/odisha-reporter/media/post_attachments/uploadimage/library/16_9/16_9_0/IMAGE_1676372391.jpg)
Marburg Virus
ଚାରିଆଡ଼େ ଆତଙ୍କ ଖେଳାଥିବା ମାରତ୍ମକ ଭୂତାଣୁ କରୋନା ଏବେବି ସାରା ବିଶ୍ୱରୁ ସମ୍ପୂର୍ଣ୍ଣ ଯାଇନାହିଁ। କିଛି ଦେଶରେ ଏବେବି ଏହି ଭୂତାଣୁର ତାଣ୍ଡବ ଜାରି ରହିଛି। ଏହାରି ଭିତରେ ଆଉ ଏକ ନୂଆ ଭୂତାଣୁର ସଂକ୍ରମଣ ଆରମ୍ଭ ହୋଇଛି। ତେବେ ଏଥର ଚୀନ୍ରେ ନୁହେଁ ଆଫ୍ରିକୀୟ ଦେଶରେ ଜନ୍ମ ନେଇଛି ମାରବର୍ଗ ଭାଇରସ୍।
ଆଫ୍ରିକୀୟ ଦେଶ ଇକ୍ୱେଟୋରିଆଲ୍ ଗିନିରେ ମାରବର୍ଗ ଭୂତାଣୁ ଆତଙ୍କ ଖେଳାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥା ହୁ’ ଚେତାବନୀ ଜାରି କରିଛି।
ହୁ’ ଦେଇଥିବା ସୂଚନା ମୁତାବକ, ଏ ସମସ୍ତ ୯ ଜଣ ମୃତକଙ୍କ ଠାରେ ମାରବର୍ଗ ଭୂତାଣୁ ଚିହ୍ନଟ ହୋଇଛି। ଏହି ଭାଇରସ ମଧ୍ୟ ବାଦୁଡିରୁ ବ୍ୟାପୁଥିବା ଜଣାପଡିଛି । ଗିନିରେ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ଯେଉଁମାନଙ୍କ ଠାରେ ଏହାର ଲକ୍ଷଣ ଦେଖାଦେଉଛି ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି।
କ’ଣ ଏହି ମାରବର୍ଗ ଭାଇରସର ଲକ୍ଷଣ?
ମାରବର୍ଗ ଭୂତାଣୁ ସଂକ୍ରମଣର ଲକ୍ଷଣ ଇବୋଲା ଭୂତାଣୁ ସହ ସମାନ। ଯେଉଁଥିରେ ରୋଗୀଙ୍କୁ ଜ୍ୱର, ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ପରିସ୍ଥିତି ବିଗିଡିବାରୁ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବୟାନ ଜାରି କରି କହିଛି ଯେ ଏହା ମାରବର୍ଗ ଭୂତାଣୁ ପ୍ରଭାବିତ ଅଞ୍ଚଳରେ ଆଗୁଆ ଟିମ୍ ମୁତୟନ କରାଯାଇଛି। ଯେଉଁମାନେ ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ଅଲଗା କରି ସେମାନଙ୍କ ଚିକିତ୍ସା କରୁଛନ୍ତି। ଏହାର ସଂକ୍ରମଣକୁ ରୋକିବା ପାଇଁ ଡବ୍ଲୁଏଚ୍ଓ ଜରୁରୀକାଳୀନ ବିଶେଷଜ୍ଞ ଟିମ୍, ପରୀକ୍ଷାଗାର ଏବଂ ଯୋଗାଯୋଗ ସହାୟତା ବ୍ୟବସ୍ଥା ନିୟୋଜିତ କରିଛି।
ମାରବର୍ଗକୁ କରୋନାଠାରୁ ଆହୁରି ମାରାତ୍ମକ ବୋଲି କୁହାଯାଉଛି। କାରଣ ଯଦି ଠିକ ସମୟରେ ଚିକିତ୍ସା କରାନଯାଏ ତେବେ ପ୍ରତି ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ମୃତ୍ୟୁମୁଖରେ ପଡ଼ିବା ନିଶ୍ଚିତ। ଏହି କାରଣରୁ ଏହି ଭାଇରସକୁ ନେଇ ଆଗୁଆ ହୁ’ ସତର୍କ ହୋଇଉଠିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
