Advertisment

Denmark warns US: ଆଗ ମାରିବୁ, ପରେ କଥା ହେବୁ: ଆମେରିକାକୁ ଡେନମାର୍କର ଖୋଲା ଧମକ

ନିଜ କମାଣ୍ଡରମାନଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ସେମାନେ ଗୁଳିମାଡ଼ କରିବେ। ଆଗ ଗୁଳି କରିବୁ, ତା’ହେଲେ କଥାବାର୍ତ୍ତା ହେବ। ଆମେରିକାକୁ ଏପରି ଢଙ୍ଗରେ ଧମକ ଦେଇଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ।

Denmark

ଟ୍ରମ୍ପ ଓ ଡେନମାର୍କ ପ୍ରଧାନମନ୍ତ୍ରୀ

Advertisment

ଯଦି କେହି ଡେନମାର୍କ ଉପରେ ଆକ୍ରମଣ କରିବ କିମ୍ବା ଡେନମାର୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଅନୁପ୍ରବେଶ କରିବ, ତା’ହେଲେ ଦେଶର ସୈନିକମାନେ ତୁରନ୍ତ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବେ। ନିଜ କମାଣ୍ଡରମାନଙ୍କ ନିର୍ଦ୍ଦେଶକୁ ଅପେକ୍ଷା ନ କରି ସେମାନେ ଗୁଳିମାଡ଼ କରିବେ। ଆଗ ଗୁଳି କରିବୁ, ତା’ହେଲେ କଥାବାର୍ତ୍ତା ହେବ। ଆମେରିକା(USA)କୁ ଏପରି ଢଙ୍ଗରେ ଧମକ ଦେଇଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ।

Advertisment

ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନର ଚିନ୍ତା କରୁଥିବା ବେଳେ ଡେନମାର୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏପରି କୁହାଯାଇଛି। କୋଲ୍ଡ ୱାର ଯୁଗର ୧୯୫୨ ନିର୍ଦ୍ଦେଶରେ ସ୍ପଷ୍ଟ ରୂପରେ କୁହାଯାଇଛି ଯେ ଯଦି କୌଣସି ବିଦେଶୀ ସେନା ଡାନିଶ(ଡେନମାର୍କ) ଅଞ୍ଚଳକୁ ଧମକ ଦେବ, ତା’ହେଲେ ସୈନିକମାନେ ନିର୍ଦ୍ଦେଶକୁ ଅପେକ୍ଷା କରିବା ବଦଳରେ ପ୍ରଥମେ ଗୁଳି ମାଡ଼ କରିବେ। ଏହାକୁ ଡେନମାର୍କ କାର୍ଯ୍ୟକାରୀ କରିବାକୁ ଆଦୌ ପଛ ଘୁଞ୍ଚା ଦେବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଗୋଟିଏ ସ୍ଥାନୀୟ ଗଣମାଧ୍ୟମକୁ ସୂଚନା ଦେଇଛି। 

୧୯୪୦ରେ ଏପ୍ରିଲରେ ଜର୍ମାନୀର ନାଜିମାନେ ଡେନମାର୍କ ଉପରେ ଆକ୍ରମଣ କରିଥିଲେ। ଏଥିଯୋଗୁ ଦେଶରେ ଆଂଶିକ ଭାବେ ଯୋଗାଯୋଗ ସେବା ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଆଗ ଗୁଳି ମାଡ଼ର ନିର୍ଦ୍ଦେଶ ନିୟମ ଲାଗୁ କରାଯାଇଥିଲା। ସେବେଠାରୁ ଏହା ବଳବତ୍ତର ରହିଛି।

Advertisment

ଗ୍ରୀନଲାଣ୍ଡରେ ଥିବା ଡେନମାର୍କର ମିଲିଟାରୀ ପ୍ରାଧିକରଣ ଯୁଗ୍ମ ଆର୍କଟିକ କମାଣ୍ଡ ଆକ୍ରମଣ ହେଲେ, କ’ଣ କରାଯିବ ତା’ର ବିଚାର କରୁଛି। ଏପରି ସ୍ଥିତିରେ ମନ୍ତ୍ରଣାଳୟର ବୟାନ ସାମ୍ନାକୁ ଆସିଛି। 

ଗ୍ରୀନଲାଣ୍ଡର ଦେଖାଶୁଣା ଡେନମାର୍କ କରୁଛି। କିନ୍ତୁ ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅଞ୍ଚଳ ଉପରେ ସମ୍ଭାବ୍ୟ ଆକ୍ରମଣ କରି ନିଜ ଦଖଲକୁ ନେବାକୁ ଚିନ୍ତା କରୁଥିବା ସଙ୍କେତ ଦେଇଥିଲେ। ଦରକାର ପଡ଼ିଲେ ଏହି ସ୍ୱୟଂଶାସିତ ଅଞ୍ଚଳକୁ ବଳପୂର୍ବକ ଆମେରିକା ନିଜ ନିୟନ୍ତ୍ରଣକୁ ନେବ ବୋଲି ସେ କହିଥିଲେ।

୭୯ ବର୍ଷୀୟ ଟ୍ରମ୍ପ ଦାବି କରିଥିଲେ ଯେ ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଗ୍ରୀନଲାଣ୍ଡର ନିୟନ୍ତ୍ରଣକୁ ନେବାର ଆବଶ୍ୟକ ରହିଛି। କାରଣ ଏଠାରେ ରୁଷୀୟ ଓ ଚାଇନିଜ ଜାହାଜର ଉପସ୍ଥିତି ଦେଖିବାକୁ ମିଳୁଛି। 

ନ୍ୟୁୟର୍କ ଟାଇମ୍ସକୁ ଟ୍ରମ୍ପ ଆହୁରି କହିଥିଲେ ଯେ ତାଙ୍କୁ କେବଳ ଚୁକ୍ତି ଉପରେ ଦସ୍ତଖତ କରିବା ବଦଳରେ ପୂରା ଗ୍ରୀନଲାଣ୍ତ ଉପରେ ଦଖଲ ଦରକାର। ସେ କହିଥିଲେ, “ମୋର ମତ ହେଲା ମାଲିକାନା ଆପଣଙ୍କୁ ସେହି ଅଧିକାର ଦେଇଥାଏ, ଯାହା ଲିଜ କିମ୍ବା ଚୁକ୍ତିରୁ ମିଳି ନଥାଏ। ଦସ୍ତାବିଜରେ ଦସ୍ତଖତ ଆପଣଙ୍କୁ କେବେ ହେଲେ ସେହି ସବୁ ଜିନିଷ ଓ ଉପାଦନ ଦେଇ ନଥାଏ, ଯାହା ପୂରା ମାଲିକାନ ଦେଇଥାଏ।”

୧୯୫୧ରେ ହୋଇଥିବା ଗୋଟିଏ ଚୁକ୍ତିର ଅଂଶବିଶେଷ ହେଉଛି ଆମେରିକା। ଏହି ଚୁକ୍ତି ଆମେରିକାକୁ ଗ୍ରୀନଲାଣ୍ଡ ଓ ଡେନମାର୍କର ସହମତିରେ ସେଠାରେ ସାମରିକ ଘାଟି ସ୍ଥାପନ କରିବାର ବ୍ୟାପକ ଅଧିକାର ଦେଇଛି। ତଥାପି ଟ୍ରମ୍ପ ପୂରା ଗ୍ରୀନଲାଣ୍ଡର ମାଲିକାନା ଚାହୁଁଛନ୍ତି। 

ତେବେ ଡେନମାର୍କ ଓ ଗ୍ରୀନଲାଣ୍ଡ ବାରମ୍ବାର ଏହି ଅଞ୍ଚଳ ବିକ୍ରି ପାଇଁ ଉପଲବ୍ଧ ନଥିବା ବାରମ୍ବାର କହିଛନ୍ତି। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ ନିକଟରେ ଚେତାବନୀ ଦେଇ କହିଥିଲେ ଯେ ଗ୍ରୀନଲାଣ୍ଡକୁ ଦଖଲ କରିବା ପାଇଁ ଯେକୌଣସି ସାମରିକ ଉଦ୍ୟମ ନୋଟର ପରିସମାପ୍ତି ହେବ। ଯଦି ଆମେରିକା ଆଉ ଏକ ନାଟୋ ଦେଶ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତା’ହେଲେ ସବୁ କିଛି ଶେଷ ହୋଇଯିବ ବୋଲି ସେ ମତ ରଖିଥିଲେ। 

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe