Advertisment

ଆମେରିକାନ ଡ୍ରିମ୍‌ କ’ଣ? କାହିଁକି ଜୀବନକୁ ବାଜି ଲଗାଇ ସମସ୍ତେ ଆମେରିକା ଯାଉଛନ୍ତି?

ଟ୍ରମ୍ପ ପ୍ରଶାସନ ନିକଟରେ ଭାରତର ୧୦୪ ଜଣ ବେଆଇନ ପ୍ରବାସୀଙ୍କୁ ଅମୃତସର ପଠାଇ ଦେଇଛନ୍ତି।

Indian

Indian

Advertisment

ଦୁନିଆର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ରାଷ୍ଟ୍ର ଆମେରିକାରେ ସତ୍ତା ବଦଳିବା ମାତ୍ରେ ହାହାକାର ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଫେରିଛନ୍ତି, ସେଗୁଡ଼ିକୁ ପୂରଣ କରିବାକୁ ଲାଗି ପଡ଼ିଛନ୍ତି। ଏହା ମଧ୍ୟରେ ଗୋଟିଏ ପ୍ରତିଶ୍ରୁତି ଥିଲା ଯେ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ପ୍ରବାସୀଙ୍କୁ ବିଦା କରିବା। ଏହାକୁ କାର୍ଯ୍ୟକାରୀ କରି ଟ୍ରମ୍ପ ପ୍ରଶାସନ ନିକଟରେ ଭାରତର ୧୦୪ ଜଣ ବେଆଇନ ପ୍ରବାସୀଙ୍କୁ ଅମୃତସର ପଠାଇ ଦେଇଛନ୍ତି।

Advertisment

କେମିତି ଅଣାଗଲା?

ସମସ୍ତ ୧୦୪ ଭାରତୀୟଙ୍କୁ ବିମାନରେ ଏକାଠି ଭର୍ତ୍ତି କରାଯାଇଥିଲା। ସେମାନଙ୍କ ହାତରେ ହ୍ୟାଣ୍ଡକଫ ପଡ଼ିଥିଲା ଓ ଗୋଡ଼ରେ ଜଞ୍ଜିର ବନ୍ଧା ହୋଇଥିଲା। ବିମାନ ଯାତ୍ରା ବେଳେ ସେମାନଙ୍କୁ କୌଣସି ପ୍ରକାରର ସୁବିଧାସୁଯୋଗ ମିଳି ନଥିଲା। ସେମାନେ ଗୋଟିଏ ସିଟରେ ହିଁ ବସି ରହିଥିଲେ। ଭାରତରେ ପହଞ୍ଚିବା ପରେ ସେମାନଙ୍କ ହାତରୁ ହ୍ୟାଣ୍ଡକଫ ଓ ଗୋଡ଼ରୁ ଜଞ୍ଜିର ଖୋଲା ଯାଇଥିଲା।

ଏହି ପ୍ରବାସୀମାନେ ଭାରତର ବିଭିନ୍ନ ରାଜ୍ୟରୁ ଆମେରିକା ସ୍ୱପ୍ନ ନେଇ ବେଆଇନ ଭାବେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଧରି ଆମାରିକା ପ୍ରଶାସନ ଭାରତ ପଠାଇ ଦେଇଛି। ଏହି ୧୦୪ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଗୁଜରାଟ ଓ ହରିୟାଣାରୁ ସର୍ବାଧିକ ୩୩ ଜଣ, ପଞ୍ଜାବରୁ ୩୦ ଜଣ, ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରୁ ୩ ଜଣ ଲେଖାଏ ଏବଂ ଚଣ୍ଡିଗଡ଼ରୁ ୨ ଜଣ ରହିଛନ୍ତି। ସେହିପରି ୧୯ ଜଣ ମହିଳା ଓ ୧୩ ଜଣ ଛୋଟ ପିଲାଙ୍କୁ ମଧ୍ୟ ଆମେରିକା ପ୍ରଶାସନ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଭାରତକୁ ବିଦା କରିଛି।

Advertisment

ଏହାକ କେବଳର ଭାରତର ଉଦାହରଣ। ପୂରା ବିଶ୍ୱରୁ ପ୍ରତିବର୍ଷ ହଜାର ହଜାର ଲୋକ ଆମେରିକା ଯିବାକୁ ଉଦ୍ୟମ କରନ୍ତି। ସେମାନେ ନିଜର ଆମରିକାନ ଡ୍ରିମ ବା ଆମେରିକୀୟ ସ୍ୱପ୍ନକୁ ପୂରଣ କରିବା ପାଇଁ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛାଇ ନଥାଆନ୍ତି। ଜୀବନକୁ ବିପଦରେ ପକାଇ କାହିଁକି ସବୁ ଦେଶର ଲୋକ ଆମେରିକା ସ୍ୱପ୍ନ ପୂରଣ କରିବାକୁ ଏତେ ଉତ୍ସାହିତ?

ଆମେରିକାନ ଡ୍ରିମ କ’ଣ?

ଗୋଟିଏ ସାମାଜିକ ଓ ଆର୍ଥିକ ବିଚାରଧାରା ହେଉଛି ଆମେରିକାନ ଡ୍ରିମ। ଏହାର ଅର୍ଥ ହେଉଛି ଆମେରିକାରେ ସମସ୍ତ ଲୋକଙ୍କୁ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିବା ପାଇଁ ସମାନ ସୁଯୋଗ ମିଳିଥାଏ। ଏହି ବିଚାରଧାରାକୁ ୧୯୩୧ରେ ଆମେରିକାର ସୁନାମଧନ୍ୟ ଲେଖକ ଜେମ୍ସ ଟ୍ରସଲୋ ଆଡାମ୍ସ ତାଙ୍କର ବହି “ଦି ଏପିକ ଅଫ ଆମେରିକା’ରେ ଉଲ୍ଲେଖ କରିଥିଲେ। ଆମେରିକାନ ଡ୍ରିମ ସ୍ୱତନ୍ତ୍ରତା, ସମାନତା ଓ ଆର୍ଥିକ ସମାନତା ଉପରେ ଆଧାରିତ।

ଏହାକୁ ଦେଖି ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରତିବର୍ଷ ଲକ୍ଷାଧିକ ଲୋକ ଆମେରିକା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। ଆଡାମ୍ସ ତାଙ୍କ ବହିରେ ଆମେରିକାରକୁ ଏମିତି ଏକ ରାଷ୍ଟ୍ର ଭାବେ ଚିତ୍ରଣ କରିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଲୋକଙ୍କ ଜୀବନ ଉତ୍ତମ, ସମୃଦ୍ଧ ଓ ପରିପୂର୍ଣ୍ଣ ହୋଇଥାଏ। ଏଠାରେ ପ୍ରତ୍ୟେକ ଲୋକଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଉପଯୁକ୍ତ ସୁଯୋଗ ମିଳିଥାଏ। ଏହା ଏମିତି ଏକ ସ୍ୱପ୍ନ, ଯାହାକୁ ୟୁରୋପରେ ରହୁଥିବା ଉଚ୍ଚ ବର୍ଗର ଲୋକଙ୍କୁ ବୁଝିବାରେ କଷ୍ଟ ହୋଇଥାଏ। ଏହା କେବଳ ମୋଟରକାର କିମ୍ବା ଉଚ୍ଚ ଦରମାର ସ୍ୱପ୍ନ ନୁହେଁ, ବରଂ ଏହା ଏକ ସାମାଜିକ ବ୍ୟବସ୍ଥାର ସ୍ୱପ୍ନ ଯେଉଁଠାରେ ଜଣେ ମହିଳା ଓ ପୁରୁଷ ନିଜର ଯୋଗ୍ୟତା ବଳରେ ହକ ପାଇବାକୁ ସକ୍ଷମ ହୁଅନ୍ତି।

ଭାରତୀୟମାନେ କାହିଁକି ଆମେରିକରା ଚାଲି ଯାଉଛନ୍ତି?

ପ୍ରତିବର୍ଷ ହଜାର ହଜାର ଭାରତୀୟ ଆମେରିକା ପଳାୟନ କରୁଛନ୍ତି। ଅନେକ ଆଇନଗତ ଉପାୟରେ ଯାଉଥିବା ବେଳେ କିଛି ଲୋକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଛନ୍ତି। ଏହା ପଛରେ ଅନେକ କାରଣ ରହିଛି।

୧- ଶିକ୍ଷା ଓ ଉଚ୍ଚ ଗୁଣବତ୍ତାର ବିଶ୍ୱବିଦ୍ୟାଳୟ: ଆମେରିକାରେ ବିଶ୍ୱର ଅନେକ ଶୀର୍ଷ ବିଶ୍ୱବିଦ୍ୟାଳୟ ରହିଛି। ହାର୍ବାର୍ଡ, ଏମଆଇଟି ଓ ଷ୍ଟାନଫୋର୍ଡ ଭଳି ବିଶ୍ୱବିଦ୍ୟାଳୟ ଭାରତୀୟ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରିଥାଏ। ଆମେରିକାରେ ଉଚ୍ଚ ଶିକ୍ଷା ପରେ ସେଠାରେ ରହିବାର ବ୍ୟବସ୍ଥା ମଧ୍ୟ ରହିଛି।

୨- ଅର୍ଥ ବ୍ୟବସ୍ଥା ଓ ଚାକିରି ସୁଯୋଗ: ଆମେରିକାର ଶକ୍ତିଶାଳୀ ଅର୍ଥ ବ୍ୟବସ୍ଥା ଓ ଟେକ୍ନୋଲୋଜି ସେକ୍ଟରରେ ରହିଥିବା ଭରପୂର ସୁଯୋଗ ଭାରତୀୟଙ୍କୁ ଆକର୍ଷିତ କରିଥାଏ। ବିଶେଷ କରି ସପ୍ଟୱେୟାର ଇଞ୍ଜିନିୟର, ଡାକ୍ତର ଓ ବ୍ୟବସାୟିକ ପ୍ରଫେସନାଲଙ୍କ ପାଇଁ ଆମେରିକା ଉପଯୁକ୍ତ ସ୍ଥାନ ଭାବେ ଉଭା ହୋଇଛି।

୩- ଉତ୍ତମ ଜୀବନଶୈଳୀ: ଆମେରିକାରେ ରହିବା ଦ୍ୱାରା ଭାରତୀୟମାନଙ୍କୁ ଉଚ୍ଚ ଦରମା, ସାମଜିକ ସୁରକ୍ଷା ଓ ଆଧୁନିକ ଜୀବନଶୈଳୀର ଲାଭ ମିଳିଥାଏ।

ଚାଇନିଜ ମଧ୍ୟ ଆମେରିକା ଯାଉଛନ୍ତି

କେବଳ ଭାରତୀୟ ନୁହନ୍ତି, ଚାଇନିଜ ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଆମେରିକା ପଳାୟନ କରୁଛନ୍ତି। ଭାରତ ଭଳି ଚାଇନାର ଶିକ୍ଷାର୍ଥୀମାନେ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଉଛନ୍ତି। ବେଆଇନ ଭାବେ ମଧ୍ୟ ହଜାର ହଜାର ଚାଇନା ନାଗରିକ ଆମେରିକାରେ ପ୍ରବେଶ କରିବାକୁ ଉଦ୍ୟମ କରି ଧରାପଡ଼ିଛନ୍ତି। ବ୍ୟବସାୟିକ ଓ ଟେକ୍ନୋଲୋଜି କ୍ଷେତ୍ରରେ ଅଧିକ ସୁଯୋଗ ପାଇବା ଆଶାରେ ମଧ୍ୟ ଅନେକ ଚାଇନିଜ ଆମେରିକା ଚାଲି ଯାଉଛନ୍ତି।

USA Migrants Migrant Migrant Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe