Advertisment

Middle East War: ଖାମେନେଇଙ୍କ ସ୍ଥାନ ନେଲେ ପୁଅ ମୋଜତାବା, ହତ୍ୟା ଧମକ ଦେଲା ଇସ୍ରାଏଲ

ମୋଜତାବା ଇରାନର ସୁପ୍ରିମ ଲିଡର ହେବା କ୍ଷଣୀ ଇସ୍ରାଏଲ ପକ୍ଷରୁ ତାଙ୍କୁ ଖୋଲା ଧମକ ଦିଆଯାଇଛି। ଇରାନର ପରବର୍ତ୍ତୀ ସୁପ୍ରିମ ଲିଡରଙ୍କୁ ନିପାତ କରିବା ପାଇଁ ଟାର୍ଗେଟ କରାଯିବ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

author-image
Hemant Lenka
Mojtaba

ମୋଜତାବା ଓ ଖାମେନେଇ

Middle East War Updates: ଇରାନର ସୁପ୍ରିମ ଲିଡର ଭାବେ ନିଯୁକ୍ତି ପାଇଛନ୍ତି ମୋଜତାବା ଖାମେନେଇ। ଶନିବାର ଇସ୍ରାଏଲ ଓ ଆମେରିକାର ଏୟାର ଷ୍ଟ୍ରାଇକରେ ଇରାନର ସୁପ୍ରିମ ଲିଡର ଆୟୋତୁଲ୍ଲା ଅଲୀ ଖାମେନେଇ ପ୍ରାଣ ହରାଇଥିଲା। ଏହାପରେ ଦେଶର ଶକ୍ତିଶାଳୀ ଆସେମ୍ବ୍ଲି ଅଫ ଏକ୍ସପର୍ଟ ଅଲୀ ଖାମେନେଇ ପୁଅ ମୋଜତାବାଙ୍କୁ ଦେଶର ସୁପ୍ରିମ ଲିଡର ଭାବେ ଚୟନ କରିଛନ୍ତି।

Advertisment

ମୋଜତାବା ଇରାନର ସୁପ୍ରିମ ଲିଡର ହେବା କ୍ଷଣୀ ଇସ୍ରାଏଲ ପକ୍ଷରୁ ତାଙ୍କୁ ଖୋଲା ଧମକ ଦିଆଯାଇଛି। ଇରାନର ପରବର୍ତ୍ତୀ ସୁପ୍ରିମ ଲିଡରଙ୍କୁ ନିପାତ କରିବା ପାଇଁ ଟାର୍ଗେଟ କରାଯିବ ବୋଲି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। 

ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ ଇରାନ ଯାହାକୁ ବି ଦେଶର ପରବର୍ତ୍ତୀ ସୁପ୍ରିମ ଲିଡର ଭାବେ ବାଛିବ, ତାଙ୍କୁ ନିପାତ କରିବା ପାଇଁ ଟାର୍ଗେଟ କରାଯିବ। ସେ କହିଛନ୍ତି, “ଇସ୍ରାଏଲକୁ ଧ୍ୱଂସ କରିବା, ଆମେରିକା, ବିଶ୍ୱର ମୁକ୍ତ ଦେଶ ଓ ଉକ୍ତ ଅଞ୍ଚଳରେ ଥିବା ଦେଶଗୁଡ଼ିକ ଧମକାଇବା ପାଇଁ ଇରାନୀ ଆତଙ୍କୀ ଶାସନ ଦ୍ୱାରା ନିଯୁକ୍ତ ହେଉଥିବା ପ୍ରତିଟି ନେତା ଓ ନେତୃତ୍ୱଙ୍କୁ ନିପାତ କରାଯିବ। କାହାକୁ ବି ଛଡ଼ା ଯିବ ନାହିଁ।” 

Advertisment

ମୋଜତାବା ଇରାନର ନୂଆ ସୁପ୍ରିମ ଲିଡର ଭାବେ ନିଯୁକ୍ତି ପାଇବା ଖବର ସାମ୍ନାକୁ ଆସିବା ପରେ ଇସ୍ରାଲଏ ପକ୍ଷରୁ ଏପରି ଧମକ ଦିଆଯାଇଛି। ଅଲୀ ଖାମେନେଇଙ୍କ ଭଳି ଆଇଆରଜିସିରେ ମୋଜତାବାଙ୍କ ବେଶ ଦବଦବା ରହିଛି। ମୋଜତାବାଙ୍କୁ ସୁପ୍ରିମ ଲିଡର କରିବାକୁ ଆଇଆରଜିସି ମଧ୍ୟ ପ୍ରସ୍ତାବ ଦେଇଥିଲା।

୧୯୬୯ରେ ମାଶହାଦରେ ଜନ୍ମ ଗ୍ରହଣ କରିଥିବା ମୋଜତାବା ଖାମେନେଇ ହେଉଛନ୍ତି ଅଲୀ ଖାମେନେଇଙ୍କ ଦ୍ୱିତୀୟ ପୁଅ। ସେ ଶାହ ମହମ୍ମଦ ରେଜା ପହଲଭୀଙ୍କ ଶାସନ ସମୟରେ ବଡ଼ ହୋଇଥିଲେ। ତାଙ୍କ ବାପା ଅଲୀ ଖାମେନେଇ ରାଜତନ୍ତ୍ରର ତୀବ୍ର ସମାଲୋଚକ ଥିଲେ। ସେ ରାଜତନ୍ତ୍ର ବିରୋଧରେ ରୁହୋଲ୍ଲା ଖୋମେନିଙ୍କ ସହ ହାତ ମିଳାଇଥିଲେ। ୧୯୭୯ ଇରାନ ବିପ୍ଳବର ରାଜତନ୍ତ୍ରର ଲୋପ ହୋଇଥିଲା ଓ ଦେଶରେ ଧାର୍ମିକ ଗଣତନ୍ତ୍ର ଶାସନ ଆରମ୍ଭ ହୋଇଥିଲା। ରୁହୋଲ୍ଲା ଖୋମେନି ଇରାନର ପ୍ରଥମ ସୁପ୍ରିମ ଲିଡର ହୋଇଥିଲେ। ପରବର୍ତ୍ତୀ ସମୟରେ ଖାମେନେଇ ପରିବାର ନୂଆ ଶକ୍ତି କେନ୍ଦ୍ରର ମୂଳକୁ ଦଖଲ କରିଥିଲେ। 

୧୯୮୯ରେ ଅଲି ଖାମେନେଇ ଇରାନର ସୁପ୍ରିମ ଲିଡର ହେବା ପରେ ମୋଜତାବା ଇରାନର ଧାର୍ମିକ ଓ ରାଜନୀତିକ କେନ୍ଦ୍ରକୁ ଆସିଥିଲେ। ଅଧିକାଂଶ ରାଜନୀତିକ ପରିବାର ଭଳି କିନ୍ତୁ ୫୬ ବର୍ଷୀୟ ମୋଜତାବା ସର୍ବସମ୍ମୁଖକୁ ଆସୁ ନଥିଲେ। ସେ ସବୁବେଳେ କ୍ୟାମେରା ଆଢ଼ୁଆଳରେ ରହୁଥିଲେ।

ସେ ପରାଦ ପଛରେ ରହି ସବୁ କିଛି କରୁଥିଲେ। ସୁପ୍ରିମ ଲିଡରଙ୍କ ଅଫିସରେ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ହେଉଥିଲା। ଫେବୃଆରୀ ୨୮ରେ ବାପା ଖାମେନେଇଙ୍କ ମୃତ୍ୟୁ ପରେ ଏବେ ମୋଜତାବା ସୁପ୍ରିମ ଲିଡର ହୋଇଛନ୍ତି। 

ମୋଜତାବା ଖାମେନେଇ ୧୯୮୭ରେ ଇରାନର ଇସଲାମିକ ମିଲିଟାରୀ ଫୋର୍ସରେ ସାମିଲ ହୋଇଥିଲେ। ଇରାନ-ଇରାକ ଯୁଦ୍ଧର ଶେଷ ପର୍ଯ୍ୟାୟରେ ହିଁ ସେ ବନ୍ଧୁକ ଉଠାଇଥିଲେ। ଯୁଦ୍ଧ ସମୟରେ ସେ ହାବିବ ବାଟାଲିୟନ ପାଇଁ ଲଢ଼େଇ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। 

Middle East war updates