Advertisment

ଯୁଦ୍ଧ ବଢ଼ାଉଛନ୍ତି ପାଶ୍ଚାତ୍ୟ ଦେଶ, ହେଲେ ରୁଷକୁ ହରାଇବା ଅସମ୍ଭବ: ପୁଟିନ

ପୁଟିନ ରୁଷ ସଂସଦରେ ସାଂସନମାନଙ୍କୁ ସମ୍ବୋଧିତ କରିବା ସହ ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଛନ୍ତି।

ଅଦ୍ୟତନ ହୋଇଛି
Vladimir Putin

Vladimir Putin

Advertisment

ଥମୁନି ରୁଷ-ୟୁକ୍ରେନ୍ ଯୁଦ୍ଧ। ଏହି ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ବାଇଡନେ୍‌ଙ୍କ ୟୁକ୍ରେନ୍ ଯାଇ ଜେଲେନସ୍କିଙ୍କୁ ସମର୍ଥନ ଜଣାଇବା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାର ଗୋଟିଏ ଦିନ ପରେ ତଥା ଆଜି ରୁଷିଆ ନିଜ ଶକ୍ତି ପ୍ରଦର୍ଶନ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ସଂସଦରେ ସାଂସନମାନଙ୍କୁ ସମ୍ବୋଧିତ କରିବା ସହ ପାଶ୍ଚାତ୍ୟ ଦେଶ ଉପରେ ବର୍ଷିଛନ୍ତି।  

Advertisment

ପାଶ୍ଚାତ୍ୟ ଦେଶମାନେ ହିଁ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିଛନ୍ତି। କିନ୍ତୁ ଏହି ଯୁଦ୍ଧରେ ରୁଷକୁ ହରାଇବା ଅସମ୍ଭବ ବୋଲି ପୁଟିନ ଦାବି କରିଛନ୍ତି। ପୁଟିନ କହିଛନ୍ତି, ‘ରାଷ୍ଟ୍ରପତି ପୁଟିନ୍ ମଙ୍ଗଳବାର ମସ୍କୋରେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ମାନଙ୍କ ସହ ଆଲୋଚନା ଏବଂ କୂଟନୀତିର ମାର୍ଗକୁ ଆଗକୁ ବଢ଼ାଇବା ପାଇଁ ରୁଷ୍ ପ୍ରସ୍ତୁତ ଅଛି। ମସ୍କୋ ନାଟୋ ସହ ଶାନ୍ତି ବାର୍ତ୍ତାର ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହାର ନାଟୋ ଠିକ୍ ପ୍ରତିକ୍ରିୟା ଦେଇନଥିଲା। ରୁଷର ଶାନ୍ତି ପ୍ରସ୍ତାବ ବଦଳରେ ବିଶ୍ୱାସଘାତକତା ହିଁ ମିଳିଛି।’ 

ନିଜ ଭାଷଣରେ ପୁଟିନ୍ ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାଶ୍ଚାତ୍ୟ ଦେଶ ଏକ ସ୍ଥାନୀୟ ସଂଘର୍ଷକୁ ବିଶ୍ୱ ସଂଘର୍ଷରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ରୁଷ ତାହାର ଉଚିତ ଜବାବ ଦେବ। ନିଜ ଦେଶର ଲୋକଙ୍କ ସୁରକ୍ଷା ଜରୁରୀ ବୋଲି ସେ କହିଛନ୍ତି।

Advertisment

ପୁଟିନ୍ ଆହୁରି କହିଛନ୍ତି, ଡୋନାବସ ଅଞ୍ଚଳରେ ଶାନ୍ତି ସ୍ଥାପନ ପାଇଁ ଆମେ ସବୁ ସମ୍ଭବ ପ୍ରୟାସ କରିଥିଲୁ। କିନ୍ତୁ ଆମ ପଛରେ ଷଡ଼ଯନ୍ତ୍ର କରାଯାଇଥିଲା। ପାଶ୍ଚାତ୍ୟ ଦେଶଗୁଡିକ ହିଁ କେବଳ ଏହି ଯୁଦ୍ଧ ପାଇଁ ଦାୟୀ। ଆମେ କେବଳ ଏହାକୁ ରୋକିବା ପାଇଁ ସେନାର ବ୍ୟବହାର କରୁଛୁ। ପଶ୍ଚିମ ଦେଶ ଉପରେ ବୁଝାମଣାରୁ ପଛକୁ ହଟିବା ଓ ଭୁଲ ବୟାନବାଜୀ କରିବା ଏବଂ ନାଟୋର ବିସ୍ତାର କରିବା ଅଭିଯୋଗ ଆଣିଛନ୍ତି ପୁଟିନ୍।

ଗତ ଏକ ବର୍ଷ ଧରି ୟୁକ୍ରେନକୁ ସାମରିକ ସହାୟତା ଯୋଗାଉଥିବା ଦେଶର ନାମ ନ ନେଇ ପୁଟିନ୍ ଆମେରିକାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଯେତେ ଦୂରଗାମୀ ଅସ୍ତ୍ରଶସ୍ତ୍ର ପଠାଯିବ, ରୁଷ ଏହି ବିପଦକୁ ସେତେ ଦୂରକୁ ଠେଲିଦେବ। ରୁଷ ପର୍ଯ୍ୟାୟକ୍ରମେ ଓ ସତର୍କତାର ସହ ଏବଂ ଶୃଙ୍ଖଳିତ ଭାବରେ ନିଜର ଲକ୍ଷ୍ୟ ହାସଲ କରିବ ବୋଲି ରୁଷ ରାଷ୍ଟ୍ରପତି କହିଛନ୍ତି।

Ukraine President Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe