Advertisment

ଭାରତ ବିରୋଧରେ ଆପଲ୍‌ ସିଇଓଙ୍କୁ ଉସକାଇଲେ ଟ୍ରମ୍ପ, କହିଦେଲେ ଏମିତି କଥା

ଟ୍ରମ୍ପଙ୍କ ଟାରିଫ ନୀତି ପରେ ଟିମ କୁକ ନିଜ ଆପଲ ଫୋନର ଉତ୍ପାଦନ ଭାରତରେ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି। ହେଲେ ଆଜି ସର୍ବସମ୍ମୁଖରେ ଟିମ କୁକଙ୍କୁ ଭାରତରେ ଉତ୍ପାଦନ କ୍ଷମତା ବୃଦ୍ଧି ନ କରିବାକୁ ପରାମର୍ଶ ଦେଇଛନ୍ତି।

Donald Trump

Donald Trump

Advertisment

ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ବୋଲି କହି ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। ପାକିସ୍ତାନ ସହ ଭାରତର ଅସ୍ତ୍ରବିରତିର ସବୁ ଶ୍ରେୟ ନେବାକୁ ଚେଷ୍ଟା କରିଥିବା ଟ୍ରମ୍ପ ଏବେ ନୂଆଦିଲ୍ଲୀ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଭାରତ ବିରୋଧରେ ଆପ୍‌ଲ ସିଇଓ ଟିମ କୁକଙ୍କୁ ଉସକାଇଛନ୍ତି।

Advertisment

ଟ୍ରମ୍ପଙ୍କ ଟାରିଫ ନୀତି ପରେ ଟିମ କୁକ ନିଜ ଆପଲ ଫୋନର ଉତ୍ପାଦନ ଭାରତରେ ବିସ୍ତାର କରିବାକୁ ଚିନ୍ତା କରୁଛନ୍ତି। ହେଲେ ଆଜି ସର୍ବସମ୍ମୁଖରେ ଟିମ କୁକଙ୍କୁ ଭାରତରେ ଉତ୍ପାଦନ କ୍ଷମତା ବୃଦ୍ଧି ନ କରିବାକୁ ପରାମର୍ଶ ଦେଇଛନ୍ତି। କୁକ ଭାରତରେ ଉତ୍ପାଦନ ବୃଦ୍ଧି କରନ୍ତୁ ବୋଲି ଟ୍ରମ୍ପ ଚାହୁଁ ନାହାନ୍ତି। ଏଥିସହ ଭାରତ ନିଜ କଥା ନିଜେ ବୁଝି ପାରିବ ବୋଲି ଟ୍ରମ୍ପ କହିଛନ୍ତି।

ଦୋହାରେ ଆୟୋଜିତ ବ୍ୟବସାୟିକ ସମ୍ମିଳନୀରେ ଯୋଗ ଦେଇଥିବା ଟ୍ରମ୍ପ କହିଛନ୍ତି ଯେ “ମୋର ଟିମ କୁକଙ୍କ ଆଗରେ ସାମାନ୍ୟ ଅଭିଯୋଗ ରହିଛି। ମୁଁ ତାଙ୍କୁ କହିଥିଲି ଯେ ମୋ ବନ୍ଧୁ ମୁଁ ତୁମକୁ ବେଶ ଭଲ ବ୍ୟବହାର କରୁଛି। ତୁମକୁ ପ୍ରାଥମିକତା ଦେଉଛି। ତୁମେ ୫୫୦ ବିଲିୟନ ଡଲାର ଧରି ଆସିଛି। କିନ୍ତୁ ଏବେ ମୁଁ ଶୁଣିବାକୁ ପାଉଛି ଯେ ତୁମେ ସମଗ୍ର ଭାରତରରେ ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛ। ଭାରତରେ ତୁମେ ଉତ୍ପାଦନ କର ବୋଲି ମୁଁ ଚାହୁଁନାହିଁ। ଯଦି ତୁମେ ଭାରତ କଥା ବୁଝିବାକୁ ଚାହୁଁଛ, ତା’ହେଲେ ଭାରତରେ ଉତ୍ପାଦନ କରିପାର। କାରଣ ବିଶ୍ୱରେ ଭାରତ ହେଉଛି ସର୍ବାଧିକ ଟାରିଫ ଲାଗୁ କରୁଥିବା ଦେଶ। ଭାରତରେ ବିକ୍ରି କରିବା ବେଶ କଷ୍ଟକର।”

Advertisment

ଟ୍ରମ୍ପ ଆହୁରି ଦାବି କରିଛନ୍ତି ଯେ ନୂଆଦିଲ୍ଲୀ ପକ୍ଷରୁ ୱାଶିଂଟନକୁ ଗୋଟିଏ ଡିଲର ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବ ଅନୁସାରେ ଆମେରିକାର ଦ୍ରବ୍ୟ ଉପରେ ସେମାନେ କୌଣସି ଟାରିଫ ଲାଗୁ କରିବେ ନାହିଁ। ଟ୍ରମ୍ପ ଏପରି ଦାବି କରୁଥିଲେ ହେଁ ଭାରତ ପକ୍ଷରୁ ଏପରି ଘୋଷଣା ଏଯାଏ ହୋଇନି।

ଟ୍ରମ୍ପ ଦୋହାରେ କହିଛନ୍ତି, “ସେମାନେ(ଭାରତ) ଆମକୁ ଡିଲର ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟତଃ ସେମାନେ ଆମ ଉପରେ କୌଣସି ପ୍ରକାରର ଟାରିଫ ନ ଲଗାଇବାକୁ ରାଜି ହୋଇଛନ୍ତି। ମୁଁ ଟିମକୁ କହିଛି, ଆମେ ତୁମକୁ ଭଲ ବ୍ୟବହାର କରୁଛୁ। ତୁମେ ଦୀର୍ଘ ବର୍ଷ ହେଲାଣି ତୁମର ସବୁ ପ୍ଲାଣ୍ଟ ଚାଇନାରେ ପ୍ରତିଷ୍ଠା କରିଛି। ଏବେ ତୁମେ ଭାରତ ଆଡ଼କୁ ଯାଉଛ। ତୁମେ ଭାରତରେ ଉତ୍ପାଦନ ପାଇଁ ଯେଉଁ ଚେଷ୍ଟା କରୁଛ, ସେଥିପ୍ରତି ଆମର କୌଣସି ଆଗ୍ରହ ନାହିଁ। ଭାରତ ନିଜର ଧ୍ୟାନ ନିଜେ ରଖିପାରିବ।”

ଆମେରିକରା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆପଲ ଏଣିକି ଆମେରିକାରେ ତା’ର ଉତ୍ପାଦନକୁ ବିସ୍ତାର କରିବ। ଆପଲର ଆଇଫୋନ ଓ ମ୍ୟାକବୁକର ଚାହିଦା ପୂରା ବିଶ୍ୱରେ ରହିଛି। ଟ୍ରମ୍ପ ପ୍ରଶାସନର ଟାରିଫ ନୀତି ପରେ ଆପ୍‌ଲ ସିଇଓ ଭାରତରେ ନିଜର ଉତ୍ପାଦନ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିସହ ଟ୍ରମ୍ପଙ୍କ ଟାରିଫ ନୀତିକୁ ମାତ ଦେବା ପାଇଁ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଭାରତକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆପଲ ସିଇଓଙ୍କ ଏପରି ଯୋଜନା ଭିତରେ ଟ୍ରମ୍ପ ଟିମ କୁକଙ୍କୁ ଭାରତ ବିରୋଧରେ ଉସକାଇଛନ୍ତି।

Donald Trump Apple Iphone Tim Cook
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe