Advertisment

ଏହି ୧୨ ଦେଶ ଉପରେ କାହିଁକି ବ୍ୟାନ ଲଗାଇଲେ ରାଷ୍ଟ୍ରପତି ଟ୍ରମ୍ପ?

ଟ୍ରମ୍ପ ଟ୍ରାଭେଲ ବ୍ୟାନ ଲଗାଇଥିଲେ ହେଁ ୨୦୨୬ ‍ଫିଫା ବିଶ୍ୱକପ ଓ ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଥଲେଟମାନଙ୍କ ଉପରେ ଏହି କଟକଣା ଲାଗୁ ହେବ ନାହିଁ।

Trump

Trump

Advertisment

ଆମେରିକାର ରାଷ୍ଟ୍ରପତି ହେବାର ୬ ମାସ ପରେ ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୨ ଦେଶର ଲୋକଙ୍କୁ ସେ ଚାହୁଁ ନଥିବା କଥା କହି ସେମାନଙ୍କ ଉପରେ ବ୍ୟାନ ଲଗାଇଛନ୍ତି। ୧୨ ଦେଶର ଲୋକଙ୍କ ଯାତ୍ରା ଉପରେ ସଂପୂର୍ଣ୍ଣ ରୋକ ଲାଗିଥିବା ବେଳେ ଆଉ ୭ଟି ଦେଶ ଉପରେ ଆଂଶିକ ରୋକ ଲଗାଇଛି। ଏହାର ଅର୍ଥ ଟ୍ରମ୍ପ ଟ୍ରାଭେଲ ବ୍ୟାନ ଯୋଗୁ ୧୯ଟି ଦେଶ ପ୍ରଭାବିତ ହେବେ। ଆମେରିକାର ଇମିଗ୍ରେସନ ନୀତିକୁ ନୂଆ ରୂପ ଦେବାକୁ ଟ୍ରମ୍ପ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Advertisment

ଜାତୀୟ ସୁରକ୍ଷା ଦୃଷ୍ଟିରୁ ୧୯ଟି ଦେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ଆମେରିକାର କାମ, ପାଠପଢ଼ା, ପର୍ଯ୍ୟଟନ ପାଇଁ ଅପେକ୍ଷା କରିଥିବା ଲକ୍ଷାଧିକ ଲୋକଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଟ୍ରମ୍ପଙ୍କ ଟ୍ରାଭେଲ ବ୍ୟାନ ନିଷ୍ପତ୍ତିର କିଛି ଦିନ ପୂର୍ବରୁ ଆମେରିକାର ଜଣେ ଇଜିପ୍ଟ ନାଗରିକ ଇହୁଦୀ ସଂପ୍ରଦାୟର ଲୋକମାନେ କରୁଥିବା ବିକ୍ଷୋଭ ଉପରେ ଆକ୍ରମଣ କରିଥିଲେ। ଏଥିଯୋଗୁ ବିଦେଶୀ ନାଗରିକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା। ଟ୍ରମ୍ପ କହିଛନ୍ତି, “ନିକଟରେ କୋଲୋରାଡୋର ବୋଲ୍ଡର ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଆମ ଦେଶ ପ୍ରତି ବିପଦ ରହିଥିବାର ସଙ୍କେତ ଦେଇଛି। ଏହି ବିପଦ ବିଦେଶୀ ନାଗରିକଙ୍କ ଅନାୟଶ ପ୍ରବେଶ ଯୋଗୁ ସୃଷ୍ଟି ହେଉଛି। ଆମେ ସେମାନଙ୍କୁ ଚାହୁଁ ନାହୁଁ।”

Advertisment

ନିର୍ଦ୍ଦିଷ୍ଟ ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା କିମ୍ବା ସୀମିତ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ଦେବା ହେଉଛି ଏହି ଟ୍ରାଭେଲ ବ୍ୟାନର ମୂଳ ଲକ୍ଷ୍ୟ। ଭିସାକୁ ରଦ୍ଦ କରିବା କରିବା କିମ୍ବା ଭିସା ଉପରେ କଟକଣା ଲଗାଇବା ନିଷ୍ପତ୍ତି ଆମେରିକା ପ୍ରଶାସନ ନେଇ ପାରିବ।

ଟ୍ରମ୍ପ ପ୍ରଶାସନ ଆଫଗାନିସ୍ତାନ, ମିଆଁମାର, ଚାଡ, କଙ୍ଗୋ, ଇକ୍ୟୁଟୋରିଆଲ ଗୁଏନା, ଇରିଟେରିଆ, ହାଇତି, ଇରାନ, ଲିବ୍ୟା, ସୋମାଲିଆ, ସୁଦାନ ଓ ୟେମନର ଲୋକଙ୍କ ଉପରେ ସଂପୂର୍ଣ୍ଣ ରୋକ ଲଗାଇଛି। ସେହିପରି ବୁରୁଣ୍ଡି, କ୍ୟୁବା, ଲାଓସ, ସେଇରା ଲେଓନ, ଟୋଗୋ, ତର୍କିମେନିସ୍ତାନ ଓ ଭେଞ୍ଜୁଆଲା ଉପରେ ଆଂଶିକ ରୋକ ଲାଗିଛି। ଏହି ଦେଶଗୁଡ଼ିକରୁ ସୀମିତ ଲୋକ ଆମେରିକାରେ ପ୍ରବେଶ କରିପାରିବେ।

ଟ୍ରମ୍ପ ଟ୍ରାଭେଲ ବ୍ୟାନ ଲଗାଇଥିଲେ ହେଁ ୨୦୨୬ ‍ଫିଫା ବିଶ୍ୱକପ ଓ ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଆଥଲେଟମାନଙ୍କ ଉପରେ ଏହି କଟକଣା ଲାଗୁ ହେବ ନାହିଁ।

Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe