Advertisment

ଇସ୍ରାଏଲ୍‌ ବାହାନାରେ ବାଇଡେନ୍‌ଙ୍କୁ ପୁଟିନ୍‌ଙ୍କ ଟାର୍ଗେଟ୍‌

ଇସ୍ରାଏଲ ଓ ହମାସ ଯୁଦ୍ଧ ଆଳରେ ନିଜ ଫାଇଦା ଖୋଜୁଛନ୍ତି ପୁଟିନ।

author-image
Madhupriya Mistry
Putin on War

Putin on War

ଯୁଦ୍ଧ ବେଳେ ହମାସକୁ ଖୋଲାଖୋଲି ସମର୍ଥନ କରିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଇସ୍ରାଏଲ ଉପରେ ନରମ ମନଭାବ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କରିଛନ୍ତି ଟାର୍ଗେଟ୍‌। ଯଦିଓ ହମାସର ଆତଙ୍କୀ ଆକ୍ରମଣକୁ ପୁଟିନ୍‌ ନିନ୍ଦା କରିନାହାନ୍ତି କିନ୍ତୁ ଇସ୍ରାଏଲ ପ୍ରତି ନିଜର ଆଭିମୁଖ୍ୟ ନରମ ରଖିଛନ୍ତି। ତେବେ ଏହି ନରମତା ପଛରେ ରହିଛି ପୁଟିନ୍‌ଙ୍କ ବଡ଼ କୁଟନୈତିକତା, ଯାହା ଏବେ ପଦାରେ ପଡିଛି।

Advertisment

ଇସ୍ରାଏଲ ଓ ହମାସ ଯୁଦ୍ଧ ଆଳରେ ନିଜ ଫାଇଦା ଖୋଜୁଛନ୍ତି ପୁଟିନ। ସମର୍ଥନ ବାହାନାରେ ଆମେରିକାକୁ କରୁଛନ୍ତି ଟାର୍ଗେଟ୍‌। ଆମେରିକାର ଶକ୍ତିକୁ କିଭଳି କମ୍‌ କରିବ ତାହା ନେଇ ଯୋଜନା ଚଳାଇଛି। ଅନୁମାନ କରାଯାଉଛି ଯେ ଯଦି ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଜାରି ରୁହେ ତେବେ ୟୁକ୍ରେନ ଓ ଇସ୍ରାଏଲକୁ ସୈନ୍ୟ ସହାୟତା ପଠାଇବା ପାଇଁ ରୁଷ ଆମେରିକାର କ୍ଷମତା ଉପରେ ପ୍ରଶ୍ନ ଉଠାଇବ।

ଇସ୍ରାଏଲ ସେନା ରୁଷ ସମର୍ଥିତ ହମାସ ଆତଙ୍କବାଦୀଙ୍କ ସହ ଯୁଦ୍ଧ କରୁଛନ୍ତି। ଏଭଳି ସ୍ଥିତିରେ ରୁଷକୁ ମଧ୍ୟପୂର୍ବରେ ନିଜ ରାଜନୈତିକ ଶକ୍ତି ବଢ଼ାଇବା ପାଇଁ ରୁଷକୁ ସୁଯୋଗ ମିଳିପାରେ। ତେବେ ଏହା ଆମେରିକା ପାଇଁ ବଡ଼ ଝଟ୍‌କା ପ୍ରମାଣିତ ହେବ ବୋଲି ଅନୁମାନ କରାଯାଉଛି।

Advertisment

ଉଲ୍ଲେଖଯୋଗ୍ୟ, ରୁଷ ରାଷ୍ଟ୍ରପତି ପୁଟିନ୍‌ ଇସ୍ରଏଲ ଓ ହମାସ ଯୁଦ୍ଧକୁ ନେଇ ନିଜ ବୟାନ ଦେଇଛନ୍ତି। ପୁଟିନ୍‌ କହିଛନ୍ତି, ହମାସ ଇସ୍ରାଏଲ ଉପରେ କ୍ରୁର ଆକ୍ରମଣ କରିଛି। କିନ୍ତୁ ଇସ୍ରାଏଲ ତରଫରୁ କରାଯାଇଥିବା ଆକ୍ରମଣ ମଧ୍ୟ ବେଶ୍‌ କ୍ରୁର। ଇସ୍ରାଏଲ ଗାଜା ଅଞ୍ଚଳରେ ଲଗାତର ଏୟାରଷ୍ଟ୍ରାଇକ୍‌ କରୁଛି। ଏହି ଆକ୍ରମଣକୁ ନେଇ ଆମେରିକାରେ ଚର୍ଚ୍ଚା ଚାଲିଛି। ଗାଜାରେ ହୋଇଥିବା ଆକ୍ରମଣ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେଣ୍ଟ ପିଟରସ୍‌ବର୍ଗର ଘେରାବନ୍ଦି ଭଳି।

Vladimir Putin Israel-Palestine War