Advertisment

କାନାଡାରେ କାହିଁକି ଶିଖ୍‌ମାନେ ଏତେ ଶକ୍ତିଶାଳୀ ?

କାନାଡାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମ୍ପ୍ରଦାୟ ମଧ୍ୟରେ ଶିଖ୍ ସମ୍ପ୍ରଦାୟ ଅନ୍ୟତମ। ଖ୍ରୀଷ୍ଟିଆନ, ମୁସଲମାନ ଓ ହିନ୍ଦୁଙ୍କ ପରେ ଶିଖ୍ ହେଉଛନ୍ତି ଦେଶର ଚତୁର୍ଥ ବଡ଼ ଧାର୍ମିକ ଗୋଷ୍ଠୀ।

author-image
Manoj Swain
ଅଦ୍ୟତନ ହୋଇଛି
Canada

Canada

ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଥମିବାର ନା ଧରୁନି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକାଣ୍ଡକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅଭିଯୋଗ ଆଣିବା ପରେ ଦୁଇ ଦେଶ ମଧ୍ୟରେ କୂଟନୀତିକ ଯୁଦ୍ଧ ଚରମସୀମାରେ ପହଞ୍ଚିଛି। 

Advertisment

ନିଜାରର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ହାତ ଥିବା ଟ୍ରୁଡୋ ସରକାର କରିଥିବା ଦାବିକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ହେଲେ କାନାଡା ସରକାର ଏହାକୁ ମାନିବାକୁ ନାରାଜ। ଦୁଇ ଦେଶ ମଧ୍ୟରେ ବିବାଦ ଘନେଇବା ପରେ ଭାରତ ଓ କାନାଡା ପରସ୍ପର କୂଟନୀତିକ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଭାରତ ସରକାର କାନାଡାବାସୀଙ୍କ ପାଇଁ ଭିସା ମଧ୍ୟ ବନ୍ଦ କରି ଦେଇଛନ୍ତି। 

ଏସବୁ ସତ୍ତ୍ୱେ କାନାଡା ସରକାର କାହିଁକି ସେଠାକାର ଶିଖମାନଙ୍କୁ ଖୋଲା ସମର୍ଥନ କରୁଛନ୍ତି? ଭାରତର ମୋଷ୍ଟୱାଣ୍ଟେଡ ଆତଙ୍କବାଦୀ ନିଜାର ପାଇଁ କାନାଡା ସରକାରଙ୍କ ଏତେ ଦରଦ କାହିଁକି? ଏହା ପଛରେ ଅଛି ରାଜନୀତିକ ଅଭିସନ୍ଧି। କାନାଡାରେ ଶିଖମାନଙ୍କ ଦବଦବା ବେଶ ଅଧିକ। ସେମାନେ ଯେକୌଣସି ସରକାରଙ୍କ ଚେକ ଦେବାକୁ ମଧ୍ୟ ସକ୍ଷମ। ଖାସ ଏହି କାରଣ ପାଇଁ ସମ୍ଭବତଃ ଟ୍ରୁଡୋ ସରକାର ନିଜାରକୁ ସମର୍ଥନ କରୁଛନ୍ତି। 

Advertisment

କାନାଡାରେ ଶିଖ୍ ଜନସଂଖ୍ୟା

୨୦୨୧ ଜନଗଣନା ଅନୁସାରେ କାନାଡାର ଜନସଂଖ୍ୟା ହେଉଛି ୩ କୋଟି ୭୦ ଲକ୍ଷ। ସେଥି ମଧ୍ୟରୁ ୧୬ ଲକ୍ଷ ବା ୪ ପ୍ରତିଶତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। କାନାଡାରେ ଶିଖ୍ ସମ୍ପ୍ରଦାୟଙ୍କ ସଂଖ୍ୟା ପ୍ରାୟ ସାଢେ ୭ ଲକ୍ଷରୁ ଅଧିକ। କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ କାନାଡାରେ ଶିଖ୍ ସମ୍ପ୍ରଦାୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅଧିକାଂଶ ଶିଖ୍ ସମ୍ପ୍ରଦାୟ ଲୋକ ଭାରତର ପଞ୍ଜାବରୁ ଉଚ୍ଚ ଶିକ୍ଷା ଓ ଚାକିରି ପାଇଁ କାନାଡାକୁ ଯାତ୍ରା କରିଥାନ୍ତି। ଏହାପରେ ସେଠାରେ ସ୍ଥାୟୀ ନାଗରିକ ଗ୍ରହଣ କରି ରହି ଯାଉଛନ୍ତି। 

କାନାଡାରେ କାହିଁକି ଶିଖମାନେ ଏତେ ଶକ୍ତିଶାଳୀ ? 

କାନାଡାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସମ୍ପ୍ରଦାୟ ମଧ୍ୟରେ ଶିଖ୍ ସମ୍ପ୍ରଦାୟ ଅନ୍ୟତମ। ଖ୍ରୀଷ୍ଟିଆନ, ମୁସଲମାନ ଓ ହିନ୍ଦୁଙ୍କ ପରେ ଶିଖ୍ ହେଉଛନ୍ତି ଦେଶର ଚତୁର୍ଥ ବଡ଼ ଧାର୍ମିକ ଗୋଷ୍ଠୀ। ଶିଖ୍ ସମ୍ପ୍ରଦାୟଙ୍କ ଜନସଂଖ୍ୟା ଅଣ୍ଟାରିଓ, ବ୍ରିଟିଶ୍ କଲମ୍ବିଆ ଏବଂ ଆଲବର୍ଟା ଅଞ୍ଚଳରେ ଅଧିକ। କାନାଡାରେ ଇଂରାଜୀ ଓ ଫ୍ରେଞ୍ଚ ଭାଷା ପରେ ପଞ୍ଜାବୀ ଭାଷା ତୃତୀୟ ସ୍ଥାନରେ ରହିଛି।

ଗୃହ ନିର୍ମାଣ, ପରିବହନ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଶିଖ୍ ମାନଙ୍କ ଅଧିକ ଦବଦବା ରହିଛି। ସେହିଭଳି କାନାଡାରେ ଅନେକ ହୋଟେଲ, ରେଷ୍ଟୁରାଣ୍ଟ୍ ଏବଂ ଗ୍ୟାସ୍ ଷ୍ଟେସନ୍ ଭଳି ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନର ମାଲିକାନା ଶିଖ୍ ସଂପ୍ରଦାୟ ପାଖରେ ରହିଛି। 

କାନାଡାରେ ୪ ଲକ୍ଷ ୧୫ ହଜାର ଶିଖ୍ ସମ୍ପ୍ରଦାୟଙ୍କର ନିଜର ସ୍ଥାୟୀ ବାସଗୃହ ଥିବା ବେଳେ ଅନ୍ୟମାନେ ଅସ୍ଥାୟୀ ଭାବେ ରହୁଛନ୍ତି। ସେହିଭଳି ୧୯୮୦ ମସିହା ପର୍ଯ୍ୟନ୍ତ କାନାଡାରେ ମାତ୍ର ୩୫ ହଜାର ଶିଖ୍ ମାନଙ୍କର ନିଜର ସ୍ଥାୟୀ ବାସଗୃହ ରହିଥିଲା।

୨୦୧୫ରେ ଜଷ୍ଟିନ୍ ଟ୍ରୁଡୋ ଯେତେବେଳେ ପ୍ରଥମ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ସର୍ବାଧିକ ୪ ଜଣଙ୍କୁ ଶିଖ୍ ସଂପ୍ରଦାୟରୁ ମନ୍ତ୍ରୀ କରାଇଥିଲେ।

କାନାଡାରେ ୩୮୮ ଏମପିଙ୍କ ମଧ୍ୟରୁ ୧୮ ଜଣ କେବଳ ଶିଖ୍ ସମ୍ପ୍ରଦାୟର। ସେଥିମଧ୍ୟରୁ ୮ଟି ଆସନ ସମ୍ପୂର୍ଣ୍ଣ ଭାବେ ଶିଖ୍ ମାନଙ୍କ ଦ୍ୱାରା ନିୟନ୍ତ୍ରିତ। ସେହିଭଳି ଅନ୍ୟ ୧୫ଟି ଆସନରେ ମଧ୍ୟ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ କୌଣସି ରାଜନୀତିକ ଦଳ ସେଠାକାର ଶିଖ ସମ୍ପ୍ରଦାୟର ଲୋକଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହାଁନ୍ତି ନାହିଁ।

ବିଶେଷଜ୍ଞଙ୍କ ମତରେ ଗୁରୁଦ୍ୱାରା ମାଧ୍ୟମରେ ସେମାନଙ୍କର ନେଟ୍ଓ୍ବାର୍କକୁ କାନାଡାରେ ସଫଳତା ମିଳେ। ସେହିଭଳି ଶିଖ୍ ମାନେ ପ୍ରଚୁର ଅର୍ଥ ଅନୁଦାନ ଆକାରରେ ସଂଗ୍ରହ କରନ୍ତି ଏବଂ ଏହି ଅର୍ଥର ଏକ ବଡ଼ ଅଂଶ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ ହୋଇଥାଏ। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାର ଫାଇଦା ନେଇ ଖଲିସ୍ତାନୀ ସପକ୍ଷବାଦୀ, ଗ୍ୟାଙ୍ଗଷ୍ଟର ଓ ଅସାମାଜକି ତତ୍ତ୍ୱଗୁଡ଼ିକ ମଧ୍ୟ କାନାଡାରେ ସକ୍ରିୟ ହେବାରେ ଲାଗିଛନ୍ତି। ଜଷ୍ଟିସ ଫର ଶିଖ ନାଁରେ କିଛି ଲୋକ ଭାରତ ବିରୋଧରେ ମଧ୍ୟ ଷଡ଼ଯନ୍ତ୍ର କରୁଛନ୍ତି। କିନ୍ତୁ ରାଜନୀତିକ ସ୍ୱାର୍ଥ କାରଣରୁ କାନାଡା ସରକାର ସବୁ ଜାଣି ମଧ୍ୟ ଆଖିବୁଜି ଦେଇଥିବା ଭଳି ମନେ ହେଉଛି। 

Canada Canada Prime Minister Justin Trudeau India Canada Relation