Advertisment

ବିମାନବନ୍ଦରରେ ଥିଲେ WHO ଚିଫ୍, ହେଲା ଅତର୍କିତ ଆକ୍ରମଣ

ଟେଡ୍ରୋସ୍‌ ନିଜ ସହଯୋଗୀଙ୍କ ସହ ଏକ ଫ୍ଲାଇଟ୍‌ରେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Tedros Adhanom

Tedros Adhanom

ଅଳ୍ପକେ  ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିଫ୍‌ ଟେଡ୍ରୋସ୍‌ ଏଡନାମ୍‌ । ୟମନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରୁ ଅଳ୍ପକେ ବର୍ତ୍ତିଛନ୍ତି ଏଡନାମ୍‌ । ଏହି ଆକ୍ରମଣରେ ଉକ୍ତ ବିମାନବନ୍ଦରରେ ଉପସ୍ଥିତ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

Advertisment

ଟେଡ୍ରୋସ୍‌ ନିଜ ସହଯୋଗୀଙ୍କ ସହ ଏକ ଫ୍ଲାଇଟ୍‌ରେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ଏହି ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ଚାଳକଙ୍କ ଜଣେ ସଦସ୍ୟ ଆହତ ହୋଇଛନ୍ତି।

WHO ଜେନେରାଲ ଡାଇରେକ୍ଟର ଟେଡ୍ରୋସ୍‌ ଏଡନାମ୍‌ ନିଜ ସୋଶାଲ ମିଡିଆ ପୋଷ୍ଟରେ କହିଛନ୍ତି , କଏଦୀଙ୍କୁ ମୁକ୍ତ କରିବା ସହ ୟମନରେ ସ୍ୱାସ୍ଥ୍ୟ ସେବା ଓ ମାନବୀୟ ସ୍ଥିତିର ଆକଳନ କରିବାକୁ ଆରମ୍ଭ ହୋଇଥିବା ଆମ ମିଶନ ସଫଳ ହୋଇଛି। ଏହାପରେ ଯେବେ ଆମେ ସନାରୁ ଫ୍ଲାଇଟ୍‌ରେ ବସିବାର ଥିଲା, ସେତେବେଳେ ଅତର୍କିତ ଭାବେ ବିମାନବନ୍ଦର ଉପରେ ବୋମା ମାଡ଼ ହୋଇଥିଲା। ଏହି ଆକ୍ରମଣରେ ବିମାନବନ୍ଦରରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତର ହୋଇଛନ୍ତି। ମୁଁ ଓ ମୋ’ ସହ ଥିବା UN ଓ WHO କର୍ମଚାରୀ ସୁରକ୍ଷିତ ଅଛନ୍ତି।

Advertisment

ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍‌ ଏହି ଘଟଣାକୁ ନିନ୍ଦା କରିବା ସହ ଅନ୍ତରାଷ୍ଟ୍ରୀୟ ନିୟମର ସମ୍ମାନ କରିବାକୁ ଆହ୍ୱାନ କରିଛନ୍ତି । ଏଥିସହ ସାଧାରଣ ନାଗରିକ ଓ ସାମାଜିକ କର୍ମୀଙ୍କୁ କେବେ ବି ଟାର୍ଗେଟ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

WHO Air Strike