Advertisment

'ଆମେ ତୁମକୁ ହତ୍ୟା କରିବୁ…' କହି ବନ୍ଧା ହେଲେ ଭାରତୀୟ ମହିଳା

ଆମେରିକାର ସିଟି କାଉନ୍‌ସିଲ୍ ବୈଠକରେ ଖୋଲାଖୋଲି ଭାବେ ହତ୍ୟା ଧମକ ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଭାରତୀୟ ମହିଳା ରିଦ୍ଧି ପଟେଲ। ଏହାପରେ ପୁଲିସ ତାଙ୍କୁ ଆତଙ୍କୀ ଧମକ ଚାର୍ଜରେ ଗିରଫ କରିଛି।

Ridhi Patel

Ridhi Patel

Advertisment

ଆମେରିକାରେ ଖୋଲା ଖୋଲି ଭାବେ ଦେଲେ ହତ୍ୟା ଧମକ। ମେୟର କାଉନ୍‌ସିଲ୍‌ ମିଟିଂରେ କହିଲେ 'ଆମେ ତମକୁ ହତ୍ୟା କରିଦେବୁ।' କେବଳ ସେତିକି ନୁହେଁ ଅସଭ୍ୟ ଭାଷାରେ ଗାଳି ମଧ୍ୟ କଲେ। ଏଭଳି କିଛି କହିବା ପରେ ବନ୍ଧା ହେଲେ ଭାରତୀୟ ମହିଳା ରିଦ୍ଧି ପଟେଲ।

Advertisment

ରିପୋର୍ଟ ମୁତାବକ, ଆମେରିକାରେ ସିଟି କାଉନ୍‌ସିଲ୍ ବୈଠକ ଚାଲିଥିଲା। ଏଥିରେ ରିଦ୍ଧି ପଟେଲ ନିଜ ଅଭିଭାଷଣରେ ଗାଳି ଗୁଲଜ କରିବା ସହ କାଲିଫର୍ଣ୍ଣିଆ ସ୍ଥିତ ଓ୍ୱେକର୍ସଫିଲ୍ଡର ମେୟରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସଂଖ୍ୟାଲଘୁଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ଆଣି ବଡ ବଡ ଅଧିକାରୀଙ୍କୁ ସେ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ। ଇସ୍ରାଏଲ-ହମାସ ଯୁଦ୍ଧ ରୋକିବା ପ୍ରସ୍ତାବକୁ ସମର୍ଥନ ନ କରିବାକୁ ନେଇ ସେ ସମାଲୋଚନା କରିଥିଲେ। ଏହାପରେ ଆତଙ୍କୀ ଧମକ ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ, ବୁଧବାର ବସିଥିବା ସିଟି କାଉନ୍‌ସିଲ ମିଟିଂରେ ରିଦ୍ଧି ପଟେଲ ଦୁଇଟି ଭିନ୍ନ ଭିନ୍ନ ଭାଷଣ ଦେଇଥିଲେ। ପ୍ରଥମେ ସେ ଯୁଦ୍ଧ ବିରାମ ପ୍ରସ୍ତାବ ସମର୍ଥନରେ ସ୍ୱର ଉଠାଇଥିଲେ। ଏହାପରେ କାଉନ୍‌ସିଲ୍‌ର ସଦସ୍ୟଙ୍କ ଉପରେ ବର୍ଷିଥିଲେ। ସେମାନଙ୍କୁ ସେ 'ଭୟଙ୍କର ମଣିଷ' ବୋଲି କହି ଟାର୍ଗେଟ କରିଥିଲେ।

Advertisment

ଏହାପରେ ସରକାରୀ ଅଫିସରେ ମେଟାଲ ଡିଟେକ୍ଟର ଭଳି ଅତିରକ୍ତ ସୁରକ୍ଷା ଉପାୟର ବ୍ୟବହାରକୁ ନେଇ ସେ ସମାଲୋଚନା କରିଥିଲେ। କେବଳ ସେତିକି ନୁହେଁ ଏଠି ବିକ୍ଷୋଭକାରୀଙ୍କୁ ଅପରାଧୀ ଦର୍ଶାଇବାକୁ ଚେଷ୍ଟ କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ। ନିଜ ଭାଷଣ ଶେଷରେ ସେ 'ଆମେ ତୁମକୁ ତମ ଘରେ ପଶି ହତ୍ୟା କରିବୁ। ଦିନ ଆସିବ କେହି ଜଣେ ଆସି ତୁମ ସମସ୍ତଙ୍କୁ ହତ୍ୟା କରିବ' ବୋଲି ଧମକ ଦେଇଥିଲେ।

ରିଦ୍ଧି ପଟେଲଙ୍କ ଧମକ ପରେ ତୁରନ୍ତ ମେୟର କରେନ୍ ଗୋହ ଏହାର ଜବାବ ଦେଇଥିଲେ। ସେଠାରେ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହାପରେ ରିଦ୍ଧି ପଟେଲଙ୍କୁ କାଉନ୍‌ସିଲ ମିଟିଂର ଚାମ୍ବାର ବାହାରକୁ ବାହାର କରି ପୁଲିସ ତାଙ୍କୁ ଗିରଫ କରିଥିଲା।

ଓ୍ୱେକର୍ସଫିଲ୍ଡ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ରିଦ୍ଧିଙ୍କ ବିରୋଧରେ ୧୬ଟି ସଙ୍ଗୀନ ମାମଲା ରୁଜୁ ହୋଇଛି। ଏଥିରେ ଆତଙ୍କିତ କରିବା ଉଦ୍ଧେଶ୍ୟରେ ଧମକ ଦେବା ଓ ସହରର ବଡ ବଡ ଅଧିକାରୀଙ୍କୁ ଟାର୍ଗେଟ୍‌ କରି ହତ୍ୟା ଧମକ ଦେବା ମାମଲା ସାମିଲ ଅଛି।

USA Indian-Origin Woman Terror Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe