Advertisment

ମୋଦିଙ୍କୁ ପ୍ରଶ୍ନ ପଚାରି ସାମ୍ବାଦିକ ହଟହଟା, ନିନ୍ଦା କଲା ହ୍ୱାଇଟ ହାଉସ୍‌

ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କାଳରେ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଥିଲେ। ଏହି ସମ୍ମିଳନୀ ଅବସରରେ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ସାମ୍ବାଦିକ ସବରିନା ସିଦ୍ଦିକି ସଂଖ୍ୟାଲଘୁ ତଥା ମୁସଲିମ୍‌ଙ୍କ ଅଧିକାରର ସୁରକ୍ଷା ପାଇଁ ଭାରତରେ କ’ଣ ପଦକ୍ଷେପ ନିଆଯାଉଛି ବୋଲି ମୋଦିଙ୍କୁ ପଚାରିଥିଲେ।

White House

White House

Advertisment

ମୋଦିଙ୍କୁ ପ୍ରଶ୍ନ ପଚାରି ହଇରାଣ ହେଉଛନ୍ତି ସାମ୍ବାଦିକ । ତାଙ୍କୁ ଅନଲାଇନ୍‌ରେ ଭାରତରୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଏହାକୁ ନିନ୍ଦା କରିଛି ହ୍ୱାଇଟ୍‌ ହାଉସ୍‌। ଏପରିକି ସାମ୍ବାଦିକଙ୍କ ପ୍ରତି ଏପରି ନିର୍ଯାତନା ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ଚେତାଇ ଦେଇଛି ହ୍ୱାଇଟ୍‌ ହାଉସ୍‌ ।

Advertisment

ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କାଳରେ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇଥିଲେ। ଏହି ସମ୍ମିଳନୀ ଅବସରରେ ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲର ସାମ୍ବାଦିକ ସବରିନା ସିଦ୍ଦିକି ସଂଖ୍ୟାଲଘୁ ତଥା ମୁସଲିମ୍‌ଙ୍କ ଅଧିକାରର ସୁରକ୍ଷା ପାଇଁ ଭାରତରେ କ’ଣ ପଦକ୍ଷେପ ନିଆଯାଉଛି ବୋଲି ମୋଦିଙ୍କୁ ପଚାରିଥିଲେ।

ଏହା ଉତ୍ତରରେ ମୋଦି କହିଥିଲେ, ଗଣତନ୍ତ୍ର ଆମ ଧମନୀରେ ଦୌଡ଼ୁଛି। ଭାରତ ମାଟିରେ ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ କେହି କେବେ ପାତରଅନ୍ତରର ସମ୍ମୁଖୀନ ହୋଇ ନାହାନ୍ତି।

Advertisment

ମାତ୍ର ଏହା ପରଠୁ ଚର୍ଚ୍ଚାକୁ ଆସିଥିବା ସବରିନା ସିଦ୍ଦିକି ଏବେ ଘୋର ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ଭାରତରୁ ତାଙ୍କୁ ଏହିପରି ନିର୍ଯାତନା ଦିଆଯାଉଛି। ଏଥିରେ ବହୁ ରାଜନୈତିକ ବ୍ୟକ୍ତି ବି ସାମିଲ ଥିବା ହ୍ୱାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି।

ଏନେଇ ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଉଛି, ଏପରି ନିର୍ଯାତନା କେବେବି ଗ୍ରହଣୀୟ ନୁହେଁ। ଯେକୌଣସି ପରିସ୍ଥିତିରେ ସାମ୍ବାଦିକଙ୍କୁ ନିର୍ଯାତନା ଘଟଣାକୁ ନିନ୍ଦା କରୁଛୁ । ଏହା ଗଣତନ୍ତ୍ରର ନୀତି ବିରୁଦ୍ଧ ।

White House Journalist; Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe