Advertisment

ହେଜବୁଲ୍ଲା ମୁଖ୍ୟ ହେବା ପରେ କ୍ୱାସୀମଙ୍କ ପ୍ରଥମ ଭାଷଣ: ଇସ୍ରାଏଲ ବିରୋଧୀ ଯୁଦ୍ଧ ପ୍ଲାନ ଜାରି ରହିବ

ଇରାନ ସମର୍ଥିତ ଏହି ସଂଗଠନ ପୂର୍ବ ଭଳି ଇସ୍ରାଏଲ ବିରୋଧୀରେ ପ୍ରସ୍ତୁତ କରିଥିବା ନିଜର ଯୁଦ୍ଧ ଯୋଜନା ବା ପ୍ଲାନ ଜାରି ରଖିବ। ଏଥିରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି କ୍ୱାସୀମ କହିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ କ୍ୱାସୀମ ଏପରି କଥା କହିଛନ୍ତି।

author-image
Hemant Lenka
Hezbollah chief

Hezbollah chief

ହେଜବୁଲ୍ଲା ମୁଖ୍ୟ ହେବା ପରେ ନୈମ କ୍ୱାସୀମ ପ୍ରଥମଥର ପାଇଁ ନିଜ ସମର୍ଥକଙ୍କୁ ସମ୍ବୋଧନ କରିଛନ୍ତି। ଇରାନ ସମର୍ଥିତ ଏହି ସଂଗଠନ ପୂର୍ବ ଭଳି ଇସ୍ରାଏଲ ବିରୋଧୀରେ ପ୍ରସ୍ତୁତ କରିଥିବା ନିଜର ଯୁଦ୍ଧ ଯୋଜନା ବା ପ୍ଲାନ ଜାରି ରଖିବ। ଏଥିରେ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି କ୍ୱାସୀମ କହିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ କ୍ୱାସୀମ ଏପରି କଥା କହିଛନ୍ତି।

Advertisment

ଉଭୟ ଇସ୍ରାଏଲ ଓ ହେଜବୁଲ୍ଲା ପରସ୍ପର ଉପରେ ବୋମା ମାଡ଼ କରିବା ସହ ଏୟାର ଷ୍ଟ୍ରାଇକ କରୁଛନ୍ତି। ହେଲେ ଇସ୍ରାଏଲ ଅପେକ୍ଷା ହେଜବୁଲ୍ଲାକୁ ଏହି ଆକ୍ରମଣରେ ବଡ଼ କ୍ଷତି ସହିବାକୁ ପଡ଼ିଛି। ସେପ୍ଟେମ୍ବର ମାସରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକର ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିଲେ।

ଏଥିସହ ହେଜବୁଲ୍ଲାର ଅନେକ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଜଣଙ୍କ ପରେ ଜଣେ ଟପ୍‌ କମାଣ୍ଡର ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଥିବାରୁ ହେଜବୁଲ୍ଲାର ଚିନ୍ତା ବଢ଼ିଥିଲା।

Advertisment

ଶେଷରେ ସଂଗଠନ ପକ୍ଷରୁ କ୍ୱାସୀମଙ୍କୁ ମୁଖିଆ ଭାବେ ଚୟନ କରାଯାଇଛି। ଏବେ ସେ ଇସ୍ରାଏଲ ବିରୋଧରେ ଚାଲିଥିବା ଅଭିଯାନକୁ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, “ରାଜନୀତିକ ପ୍ରେମୱାର୍କ ମଧ୍ୟରେ ଆମେ ଆମର ଯୁଦ୍ଧ ପ୍ଲାନ ଜାରି ରଖିବୁ। ଆମେ ଯୁଦ୍ଧର ରାସ୍ତାରେ ଥିଲୁ ଓ ଆଗକୁ ମଧ୍ୟ ରହିବୁ। ହାସନ ନସ୍ରଲ୍ଲା ଧାର୍ଯ୍ୟ କରିଥିବା ଲକ୍ଷ୍ୟକୁ ହାସଲ ପାଇଁ ଆମେ ସବୁ ପ୍ରକାରର ଉଦ୍ୟମ କରିବୁ। ସେହି ରାସ୍ତାରେ ହେଜବୁଲ୍ଲା କାମ କରିବ। ୨୦୨୩ ଅକ୍ଟୋବର ୭ରେ ହମାସ କରିଥିବା ଆକ୍ରମଣ ଯୋଗୁ ଇସ୍ରାଏଲ ଯୁଦ୍ଧ ଆସିଥିବା ନେଇ ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ସମ୍ଭବତଃ ୭୫ ବର୍ଷ ହେଲା ଜାରି ରହିଥିବା ପାଲେଷ୍ଟାନବାସୀଙ୍କ ହତ୍ୟାକୁ ଭୁଲି ଯାଇଛନ୍ତି।

ସେମାନଙ୍କ ଜମି, ପବିତ୍ର ସ୍ଥାନ ଓ ଅନ୍ୟ ଜମି ଗୁଡ଼ିକୁ ଇସ୍ରାଏଲ ଦଖଲ କରି ନେଇଥିବା କଥା ବୋଧେ କାହାର ମନେ ନାହିଁ। ଯଦି ଇସ୍ରାଏଲ ଆମ ବିରୋଧରେ ପଦକ୍ଷେପ ନେଉଛି, ତା’ହେଲେ ଆମେ ପୂରା କ୍ଷମତାର ସହ ଏହାର ଜବା ଦେବୁ। ଆମେ ସବୁ କିଛିକୁ ପ୍ରତିହିତ କରି ରକ୍ଷାଣାମତ୍କ ଶୈଳୀରେ ଆଟାକ କରିବୁ।

ଆମ ପକ୍ଷରୁ କେହି ବି ଲଢ଼େଇ କରୁନାହାନ୍ତି। ଆମେ ମଧ୍ୟ ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ଆମେ ମଧ୍ୟ କାହା ପକ୍ଷରୁ ଲଢ଼ୁ ନାହୁଁ। ଆମେ କାହାର ଯୋଜନା ପାଇଁ ଲଢ଼େଇ କରୁନୁ। ଆମେ ଆମ ପ୍ରୋଜେକ୍ଟ ପାଇଁ ଲଢ଼େଇ କରୁଛୁ।”

କ୍ୱାସୀମ ହେଜବୁଲ୍ଲାର ମୁଖ୍ୟ ଭାବେ ନିଯୁକ୍ତ ହେବା ପରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ ଏକ୍ସରେ ଗୋଟିଏ ପୋଷ୍ଟ କରିଥିଲେ। ଏଥିରେ ସେ କ୍ୱାସୀମଙ୍କ ଫଟୋ ଦେବା ସହ କହିଥିଲେ ଯେ “ଅସ୍ଥାୟୀ ନିଯୁକ୍ତି। ଦୀର୍ଘ ମିଆଦି ପାଇଁ ନୁହେଁ। ଯଦି ସେ ନିଜ ପୂର୍ବ ମୁଖିଆଙ୍କ ପନ୍ଥାକୁ ଅନୁସରଣ କରିବେ, ତା’ହେଲେ ଆତଙ୍କବାଦୀ ସଂଗଠନର ଇତିହାସରେ ତାଙ୍କ କାର୍ଯ୍ୟକାଳ ସବୁଠାରୁ କମ ହେବ।”

Israel Hezbollah Chief Naim Qassem