Advertisment

ଡୋଲାନ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ କିଏ?

ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବାରମ୍ବାର ହତ୍ୟା ଉଦ୍ୟମ କରାଯାଉଛି।

ଅଦ୍ୟତନ ହୋଇଛି
Ryan Wesley Routh & Donald Trump

Ryan Wesley Routh & Donald Trump

Advertisment

ନିର୍ବାଚନୀ ମାହୋଲ ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ବାରମ୍ବାର ହତ୍ୟା ଉଦ୍ୟମ କରାଯାଉଛି। ଜୁଲାଇରେ ଏକ ରାଲିରେ ଗୁଳିମାଡ଼ କରାଯାଇ ଥିବାବେଳେ ଗତକାଲି ପୁଣି ତାଙ୍କ ଉପରେ ହମଲା ହୋଇଛି।

Advertisment

ସୌଭାଗ୍ୟବଶତଃ ଟ୍ରମ୍ପ ରକ୍ଷା ପାଇଯାଇ ଥିବାବେଳେ ଦୁର୍ବୃତ୍ତକୁ କାବୁ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଡେମୋକ୍ରାଟ ପାର୍ଟିର ଜଣେ ସମର୍ଥକ ବୋଲି ଜଣାପଡିଛି। ତାଙ୍କ ନାଁ ରିଆନ ୱେସଲି ରୌଥ (୫୮)।

ପୂର୍ବରୁ ଏକ ସାକ୍ଷାତକାରରେ ରୌଥ ୟୁକ୍ରେନର ଜଣେ ଦୃଢ ସମର୍ଥକ ବୋଲି କହିଥିଲେ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ସେ ୟୁକ୍ରେନ ରାଜଧାନୀ କିଭ୍ ଯାଇଥିବା କହିଥିଲେ। ମାତ୍ର ସେ କେଉଁ ଉଦ୍ଦେଶ୍ୟରେ ଟ୍ରମ୍ପ ଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାର ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି।

Advertisment

ପ୍ରକାଶ ଥାଉକି, ଗତକାମି ମଧ୍ୟାହ୍ନ ୨ଟା (ଭାରତୀୟ ସମୟ ରାତି ୧୧.୩୦)ରେ ଟ୍ରମ୍ପଙ୍କ ଉପରକୁ ଆକ୍ରମଣ କରାଯାଇଥିଲା। ସେ ଫ୍ଲୋରିଡା ସ୍ଥିତ ତାଙ୍କ ଗଲ୍ଫ କ୍ଲବରେ ଖେଳୁ ଥିବାବେଳେ ରିଆନ୍ ୱେସଲି ରୌଥ ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିଲେ। ସେ ଟ୍ରମ୍ପଙ୍କୁ ଟାର୍ଗେଟ କରି ଚାରି ରାଉଣ୍ଡ ଗୁଳି କରିଥିଲେ ମଧ୍ୟ ତାଙ୍କ ଦେହରେ କୌଣସି ଗୁଳି ବାଜିନଥିଲା। ଫଳରେ ଟ୍ରମ୍ପ ସୁରକ୍ଷିତ ଅଛନ୍ତି।

ଏହା ପୂର୍ବରୁ ଜୁଲାଇ ୧୩ରେ ମଧ୍ୟ ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଇଥିଲା। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା। ଏଥିରେ ଗୋଟିଏ ରାଉଣ୍ଡ ଗୁଳି ଟ୍ରମ୍ପଙ୍କ କାନରେ ବାଜି ଚାଲିଯାଇଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ରାଲିରେ ଯୋଗ ଦେଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟି ଥିବାବେଳେ ଦୁଇ ଜଣ ଆହତ ହୋଇଥିଲେ। 

US Presidential Election Donald Trump Donald Trump Shooting America Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe