Advertisment

ଖୁବଶୀଘ୍ର ମରିଯିବେ ପୁଟିନ! କାହିଁକି ଏମିତି କହିଲେ ଜେଲେନସ୍କି?

ଷ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ହେଁ ଅପେକ୍ଷାକୃତ ୟୁକ୍ରେନକୁ ପରାସ୍ତ କରି ପାରି ନାହିଁ। ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ଭୟଙ୍କର ଢଙ୍ଗରେ କ୍ଷତିଗ୍ରସ୍ତ ହୋଇଛି।

Putin

Putin

Advertisment

ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୩ ବର୍ଷରୁ ଅଧିକ ଦିନ ହେଲା ଯୁଦ୍ଧ ଲାଗି ରହିଛି। ରୁଷ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ହେଁ ଅପେକ୍ଷାକୃତ ୟୁକ୍ରେନକୁ ପରାସ୍ତ କରି ପାରି ନାହିଁ। ରୁଷର ଘନଘନ ଆକ୍ରମଣ ଯୋଗୁ ୟୁକ୍ରେନ ଭୟଙ୍କର ଢଙ୍ଗରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ୟୁକ୍ରେନ କିମ୍ବା ଏହାର ରାଷ୍ଟ୍ରପତି ଭ୍ଲୋଡମିରି ଜେଲେନସ୍କି ହାର ମାନି ନାହାନ୍ତି। ଗୋଟିଏ ପଟେ ରୁଷ ଓ ୟୁକ୍ରେନ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ ବିରାମ ଲଗାଇବାକୁ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ କରୁଛନ୍ତି।

Advertisment

ସେ ଦୁଇ ଦେଶକୁ ଆପୋଷ ସମାଧାନ ପାଇଁ ଗୋଟିଏ ଟେବୁଲରେ ଏକାଠି ହେବାକୁ ପରାମର୍ଶ ଦେଉଛନ୍ତି। ହେଲେ ଏଯାଏ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ କୌଣସି ସନ୍ତୋଷ ଜନକ ଖବର ସାମ୍ନାକୁ ଆସି ପାରୁନାହିଁ। ଏସବୁ ଭିତରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବାରମ୍ବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ରୁଷ ସବୁବେଳେ ଅବଶ୍ୟ ଏହାକୁ ଖଣ୍ଡନ କରି ଆସିଛି। ଏବେ ପୁଣିଥରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହାର କାରଣ ହେଲା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଗୋଟିଏ ବୟାନ। ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିବା ଚର୍ଚ୍ଚା ମଧ୍ୟରେ ଜେଲେନସ୍କି କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଖୁବଶୀଘ୍ର ପ୍ରାଣ ହରାଇବାକୁ ଯାଉଛନ୍ତି। ଜେଲେନସ୍କି କହିଛନ୍ତି ଯେ “ସେ(ପୁଟିନ) ଖୁବଶୀଘ୍ର ପ୍ରାଣ ହରାଇବେ ଓ ଏହା ଗୋଟିଏ ତଥ୍ୟ। ସେ ପ୍ରାଣ ହରାଇବା ପରେ ସବୁ କିଛି ଶେଷ ହେବ।”

Advertisment

କୃଷ୍ଣ ସାଗରରେ ଅସ୍ତ୍ରବିରତି ଆମେରିକା ପ୍ରୟାସରେ ଲାଗୁ ହୋଇଥିଲେ ହେଁ ଏହାକୁ ମଙ୍ଗଳବାର ରୁଷ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜେଲେନସ୍କି ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନଙ୍କ ସହ କଥା ହୋଇଛନ୍ତି। ମାକରନଙ୍କ ସହ ଆଲୋଚନା କରିବା ପରେ ଜେଲେନସ୍କି ପ୍ୟାରିସରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ପୁଟିନ ଖୁବଶୀଘ୍ର ମରିଯିବେ ବୋଲି ମତ ରଖିଛନ୍ତି।

ପୁଟିନ କେମିତି ପରଦା ଆଢ଼ୁଆଳରେ ୟୁରୋପୀୟ ୟୁନିୟନରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେକଥା ଜେଲେନସ୍କି କହିଛନ୍ତି। ବିଶେଷ କରି ରୁଷର ହଙ୍ଗେରୀ ସପକ୍ଷବାଦୀ ଆଭିମୁଖ୍ୟ କଥା ସେ ଉଠାଇଛନ୍ତି। ଏଥିସହ ଆମେରିକା ସମେତ ସବୁ ରାଷ୍ଟ୍ରଗୁଡ଼ିକୁ ରୁଷର ଦୋମୁହାଁ ନୀତିର ଖୁଲାସା କରିବାକୁ ଆହ୍ୱାନ ଦେଇଛନ୍ତି। ପୁଟିନ କ୍ଷମତାରେ ଥିବା ଯାଏ ଶାନ୍ତି ସ୍ଥାପନ ହୋଇପାରିବ ନାହିଁ ବୋଲି ସେ ମତ ରଖିଛନ୍ତି। ଏହି ସମୟରେ ଖୁବଶୀଘ୍ର ପୁଟିନ ପ୍ରାଣ ହରାଇବେ ବୋଲି କହିଛନ୍ତି।

ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କ ମୁହଁ ଫୁଲିବା ଭଳି ଦେଖାଯାଇଥିଲା। ଏହା ସହ ସେ ଥରିବା ସହ ଗୋଡ଼ ଠିକ ଭାବେ ପକାଇ ନ ପାରିବାର ଭିଡିଓ ଆସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି।

ମଙ୍ଗଳବାର ରାତିରେ ୟୁକ୍ରେନ ଉପରେ ରୁଷ ୧୧୭ଟି ରକେଟ ମାଡ଼ କରିଥିଲେ ହେଁ ଜେଲେନସ୍କି ବିଶ୍ୱାସ ରଖିଛନ୍ତି ଯେ ଆମେରିକା ନିଶ୍ଚିତ ଭାବେ ପୁଟିନଙ୍କୁ ନିଃସର୍ତ୍ତ ଅସ୍ତ୍ରବିରତି ପାଇଁ ରାଜି କରାଇପାରିବ। ରୁଷ ବାରମ୍ବାର ଶାନ୍ତି ଆଲୋଚନାର ସର୍ତ୍ତ ଉଲ୍ଲଙ୍ଘନ କରୁଥିବା ଫ୍ରାନ୍ସ ରାଷ୍ଟ୍ରପତି ମାକରନ ଅସନ୍ତୋଷ ପ୍ରକାଶ କରିଛନ୍ତି।

Russia-Ukraine War Vladimir Putin Volodymyr Zelenskyy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe