Advertisment

ଆମେରିକାରୁ କେଉଁମାନେ ବିଦା ହେଉଛନ୍ତି ଓ କେଉଁମାନେ ହେଉନାହାନ୍ତି? ପୂରା ତଥ୍ୟ ଉପରେ ନଜର ପକାନ୍ତୁ

ଆମେରିକାରେ ରହି ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖରାପ ଦିନ ଆସୁଛି। ସେମାନେ ଚେନରେ ବନ୍ଧା ହୋଇ ବିମାନରେ ନିଜ ନିଜ ଦେଶକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Deported

Deported

Advertisment

ଏକଦା ଆମେରିକାର ସ୍ୱପ୍ନ ଦେଖିଥିବା ୧.୪ ମିଲିୟନ ବେଆଇନ ପ୍ରବାସୀଙ୍କ ମୁଣ୍ଡରେ ଏବେ ପ୍ରତ୍ୟର୍ପଣର ଖଣ୍ଡା ଝୁଲୁଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ସେମାନଙ୍କୁ ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଆମେରିକାର ସୀମାକୁ ସୁରକ୍ଷିତ କରିବା ସହ ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ତଡ଼ିବା ପାଇଁ ଚାହୁଁଛନ୍ତି। ଏହାର ଅର୍ଥ ଆମେରିକାରେ ରହି ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖରାପ ଦିନ ଆସୁଛି। ସେମାନେ ଚେନରେ ବନ୍ଧା ହୋଇ ବିମାନରେ ନିଜ ନିଜ ଦେଶକୁ ଫେରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

Advertisment

ବେଆଇନ ପ୍ରବେଶର ରାସ୍ତା ଅତ୍ୟନ୍ତ ବିପଦଜନକ

ଆମେରିକାର ବେଆଇନ ରାସ୍ତା ସବୁବେଳେ ବିପଦଜନକ। ଯିଏ ସେହି ରାସ୍ତାରେ ଯାଇଛି, ସେ ହିଁ ଏହାର ଭୟଙ୍କର ଅନୁଭୂତିକୁ ଜାଣିପାରିଛି। ଗୋଟିଏ ଦେଶରେ ବେଆଇନ ଭାବେ ପ୍ରବେଶ କରିବା ପାଇଁ ମାନବ ଚାଲାଣକାରୀଙ୍କୁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ିଥାଏ। ସେହିପରି ଡ୍ରଗ ମାଫିଆଙ୍କୁ ପ୍ରୋଟେକସନ ପାଣ୍ଠି ଦେବାକୁ ହୋଇଥାଏ। ଅନେକ ଦୁଷ୍କର୍ମର ଶିକାର ହୋଇଛନ୍ତି ଓ ଟଙ୍କା ନ ଦେବାରୁ ଅନେକଙ୍କୁ ହତ୍ୟା ବି କରାଯାଇଛି। ପରବର୍ତ୍ତୀ ଷ୍ଟେପ ହେଲା ବଡ଼ ବଡ଼ ପାହାଡ଼ ଓ ଘଞ୍ଚ ଜଙ୍ଗଲକୁ ଅତିକ୍ରମ କରିବା। ସେହିପରି ଅଧା ରାସ୍ତାରେ ରୋଗ ମଧ୍ୟ ବେଆଇନ ପ୍ରବେଶକାରୀଙ୍କ ଆଗରେ ବାଧା ସୃଷ୍ଟି କରିଥାଏ। ଭାରତୀୟ ମହାଦ୍ୱୀପରେ ଡଙ୍କି ରାସ୍ତା ଆଦୌ ସହଜ ନୁହେଁ। ଏହି ରାସ୍ତା ଯେ ସବୁବେଳେ ଆମେରିକା ସ୍ୱପ୍ନକୁ ସାକାର କରିବ, ତା’ର ମଧ୍ୟ କୌଣସି ଗ୍ୟାରେଣ୍ଟୀ ନାହିଁ।

ଯଦି ବି ପ୍ରବାସୀମାନେ ସେମାନଙ୍କ ପସନ୍ଦର ଦେଶରେ ପହଞ୍ଚି ଯାଉଛନ୍ତି, ତା’ହେଲେ ସେଠାରେ ସେମାନଙ୍କୁ ଇମିଗ୍ରେସନ ବିଚାରପତିଙ୍କୁ ବୁଝାଇବାକୁ ପଡ଼ିବ ଯେ ସେମାନଙ୍କୁ କାହିଁକି ଏଠାରୁ ବିଦା କରା ନ ଯିବ। ସବୁ ପରେ ବି ସେମାନଙ୍କ ସଫଳତାର ହାର ୧%ରୁ କମ।

Advertisment

କେଉଁମାନେ ବିଦା ହେଉଛନ୍ତି?

ଇମିଗ୍ରେସ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ) ପ୍ରତ୍ୟର୍ପଣ ପ୍ରକ୍ରିୟା ପାଇଁ ଅଧିକୃତ ସଂସ୍ଥା। ଆଇସିଇର ଘୋଷଣା ଅନୁସାରେ ଭିସା ନିୟମ ଉଲ୍ଲଙ୍ଘନକାରୀ, ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଓ ସର୍ବସାଧାରଣ ପ୍ରତି ବିପଦ ସୃଷ୍ଟି କରୁଥିବା ଅଣ ଆମେରିକୀୟମାନଙ୍କୁ ପ୍ରତ୍ୟର୍ପଣ କିମ୍ବା ଅଟକ ରଖାଯିବ। ବେଆଇନ ଭାବେ ସୀମା ଅତିକ୍ରମ କରିଥିବା କିମ୍ବା ବୈଧ ଦସ୍ତାବିଜ ବିନା ଏଜେଣ୍ଟଙ୍କ ଚାଲାଣର ଶିକାର ହୋଇଥିବା ଲୋକଙ୍କୁ ପ୍ରଥମେ ଅଟକ ରଖାଯିବ ଓ ସେମାନଙ୍କୁ ଅଟକ କେନ୍ଦ୍ରକୁ ପଠାଯିବ।

ଯେଉଁ ଯାଏ ସେମାନଙ୍କୁ ଇମିଗ୍ରେସନ କୋର୍ଟରେ ହାଜର କରାଯାଇ ନାହିଁ, ସେଯାଏ ସେମାନେ ସେଠାରେ ରହିବେ। କୋର୍ଟ ଅଟକ ଥିବା ପ୍ରବାସୀଙ୍କୁ ଏଠାରେ ଆଶ୍ରୟ ମିଳିବ କି ନାହିଁ, ତା’ର ନିଷ୍ପତ୍ତି ନେବେ। ଏହାପରେ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ।

ବଳପୂର୍ବକ ପ୍ରତ୍ୟର୍ପଣ ପୂର୍ବରୁ ସେମାନଙ୍କୁ ସ୍ୱେଚ୍ଛାକୃତ ଦେଶ ଛାଡ଼ିବାକୁ ବିକଳ୍ପ ଦିଆଯିବ। ବିଶେଷ କ୍ଷେତ୍ରରେ କିଛି ଅଣ ଆମେରିକୀୟଙ୍କୁ ବିନା ଶୁଣାଣିରେ ମଧ୍ୟ ଏପରି ବିକଳ୍ପ ଦିଆଯାଇ ପାରିବ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଆମେରିକା ସରକାର ବେଆଇନ ପ୍ରବାସୀଙ୍କୁ ଆକାଶ ପଥରେ ବିଦା କରିବ। ପୂର୍ବରୁ ଚାର୍ଟାର୍ଡ ବିମାନରେ ପ୍ରବାସୀଙ୍କୁ ପଠା ଯାଉଥିଲା। କିନ୍ତୁ ଏବେ ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରେ ପ୍ରବାସୀଙ୍କୁ ଆମେରିକାରୁ ବିଦା କରାଯାଉଛି।

କେଉଁମାନେ ବିଦା ହେବେ ନାହିଁ?

* ବେଆଇନ ଭାବେ ଆମେରିକାରେ ପ୍ରବେଶ କିରିଥିବା କିଛି ପ୍ରବାସୀ ରାଜନୀତିକ ଆଶ୍ରୟ ପାଇଁ ଆବେଦନ କରିପାରନ୍ତି। ନିଜ ଦେଶକୁ ଫେରିବା ଯୋଗୁ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା କଥା ସେମାନେ ଯଦି ଇମିଗ୍ରେସନ ବିଚାରପତିଙ୍କୁ ବୁଝାଇ ପାରିବେ, ତା’ହେଲେ ସେମାନେ ଆମେରିକାରେ ରହିପାରିବେ। ତେବେ ଆଶ୍ରୟ ପାଇଁ ହେଉଥିବା ଶହଶହ ଆବେଦନରୁ ମାତ୍ର କିଛି ହାତ ଗଣିତି ମାମଲାକୁ ବିଚାର ପାଇଁ ଗ୍ରହଣ କରାଯାଏ।

* କିଛି ପ୍ରବାସୀ ଅସ୍ଥାୟୀ ସୁରକ୍ଷା ଷ୍ଟାଟସ(ଟିପିଏସ୍‌) ପାଇଁ ଆବେଦନ କରିପାରିବେ। ଯଦି ସ୍ୱଦେଶ ଫେରବା ସେମାନଙ୍କ ପାଇଁ ସୁରକ୍ଷିତ ନଥିବା ସେମାନେ ଅନୁଭବ କରୁଛନ୍ତି, ତା’ହେଲେ ଟିପିଏସ ପାଇଁ ଆବେଦନ କରିପାରିବେ। କେବଳ କିଛି ହାତ ଗଣତି ଦେଶ କ୍ଷେତ୍ରରେ ଟିପିଏସ୍‌ ଲାଗୁ ହୋଇପାରିବ। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଆମେରିକାରେ ୮,୬୩,୮୮୦ ଜଣ ଟିପିଏସ୍‌ ବଳରେ ରହୁଛନ୍ତି।

* ନିଜର ଛୋଟ ପିଲାଙ୍କ ସହ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା କିଛି ପ୍ରବାସୀ ଡିଏସିଏ ବଳରେ ନିଜର ପ୍ରତ୍ୟର୍ପଣକୁ ବିଳମ୍ବିତ କରିପାରିବେ।

* ଆଇସିଇ ମଧ୍ୟ ନିଜ ଇଚ୍ଛା ଅନୁସାରେ କିଛି ପ୍ରବାସୀଙ୍କୁ ରିଲିଜ କରିପାରିବ। ଯଦି ସେମାନଙ୍କ ଠାରୁ ସାଧାରଣ ଲୋକଙ୍କୁ କୌଣସି ପ୍ରକାରର ବିପଦ ନଥିବା ଆଇସିଇ ଅନୁଭବ କରିପାରିବ, ତା’ହେଲେ ସେମାନଙ୍କୁ ଛାଡ଼ି ପାରିବ।

ଆଇସିଇ ୧.୪୪ ମିଲିୟନ ପ୍ରବାସୀଙ୍କୁ ବିଦା କରିବାକୁ ଲକ୍ଷ୍ୟ ରଖିଛି। ଏମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୧୮ ହଜାର। ଚାଇନିଜ ଲୋକଙ୍କ ସଂଖ୍ୟା ୧୮ ହଜାର ରହିଛି। ତେବେ କେନ୍ଦ୍ରୀୟ ଓ ଲାଟିନ ଆମେରିକୀୟ ଦେଶ ଯଥେ ହୋଣ୍ଡୁରାସ, ଗୁଏତମାଲା, ଇଅଇ ସାଲଭାଡର ଓ ମେକ୍ସିକୋରୁ ୨ ଲକ୍ଷ ଲେଖାଏ ଲୋକ ଆମେରିକାରେ ରହିଛନ୍ତି।

USA India Migrants Migrant Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe