Advertisment

ମୋଦିଙ୍କ ଗସ୍ତ ପୂର୍ବରୁ ହ୍ୱାଇଟ ହାଉସର ଖଲିସ୍ତାନ ପ୍ରେମ, ଦେଲା ଏମିତି ପ୍ରତିଶ୍ରୁତି

କେବଳ ବୈଠକ ହୋଇନି, ବରଂ ସେମାନଙ୍କୁ ଆମେରିକା ମାଟିରେ ଦମନ ପାଇଁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ବାଇଡେନ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଛି।

PM Modi

PM Modi

Advertisment

ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁଥିବା କିଛି ଶିଖ ସଂପ୍ରଦାୟର ଲୋକଙ୍କ ସହ ଆଜି ହ୍ୱାଇଟ ହାଉସ ଆଲୋଚନା କରିଛି। ପ୍ରଥମଥର ପାଇଁ ହ୍ୱାଇଟ ହାଉସ ସରକାରୀ ଭାବେ ଖଲିସ୍ତାନ ସମର୍ଥକଙ୍କ ସହ ବୈଠକ କରିବା ସମସ୍ତଙ୍କୁ ଚକିତ କରିଛି।

Advertisment

କେବଳ ବୈଠକ ହୋଇନି, ବରଂ ସେମାନଙ୍କୁ ଆମେରିକା ମାଟିରେ ଦମନ ପାଇଁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ବାଇଡେନ ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଛି।

ଆମେରିକା ସୀମା ମଧ୍ୟରେ ସେମାନେ ଯେଉଁ ପର୍ଯ୍ୟନ୍ତ ରହିଛନ୍ତି, ଆମେରିକାର ନାଗରିକ ହିସାବରେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ହ୍ୱାଇଟ ହାଉସର ବୋଲି ବାଇଡେନ ପ୍ରଶାସନ କହିଛି। କାନାଡା ଓ ଆମେରିକା ଖଲିସ୍ତାନୀ ବିଚ୍ଛିନ୍ନିବାଦୀଙ୍କୁ ଆଶ୍ରୟ ଦେଉଥିବାରୁ ଭାରତ ଚିନ୍ତା ପ୍ରକଟ କରିଛି। ଏସବୁ ଭିତରେ ଆଜି ଏପରି ଖବର ସାମ୍ନାକୁ ଆସିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆୟୋଜନ କରୁଥିବା କ୍ୱାଡ ବୈଠକରେ ଯୋଗ ଦେବାକୁ ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଆଉ କିଛି ସମୟ ପରେ ସେ ବାଇଡେନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ହେଲେ ଏହା ପୂର୍ବରୁ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ଖଲିସ୍ତାନ ସମର୍ଥକଙ୍କ ସହ ଆମେରିକା ପ୍ରଶାସନ ଆଲୋଚନା କରିବା ସହ ସେମାନଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେବା ସମସ୍ତଙ୍କୁ ଚକିତ କରିଛି।

ଭାରତରେ ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ସହ ସମ୍ପର୍କ ରଖିଥିବା ସଂଗଠନ ଗୁଡ଼ିକୁ ବ୍ୟାନ କରାଯାଇଛି। ଖଲିସ୍ତାନ ସହ ଜଡ଼ିତ ସଂଗଠନ ଗୁଡ଼ିକ ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟ କରୁଛନ୍ତି। ଏଭଳି ସଂଗଠନକୁ ଆଶ୍ରୟ ଦେବା ନେଇ ଏଯାଏ ଆମେରିକା ସରକାରୀ ଭାବେ କିଛି କହି ନାହିଁ। କିନ୍ତୁ କାନାଡା ଖଲିସ୍ତାନ ସମର୍ଥକଙ୍କ ବୟାନକୁ ବାକ ସ୍ୱାଧୀନତାର ଆଳରେ ସମର୍ଥନ କରିଆସୁଛି।

Joe Biden PM Modi Khalistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe