Advertisment

ଟ୍ରମ୍ପଙ୍କୁ ଗୁଳି କରିଥିବା ୨୦ ବର୍ଷୀୟ ଯୁବକ ଜଣଙ୍କ କିଏ?

ଗୁଳିମାଡ଼ କରିଥିବା ଯୁବକ ଜଣଙ୍କ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଇଛି। ଏଫବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଟ୍ରମ୍ପଙ୍କୁ ଗୁଳି କରିଥିବା ଯୁବକଙ୍କ ପରିଚୟ ମିଳିଛି।

Trumph

Trumph

Advertisment

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋଟିଏ ନିର୍ବାଚନୀ ସଭାରେ ଗୁଳିମାଡ଼ ହୋଇଛି। ପେନସିଲଭେନିଆ ଠାରେ ଟ୍ରମ୍ପ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିଟି ଟ୍ରମ୍ପଙ୍କ ଡାହାଣ ପଟ କାନରେ ମାଡ଼ ହୋଇଛି। ତେବେ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଗୁଳିମାଡ଼ କରିଥିବା ଯୁବକ ଜଣଙ୍କ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ପ୍ରାଣ ହରାଇଛି। ଏଫବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଟ୍ରମ୍ପଙ୍କୁ ଗୁଳି କରିଥିବା ଯୁବକଙ୍କ ପରିଚୟ ମିଳିଛି।

ଆକ୍ରମଣକାରୀ ଜଣଙ୍କ ହେଉଛନ୍ତି ସେହି ପେନସିଲଭେନିଆର ୨୦ ବର୍ଷୀୟ ଥୋମାସ ମାଥ୍ୟୁ କ୍ରୁକ୍ସ। ସେ ଟ୍ରମ୍ପଙ୍କ ରାଜନୀତିକ ଦଳ ରିପବ୍ଲିକାନର ସଦସ୍ୟ। ସେ ଦଳରେ ନିଜର ପଞ୍ଜୀକରଣ ମଧ୍ୟ କରିଛନ୍ତି। କିନ୍ତୁ ସେ କ’ଣ ପାଇଁ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କଲେ, ସେକଥା ଜଣାପଡ଼ିନି।

Advertisment

ସ୍ଥାନୀୟ ସରକାରୀ ଓକିଲ ରିଚାର୍ଡ ଗୋଲ୍ଡିଙ୍ଗେର କହିଛନ୍ତି, ଆକ୍ରମଣକାରୀ ଜଣଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ପଡ଼ିଆରେ ରହିଥିଲେ। ପଡ଼ିଆ ବାହାରେ ଥିବା ଗୋଟିଏ ଉତ୍ପାଦନ କେନ୍ଦ୍ରର ଛାତ ଉପରେ ସେ ରହି ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ। ଉକ୍ତ ସ୍ଥାନଟି ଟ୍ରମ୍ପ ଭାଷଣ ଦେଉଥିବା ଷ୍ଟେଜ ଠାରୁ ୧୩୦ ୟାର୍ଡ ଦୂର। ଖୋଲା ମଞ୍ଚରେ ଟ୍ରମ୍ପ ଭାଷଣ ଦେଉଥିବାରୁ ଆକ୍ରମଣକାରୀ ଜଣଙ୍କ ଅତି ସହଜରେ ଟାର୍ଗେଟ ସେଟ କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି।

ଏଫବିଆଇର ପିଟ୍ଟସବର୍ଗ ଫିଲ୍ଡ ଅଫିସ ଇନଚାର୍ଜ କେଭିନ ରୋଜେକଙ୍କ କହିବା କଥା ଯେ ଆକ୍ରମଣକାରୀଙ୍କ ପରିଚୟ ମିଳିଥିଲେ ହେଁ ଗୁଳିମାଡ଼ର କାରଣ ଜଣାପଡ଼ିନି। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

କିନ୍ତୁ ଏବେ ଆଉ ଗୁଳିମାଡ଼ର ଭୟ ନାହିଁ। ଆକ୍ରମଣକାରୀ ଜଣଙ୍କ କେମିତି ଛାତକୁ ଗଲେ, ତାହା ହିଁ ତଦନ୍ତ ସାପେକ୍ଷ। ରାଲିରେ ଥିବା ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଲଟା ଆକ୍ରମଣରେ ଶୁଟର ଜଣଙ୍କ ନିହତ ହୋଇଛନ୍ତି।

ଆଜି ଟ୍ରମ୍ପ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ହଠାତ୍ ତାଙ୍କ ଉପରକୁ ଗୁଳି ଚଳାଯାଇଥିଲା। ସେ ଭାଷଣ ଆରମ୍ଭ କରିବାର ପ୍ରାୟ ୫/୭ ମିନିଟ ପରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ ପରେ ପରେ ଟ୍ରମ୍ପ ତାଙ୍କ ଡାହାଣ କାନ ଉପରେ ହାତ ରଖି ଆଣ୍ଠୁ ମାଡ଼ି ତଳେ ବସି ପଡ଼ିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀମାନେ ତାଙ୍କୁ ଘେରି ଯାଇଥିଲେ। ପୂରା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଗାଡ଼ିକୁ ନିଆଯାଇଥିଲା। 

ଏହି ଘଟଣାକୁ ଉଭୟ ରିପବ୍ଲିକାନ୍ ଓ ଡେମୋକ୍ରେଟିକ୍ ପାର୍ଟି ପକ୍ଷରୁ ନିନ୍ଦା କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେରିକାରେ ଏଭଳି ହିଂସାକାଣ୍ଡର କୌଣସି ସ୍ଥାନ ନାହିଁ। ଆମେ ସମସ୍ତେ ଏକାଠି ହୋଇ ଏହାର ନିନ୍ଦା କରିବା।

USA Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe