Advertisment

Gen Z ଆନ୍ଦୋଳନ ପଛର ଚେହେରା ସୁଦନ ଗୁରୁଙ୍ଗ, ହରାଇ ସାରିଛନ୍ତି ନିଜର ପିଲା

ସ୍ଥିତି ଉତ୍ତେଜନାମୂଳକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଠାରୁ ଆରମ୍ଭ କରି ସରକାରୀ ଦଳର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ଦେଶ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Sudan Gurung

Sudan Gurung

ନେପାଳରେ ଏବେ ଯୁବଗୋଷ୍ଠୀ ବା ଜେନ ଜେଡ୍‌ ଆନ୍ଦୋଳନ ତୀବ୍ର ରୂପ ନେଇଛି। ସରକାର ସୋଶାଲ ମିଡିଆ ଉପରେ ବ୍ୟାନ ଲଗାଇବାରୁ ସୋମବାର ଠାରୁ ଦେଶରେ ଜେନ ଜେଡଙ୍କ ଆନ୍ଦୋଳନ ଆରମ୍ଭ ହୋଇଛି। ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବା ବେଳେ ପୁଲିସ୍‌ ଗୁଳିରେ ୨୦ ଜଣଙ୍କ ଜୀବନ ଯାଇଛି। ସୋମବାର ସ୍ଥିତି ବେକାବୁ ହୋଇଥିବା ବେଳେ ମଙ୍ଗଳବାର ଏହାର ଭୟଙ୍କର ରୂପ ନେଇଛି।

Advertisment

ବିକ୍ଷୋଭକାରୀମାନେ ଦେଶର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବ୍ୟକ୍ତିଗତ ଘରେ ପଶିଛନ୍ତି। ସେଠାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ବିକ୍ଷୋଭକାରୀଙ୍କ ଆକ୍ରୋଶରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍କ କମଳ ଦହଲ ଓରଫ ପ୍ରଚଣ୍ଡ ଓ ଶେର ବାହାଦୂର ଦେଉବା ଓ ଶକ୍ତି ମନ୍ତ୍ରୀ ଦୀପକ ଖାଡକାଙ୍କ ଘର ମଧ୍ୟ ବର୍ତ୍ତି ପାରିନାହିଁ। ବିକ୍ଷୋଭକାରୀମାନେ ସେଠାରେ ଭଙ୍ଗାରୁଜା କରିଛନ୍ତି।

ସ୍ଥିତି ଉତ୍ତେଜନାମୂଳକ ରହିଥିବା ବେଳେ ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମାଙ୍କ ଠାରୁ ଆରମ୍ଭ କରି ସରକାରୀ ଦଳର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ଦେଶ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ତ୍ରିଭୂବନ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ବନ୍ଦ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମନ୍ତ୍ରୀମାନଙ୍କୁ ସେମାନଙ୍କ ବାସଭବନରୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Advertisment

ସମସ୍ତଙ୍କୁ ଏୟାରପୋର୍ଟ ଅଣା ଯାଇ ଅନ୍ୟତ୍ର ପଠାଇବାର ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ନେପାଳରୁ ଘରୋଇ ବିମାନରେ ଦୁବାଇ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ତ୍ରିଭୂବନ ଏୟାରପୋର୍ଟରେ ଏଥିପାଇଁ ୩୦୦ ସେନା ଯବାନଙ୍କୁ ମୁତୟନ କରାଯାଇଛି। ନେପାଳ ଆର୍ମିର ହେଲିକପ୍ଟର ପୂରା ଅଞ୍ଚଳରେ ପଇଁତରା ମାରୁଛି।

ତେବେ ନେପାଳରେ ଦେଖାଯାଇଥିବା ଏତେ ବଡ଼ ବିକ୍ଷୋଭ ପଛରେ ରହିଛନ୍ତି ଜଣେ ୩୬ ବର୍ଷୀୟ ବ୍ୟକ୍ତି। ତାଙ୍କ ନାଁ ହେଲା ସୁଦାନ ଗୁରୁଙ୍ଗ। ନେପାଳ ଭୂକମ୍ପରେ ନିଜର ସାନ ପିଲା ଓ ପରିବାରକୁ ହରାଇବା ପରେ ଗୁରୁଙ୍ଗଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ସେ ସମାଜ ସେବା କରୁଥିବା ବେଳେ ଏବେ ସରକାରୀ ବିରୋଧୀ ଚେହେରା ବନି ଯାଇଛନ୍ତି।

ଚର୍ଚ୍ଚାରେ ସୁଦନ ଗୁରୁଙ୍ଗ

ପୂରା ବିକ୍ଷୋଭର ଚେହେରା ହେଉଛନ୍ତି ହାମି ନେପାଳର ସଭାପତି ୩୬ ବର୍ଷୀୟ ସୁଦନ ଗୁରୁଙ୍ଗ। ଯୁବଗୋଷ୍ଠୀଙ୍କୁ ନେଇ ଗଠିତ ଗୋଟିଏ ଏନଜିଓ ହେଉଛି ହାମି ନେପାଳ। ସମାଜ ସେବା କରିବା ଓ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତଳନ କରିବା ହେଉଛି ଏହି ଏନଜିର କାମ। ନେପାଳରେ ଏହି ସଂଗଠନ ବେଶ ପରିଚିତ। ଗୋଟିଏ ପୋଷ୍ଟରେ ଗୁରୁଙ୍ଗରେ କହିଥିଲେ ଯେ ତାଙ୍କ ସଂଗଠନ ଶୋଭାଯାତ୍ରା ପାଇଁ ଆବେଦନ କରିଛି ଓ ଶିକ୍ଷାର୍ଥୀମାନେ ୟୁନିଫର୍ମ ପିନ୍ଧି ବହି ଧରି ବିକ୍ଷୋଭ ସାମିଲ ହୁଅନ୍ତୁ।

ସରକାର ସୋଶାଲ ମିଡିଆରେ ବ୍ୟାନ ଲଗାଇବା ପୂର୍ବରୁ ହାମି ନେପାଳ ଏହି ପ୍ଲାଟଫର୍ମକୁ ବ୍ୟବହାର କରି ବିକ୍ଷୋଭ ରୁଟ ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲା। ହାମି ନେପାଳ କଥାରେ ହଜାର ହଜାର ଯୁବକ ଯୁବତୀ ସରକାରଙ୍କ ବିରୋଧୀ ବିକ୍ଷୋଭରେ ସାମିଲ ହୋଇଛନ୍ତି।

ସୁଦନ ଗୁରୁଙ୍ଗ କିଏ?

ତୃଣମୂଳ ସ୍ତରର ନେତା: ୨୦୧୫ ଭୂକମ୍ପ ପରେ ଯୁବଗୋଷ୍ଠୀଙ୍କୁ ନେଇ ହାମି ନେପାଳ ଏନଜିଓ ଗଠନ ହୋଇଥିଲା

ବ୍ୟକ୍ତିଗତ ଟ୍ରାଜେଡି: ସୁଦନ ଗୁରୁଙ୍ଗ ଭୂକମ୍ପରେ ତାଙ୍କ ପିଲାକୁ ହରାଇଥିଲେ। ପରିବାର କିଛି ସଦସ୍ୟ ମଧ୍ୟ ଆଖି ବୁଜିଥିଲେ। ଏହି ଘଟଣା ତାଙ୍କ ଜୀବନର ଗତିପଥକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା ବୋଲି ଦ ଅନ୍ନପୂର୍ଣ୍ଣା ଏକ୍ସପ୍ରେସରେ ରିପୋର୍ଟ ପ୍ରକାଶ ପାଇଛି।

ଇଭେଣ୍ଟ ଆୟୋଜକରୁ ସ୍ୱେଚ୍ଛାସେବୀ: ସୁଦନ ଗୁରୁଙ୍ଗ ଏକଦା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜକ ଭାବେ କାମ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ସାମଜ ସେବା କରିବା ସହ ବିପର୍ଯ୍ୟୟ ସମୟରେ ରିଲିଫ ଯୋଗାଇ ଥିଲେ। ସମାଜ ସେବାରେ ନିଜକୁ ସାମିଲ କରିଥିଲେ।

ଟ୍ରାକ ରେକର୍ଡ: ବିପି କୋଇରାଲା ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ସାଇନ୍ସରେ ସ୍ୱଚ୍ଛତା ଦାବି କରି ସୁଦନ ଏକଦା ଗୋଟିଏ ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଏଠାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସେ ଧାରଣା ଦେଇଥିଲେ।

ଜେନ ଜେଡର ସ୍ୱର: ୩୬ ବର୍ଷୀୟ ସୁଦନ ଯୁବକମାନଙ୍କୁ ନିଜ ସହ ସାମିଲ କରି ଡିଜିଟାଲ ଉପାୟରେ ସବୁ ପ୍ରସଙ୍ଗରେ ସ୍ୱର ଉଠାଇବା ଆରମ୍ଭ କରିଥିଲେ। ଯୁବଗୋଷ୍ଠୀଙ୍କୁ ଚାକିରି ଦେବା ଓ ଦୁର୍ନୀତି ବିରୋଧରେ ସ୍ୱର ସେ ବନି ଯାଇଥିଲେ। ଏବେ ତାଙ୍କ କଥାରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି।

ସେମାନେ କେବଳ ସୋଶାଲ ମିଡିଆ ବ୍ୟାନ ବିରୋଧରେ ନୁହେଁ, ବରଂ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରିଛନ୍ତି। ସରକାର ଦୁର୍ନୀତି କରୁଥିବାରୁ ଯୁବଗୋଷ୍ଠୀ ଚାକିରି ପାଉ ନାହାନ୍ତି। ତେଣୁ ସେମାନେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି।

Nepal gen-z-protest