Advertisment

ଅସଦଙ୍କ ୨୪ ବର୍ଷର ରାଜକୁ ଧ୍ୱଂସ କରିଥିବା ଅବୁ ମହମ୍ମଦ ଅଲ ଜୁଲାନି କିଏ?

ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପଛରେ ରହିଛନ୍ତି ଅବୁ ମହମ୍ମଦ ଅଲ ଜୁଲାନି।

Abu Mohammed al Julani

Abu Mohammed al Julani

Advertisment

ସିରିଆରେ ଦୀର୍ଘ ୨୪ ବର୍ଷ ହେଲା ଶାସନ କରୁଥିବା ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ଶେଷରେ ଗାଦିଚ୍ୟୁତ ହେବାକୁ ପଡ଼ିଛି। ବିଦ୍ରୋହୀ ଗୋଷ୍ଠୀ ସପ୍ତାହ ତଳେ ଆରମ୍ଭ କରିଥିବା ଅଭିଯାନ ଶେଷରେ ସଫଳ ହୋଇଛି।

Advertisment

ରବିବାର ବିଦ୍ରୋହୀ ଗୋଷ୍ଠୀ ଦାମାସକସରେ ପ୍ରବେଶ କରିବା ପରେ ଅସଦ ପ୍ରାଣ ବିକଳରେ ଦେଶ ଛାଡ଼ି ଚାଲି ଯାଇଛନ୍ତି। ବିଦ୍ରୋହୀ ଗୋଷ୍ଠୀ ରାଷ୍ଟ୍ରପତିଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲ ହେଁ ଏହାକୁ ସରକାରୀ ଟ୍ରୁପ୍ସ କୌଣସି ପ୍ରକାରର ବାଧା ଦେଇ ନଥିଲେ। ଶେଷରେ ସେମାନେ ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି।

ବିଦ୍ରୋହୀଙ୍କ ଭୟରେ ଅସଦ ଗୋଟିଏ ବିମାନରେ ଦେଶ ଛାଡ଼ି ଗୁପ୍ତ ସ୍ଥାନକୁ ଚାଲି ଯାଇଛନ୍ତି। ଏକଥାକୁ ରୁଷ ମଧ୍ୟ ନିଶ୍ଚିତ କରିଛି। ତେବେ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିବା ପଛରେ ରହିଛନ୍ତି ଅବୁ ମହମ୍ମଦ ଅଲ ଜୁଲାନି।

Advertisment

ବର୍ତ୍ତମାନ ସେ ସିରିଆର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହାୟତ ତାହରିର ଅଲ ଶାହମ(ଏଚଟିଏସ)ର ମୁଖ୍ୟ। ଏହି ଇସଲାମିକ ଗ୍ରୁପ ଏକଦା କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦା ସହ ମିଶି କାମ କରୁଥିଲା।

୨୦୧୮ରେ ଆମେରିକା ପକ୍ଷରୁ ଏଚଟିଏସକୁ ଗୋଟିଏ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା। ଏହାର ମୁଖ୍ୟ ଜୁଲାନିଙ୍କ ଉପରେ ମଧ୍ୟ ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା। ତଥାପି ଦୀର୍ଘ ବର୍ଷ ହେଲାଣି ଜୁଲାନି ନିଜର ଛବି ସଜାଡ଼ିବା ପାଇଁ ଅନେକ ଲୋକାଭିମୁଖ୍ୟ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କହି ଚାଲିଛନ୍ତି। ସେ ନିରୀହ ଲୋକଙ୍କ ନିର୍ଯାତନା ବିରୋଧରେ ଅଭିଯାନ ଚଳାଇଥିବା ସବୁବେଳେ କହି ଆସୁଛନ୍ତି। 

ଏବେ ଗୁପ୍ତ ସ୍ଥାନରେ ରହି ପୂରା ଅପରେସନକୁ ନିୟନ୍ତ୍ରଣ କରୁଥିବା ଜୁଲାନି କହିଛନ୍ତି ଯେ ସିରିଆରେ ଆରମ୍ଭ ହୋଇଥିବା ବିଦ୍ରୋହର ଏକମାତ୍ର ଲକ୍ଷ୍ୟ ହେଲା ରାଷ୍ଟ୍ରପତି ଅସଦଙ୍କ ଶାସନକୁ ଉପାଡ଼ି ଫିଙ୍ଗିବା। ଦେଶରେ ଏମିତି ଏକ ସରକାର ଗଠନ ହେବ, ଯାହାକୁ ଲୋକମାନେ ଚୟନ କରିବ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିଷଦ ତିଆରି ହେବ। ବର୍ତ୍ତମାନ ଅସଦ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଏକଛତ୍ର ଶାସନର ମୂଳପୋଛ ହୋଇଛି ବୋଲି ସେ କହିଛନ୍ତି।

ଅବୁ ମହମ୍ମଦ ଅଲ ଜୁଲାନି କିଏ?

୧୯୮୨ରେ ସାଉଦି ଆରବରେ ଜନ୍ମ ଗ୍ରହଣ କରିଥିବା ଜୁଲାନି ନିଜର ପ୍ରଥମ ୭ ବର୍ଷ ରିୟାଦରେ କାଟିଥିଲେ। ଏଠାରେ ତାଙ୍କ ବାପା ପେଟ୍ରୋଲିୟମ ଇଞ୍ଜିନିୟର ଭାବେ କାମ କରୁଥିଲେ। ୧୯୮୯ରେ ଜୁଲାନି ସିରିଆକୁ ଆସିଥିଲେ ଓ ତାଙ୍କ ପରିବାର ଦାମାସକସ ନିକଟରେ ରହିବା ଆରମ୍ଭ କରିଥିଲେ।

ରିପୋର୍ଟ ଅନୁସାରେ, ଜୁଲାନି ୨୦୦୩ରେ ଅଲକାଏଦାରେ ସାମିଲ ହୋଇଥିଲେ। ଆତଙ୍କବାଦର ମୂଳପୋଛ କରିବା ନାଁରେ ଆମେରିକା ମଧ୍ୟପ୍ରାଚ୍ୟରେ ପ୍ରବେଶ କରୁଥିବା ବେଳେ ଜୁଲାନି ଇରାକରେ ରହି ଅଲକାଏଦା ପାଇଁ କାମ କରୁଥିଲେ। ଅଲକାଏଦା ଭଳି ଆତଙ୍କୀ ସଂଗଠନ ପାଇଁ କାମ କରିବା ବେଳେ ଜୁଲାନି ଅଲଗା ନାଁରେ ଏଚଟିଏସ ଗଠନ କରିଥିଲେ। ସେତେବେଳେ ଏହାର ନାଁ ଜବହତ ଅଲ ନୁସ୍ରା ରହିଥିଲା। ୨୦୧୧ରେ ଏହା ଅଲକାଏଦାର ସିଧାସଳଖ ଗୋଟିଏ ଅଙ୍ଗ ଭାବେ କାମ କରୁଥିଲା।

ଅଲକାଏଦାରେ ଥିବା ସମୟରେ ଜୁଲାନି ଆଇଏସଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ସହ ମଧ୍ୟ କାମ କରିଥିଲେ। ୨୦୨୨ରେ ବାଗଦାଦୀକୁ ଆମେରିକା ସିରିଆରେ ହତ୍ୟା କରିଥିଲା।

ଏହାପୂର୍ବରୁ ୨୦୧୩ରେ ଜୁଲାନି ହଠାତ୍‌ ବାଗଦାଦୀ ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିଲେ। ନୁସ୍ରା ପ୍ରଣ୍ଟକୁ ୨୦୧୩ରେ ବାଗଦାଦୀ ଏକତରଫା ଭାବେ ନିଜ ସହ ମିଶାଇବାକୁ ଚେଷ୍ଟା କରିବାରୁ ଜୁଲାନି ରକ୍ତାକ୍ତ ଲଢ଼େଇ ମଧ୍ୟ କରିଥିଲେ।

ଅଲକାଏଦା ସହ ସମ୍ପର୍କଚ୍ଛିନ୍ନ କରିବାର ପ୍ରାୟ ୮ ବର୍ଷ ପରେ ଜୁଲାନି ପୁଣି ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ଆମେରିକା ବିରୋଧରେ ସେ ମତ ରଖିଥିଲେ। ତାଙ୍କ ସଂଗଠନ ନିରୀହ ଲୋକଙ୍କ ହତ୍ୟାକୁ ବିରୋଧ କରୁଥିବା ସେ କହିଥିଲେ। ନୁସ୍ରା ପ୍ରଣ୍ଟ କେମିତି ୬ ଜଣରୁ ବର୍ଷକ ମଧ୍ୟରେ ୫ ହଜାରରେ ପହଞ୍ଚିଛି, ସେକଥା ମଧ୍ୟ କହିଥିଲେ।

୨୦୨୨ରେ ବାଗଦାଦୀର ମୃତ୍ୟୁପରେ ସିରିଆରେ ଆଇଏସଆଇଏସର ଦବଦବା କମି ଯାଇଥିଲା। ଏତିକି ବେଳେ ଜୁଲାନିଙ୍କ ଏଚଟିଏସ ସିରିଆର ଇଡଲିବକୁ ଦଖଲ କରିଥିଲା। ଏଠାରେ ସଂଗଠନ ପକ୍ଷରୁ ସାଲଭେସନ ସରକାର ନାଁରେ ଶାସନ ଆରମ୍ଭ କରିଥିଲା।

ଏବେ ସିରିଆର ଏହି ବିଦ୍ରୋହ ସଂଗଠନ ଦାମାସକସକୁ ଦଖଲ କରିଥିବାରୁ ଜୁଲାନି ନିଜର ସଂଗଠନ ଏଚଟିଏସକୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସରକାରୀ ସଂସ୍ଥା ଭାବେ ପରିଚୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Syria Syria Crisis Syria Violence Syrian Rebels Syrian President Abu Mohammed Al Julani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe