Advertisment

ଚାଇନା ପାଖରେ ଭାରତ ଓ ରୁଷକୁ ହରାଇଦେଲୁ ବୋଲି କହିଲେ ଟ୍ରମ୍ପ

ପୂର୍ବରୁ ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିବା ଟ୍ରମ୍ପ ଏବେ ଚାଇନା ପାଖରେ ନୂଆଦିଲ୍ଲୀକୁ ଆମେରିକା ହରାଇ ଦେଇଥିବା ସେ କହିଛନ୍ତି। ଏଥିସହ ସେ ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଗୋଟିଏ ଫଟୋକୁ ମଧ୍ୟ ଶେୟାର କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Trump

Trump

ଭାରତ ଓ ଆମେରିକା ସମ୍ପର୍କ ବିଗିଡ଼ି ଯାଇଥିବାର ବଡ଼ ସଙ୍କେତ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶେଷ କରି ନିକଟରେ ଚାଇନାରେ ଆୟୋଜିତ ଏସ୍‌ସିଓ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ପରେ ଆମେରିକା ବିଚଳିତ ହୋଇ ପଡ଼ିଛି। ଏସ୍‌ସିଓ ସମ୍ମିଳନୀ ବେଳେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଥିଲେ।

Advertisment

ଜିନପିଙ୍ଗ, ମୋଦି ଓ ପୁଟିନ ହସଖୁସିରେ କଥା ହେଉଥିବା ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା। ଏହାକୁ ଦେଖି ଟ୍ରମ୍ପ ନିରାଶ ଓ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ଭାରତକୁ ବନ୍ଧୁ ରାଷ୍ଟ୍ର କହୁଥିବା ଟ୍ରମ୍ପ ଏବେ ଚାଇନା ପାଖରେ ନୂଆଦିଲ୍ଲୀକୁ ଆମେରିକା ହରାଇ ଦେଇଥିବା ସେ କହିଛନ୍ତି। ଏଥିସହ ସେ ମୋଦି, ପୁଟିନ ଓ ଜିନପିଙ୍ଗଙ୍କ ଗୋଟିଏ ଫଟୋକୁ ମଧ୍ୟ ଶେୟାର କରିଛନ୍ତି।

ସେ ଏହି ଫଟୋକୁ ଶେୟାର କରି ସୋଶାଲ ମିଡିଆରେ ଲେଖିଛନ୍ତି ଯେ “ଯାହା ଜଣାପଡ଼ୁଛି ଆମେ ଭାରତ ଓ ରୁଷକୁ ସବୁଠାରୁ ଗଭୀର, ସବୁଠାରୁ ଅନ୍ଧକାରମୟ ଚାଇନା ପାଖରେ ହରାଇ ଦେଇଛୁ। ସମ୍ଭବତଃ ଏକାଠି ସେମାନଙ୍କୁ ଗୋଟିଏ ଲମ୍ବା ଓ ସମୃଦ୍ଧ ଭବିଷ୍ୟତ ମିଳୁ!”

Advertisment

ଭାରତୀୟ ଦ୍ରବ୍ୟ ଉପରେ ଟ୍ରମ୍ପ ୫୦% ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି। ଟ୍ରମ୍ପଙ୍କ ଟାରିଫ ନୀତି ଯୋଗୁ ଚାଇନାରେ ମୋଦି-ପୁଟିନ ଓ ଜିନପିଙ୍ଗ ଏକାଠି ହୋଇଥିଲେ। ପୂର୍ବରୁ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟକ ଯୁଦ୍ଧ ଜାରି ରହିଥିଲା।

ଏପରି ସ୍ଥିତିରେ ଚାଇନା ସହ ଭାରତ ଓ ରୁଷ ମିଶିବାରୁ ଏହାକୁ ଟ୍ରମ୍ପଙ୍କୁ ବେଶ ବାଧିଛି। ଚାଇନାକୁ ଚେକ ଦେବାକୁ ଚେଷ୍ଟା କରୁଥିବା ଟ୍ରମ୍ପ ଏବେ ଭାରତ ଓ ରୁଷକୁ ବେଜିଂ ପାଖରେ ହରାଇ ଦେଇଥିବା କହିଛନ୍ତି। ଅର୍ଥାତ ଚାଇନା ଏବେ ଆମେରିକାର ସହଯୋଗୀ ଭାରତ ଓ ରୁଷକୁ ନେଇ ଯାଇଥିବା ଟ୍ରମ୍ପ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ସାମ୍ବାଦିକ ସମ୍ମିଳନୀ ବେଳେ ପ୍ରଶ୍ନ କରାଯାଇଥିଲା। ହେଲେ ମୁଖପାତ୍ର ରଣନ୍ଧୀର ଜୈସୱାଲ ଏସମ୍ପର୍କରେ କିଛି ବି କହି ନାହାନ୍ତି। ସେ କହିଛନ୍ତି, “ଟ୍ରମ୍ପଙ୍କ ପୋଷ୍ଟ ଉପରେ କିଛି କିହିବାକୁ ଏବେ ଆମ ପାଖରେ କିଛି ନାହିଁ।” ତେବେ ଭାରତ-ଆମେରିକା ସମ୍ପର୍କ ବେଶ ଗୁରୁତ୍ୱପୂର୍ଣ୍ଣ ଓ ଦୁଇ ଦେଶ ମଧ୍ୟରେ ଏବେ ବି ଡିଲ ପାଇଁ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି। 

China Donald Trump Russia