Advertisment

'ନର୍କ ହୋଇଗଲାଣି ଜୀବନ', ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ହମାସ ଦ୍ୱାରା ପଣବନ୍ଦୀ କରାଯାଇଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ଇସ୍ରାଏଲ ସରକାରଙ୍କୁ ସେମାନେ ଦାବି କରିଛନ୍ତି।

author-image
Madhupriya Mistry
Israel War

Israel War

ଜୀବନ ନର୍କ ହୋଇଗଲାଣି।। ଯୋଗଯୋଗ ପୂରା ବିଚ୍ଛିନ୍ନ ହୋଇସାରିଛି। ସେମାନେ ଜୀବିତ ଅଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳୁନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଆମେ ଏଠି ପଡି ରହିଛୁ। ଆମର ୨୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି। ତେଣୁ ତାଙ୍କ ତୁରନ୍ତ ହମାସ କବଳରୁ ମୁକ୍ତ କରାଯାଉ ବୋଲି ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଇସ୍ରାଏଲବାସୀ।

Advertisment

ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଜାରି ରହିଛି। ସେପଟେ ହମାସ ମଧ୍ୟ ଇସ୍ରାଏଲ ଉପରେ ତୁହା କୁ ତୁହା ଆକ୍ରମଣ କରୁଛି। ଏହାରି ଭିତରେ ଇସ୍ରାଏଲର ନାଗରିକମାନେ ନିଜ ସରକାରଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ହମାସ ଦ୍ୱାରା ପଣବନ୍ଦୀ କରାଯାଇଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାକୁ ଇସ୍ରାଏଲ ସରକାରଙ୍କୁ ସେମାନେ ଦାବି କରିଛନ୍ତି। ସାରା ବିଶ୍ୱ ଓ ଅନ୍ତରାଷ୍ଟ୍ରୀୟ ସମୁଦାୟ ତାଙ୍କୁ ଏଥିପାଇଁ ସହାୟତା କରିବା ଉଚିତ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

ଅକ୍ଟୋବର ୭ ତାରିଖରେ ହମାସ ଅତି ଆତର୍କିତ ଭାବେ ଦକ୍ଷିଣ ଇସ୍ରାଏ ଉରେ ଆକ୍ରମଣ କରିଥିଲା। ଏହି ସମୟରେ ୨୦୦ ଲୋକଙ୍କୁ ପଣବନ୍ଦୀ କରିଥିବା ହମାସ କହିଛି।୧୯୭୩ ଆରବ-ଇସ୍ରାଏଲ୍ ଯୁଦ୍ଧ ପରଠାରୁ ଏହା ହାମାସର ସବୁଠାରୁ ବଡ ଆକ୍ରମଣ ଥିଲା ଯେଉଁଥିରେ ଇସ୍ରାଏଲର ଶହ ଶହ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।

Advertisment

ସେହିପରି ହମାସ ଆକ୍ରମଣର ଜବାବ ଦେବାକୁ ଯାଇ ଇସ୍ରାଏଲ ମଧ୍ୟ ପାଲେଷ୍ଟାଇନ୍‌ ଉପରେ ଆକ୍ରମଣ କରିଛି। ଏଥିରେ ୨୩ ଲକ୍ଷ ପାଲେଷ୍ଟାଇନୀୟଙ୍କ ଘର ନଷ୍ଟ ହୋଇଥିବା ଦାବି କରାଯାଉଛି। ପାଲେଷ୍ଟାଇନରେ ବଢ଼ୁଥିବା ମାନବିକ ସଙ୍କଟ ମଧ୍ୟରେ ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୪୧୦୦ ରୁ ଅଧିକ ପାଲେଷ୍ଟାଇନୀୟ ପ୍ରାଣ ହରାଇ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆକଳନ କରିଛି । ଇସ୍ରାଏଲ ଉପରେ ହାମାସର ଆକ୍ରମଣରେ ମଧ୍ୟ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି।

Israel Israel-Palestine Conflict