଇଥିଲେ, ଯାହାକି ୨୦୨୩ ମସିହାରେ ତୁଳନାରେ ୧୬ ହଜାର କମ।

Russia-Ukraine War Russia Vladimir Putin