Advertisment

ଇରାନ ଉପରେ କାହିଁକି ଆକ୍ରମଣ କଲା ଇସ୍ରାଏଲ?

ବେଶ କିଛି ବର୍ଷ ହେଲା ଇସ୍ରାଏଲ କହି ଆସୁଛି ଯେ ଯଦି ଇରାନ ଆଣବିକ ବୋମାର ଅଧିକାର ହୋଇଯାଏ, ତା’ହେଲେ ତେଲ ଅଭିଭ ସବୁଠାରୁ ଅଧିକ କ୍ଷତି ସହିବ।

Iran

Iran

Advertisment

ଆମେରିକା ଗୁଇନ୍ଦା ସଂସ୍ଥା ଫେବୃଆରୀ ମାସରୁ ସତର୍କ କରାଇ ଚାଲିଥିଲା ଯେ ଇସ୍ରାଏଲ ପକ୍ଷରୁ ଇରାନ ଆଣବିକ କାର୍ଯ୍ୟକ୍ରମ ସହ ଜଡ଼ିତ ଏକାଧିକ ପ୍ରତିଷ୍ଠାନକୁ ଚଳିତ ବର୍ଷ ଆକ୍ରମଣ କରିପାରେ। ସେହିପରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ପାଇଁ ଉଦ୍ୟମ କରି ଚାଲିଛନ୍ତି।

Advertisment

ନିକଟରେ ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଥିଲା ଯେ ଅକ୍ଟୋବର ମାସରେ ଇସ୍ରାଏଲ ମିସାଇଲ ଉତ୍ପାଦନ କେନ୍ଦ୍ର ଓ ଏୟାର ଡିଫେନ୍ସ ସିଷ୍ଟିମ ଉପରେ କରିଥିବା ବୋମା ମାଡ଼ର ଫାଇଦା ଉଠାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଏହାବାଦ ଇରାନରେ ଶାସନ ପରିବର୍ତ୍ତନ କରି ନିଜର ଦବଦବା ଜାହିରି କରିବରାକୁ ମଧ୍ୟ ଇସ୍ରାଏଲ ଚାହୁଁଥିବା ଗୁଇନ୍ଦା ରିପୋର୍ଟରେ କୁହାଯାଇଥିଲା। ଏବେ ଏହା ସତ ପ୍ରମାଣିତ ହୋଇଛି।

ଇରାନ ଠାରୁ ବିପଦ ଆଶଙ୍କା କରୁଥିଲା ଇସ୍ରାଏଲ୍‌

ବେଶ କିଛି ବର୍ଷ ହେଲା ଇସ୍ରାଏଲ କହି ଆସୁଛି ଯେ ଯଦି ଇରାନ ଆଣବିକ ବୋମାର ଅଧିକାର ହୋଇଯାଏ, ତା’ହେଲେ ତେଲ ଅଭିଭ ସବୁଠାରୁ ଅଧିକ କ୍ଷତି ସହିବ। କାରଣ ଇରାନ ସବୁବେଳେ ଇସ୍ରାଏଲକୁ ବିରୋଧ କରି ଆସୁଛି। ଇସ୍ରାଏଲର ତିଷ୍ଠି ରହିବାର ଅଧିକାର ନାହିଁ ବୋଲି ଇରାନ ମତ ରଖି ଚାଲିଛି। ଦୀର୍ଘ ଦଶନ୍ଧି ଧରି ଇସ୍ରାଏଲ ଓ ଇରାନ ମଧ୍ୟରେ ଚ୍ଛାୟା ଯୁଦ୍ଧ ଜାରି ରହିଛି।

Advertisment

ତେହରାନ ସ୍ଥାନୀୟ ସଶସ୍ତ୍ର ଗୋଷ୍ଠୀ ବା ସଂଗଠନ ଗୁଡ଼ିକର ସମର୍ଥନ କରୁଛି। ଏହି ଗ୍ରୁପ ଗୁଡ଼ିକ ସିଧାସଳଖ ଇସ୍ରାଏଲ ସହ ଲଢ଼େଇ କରୁଛନ୍ତି। ବିଶେଷ କ ଲେବାନନରେ ଥିବା ହେଜବୁଲ୍ଲା, ଗାଜାରେ ହମାସ ଓ ୟେମେନରେ ହାଉଥୀ ଭଳି ସଂଗଠନକୁ ଇରାନ ସହାୟତା କରୁଛି। ଏହି ସଂଗଠନଗୁଡ଼ିକ ଇସ୍ରାଏଲ ବିରୋଧରେ ଲଢ଼େଇ କରୁଛନ୍ତି। ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରିବା ଦିନ ଠାରୁ ଇରାନ ସମର୍ଥିତ ଛାୟା ସଂଗଠନ ଗୁଡ଼ିକ ପାଲେଷ୍ଟାଇନ ସମର୍ଥନରେ ବାହାରିଛନ୍ତି। ସେମାନେ ଇସ୍ରାଏଲ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛନ୍ତି।

ଇସ୍ରାଏଲରେ ନେତାନ୍ୟାହୁ ତତଲା ପାଣିରେ ରହିଛନ୍ତି

ଇସ୍ରାଏଲ ସରକାର ଆଣିଥିବା ନୂଆ ସାମରିକ ଭର୍ତ୍ତି ବିଲ ରାଜନୀତିକ ବିବାଦ ସୃଷ୍ଟି କରିଛି। ଇସ୍ରାଏଲ ପାର୍ଲାମେଣ୍ଟରେ ମଧ୍ୟ ଏହାକୁ ନେଇ ଝଡ଼ ଦେଖାଯାଇଛି। ବିରୋଧୀ ନିର୍ବାଚନ କରିବାକୁ ଚାହୁଁଛନ୍ତି। ଏନେଇ ସଂସଦରେ ଦାବି ହୋଇଥିଲା। ନିର୍ବାଚନ ଯଦି ହେବ, ତା’ହେଲେ ନେତାନ୍ୟାହୁ ନିଶ୍ଚିତ ବ୍ୟାକଫୁଟରେ ରହିବେ। ନିର୍ବାଚନ ପାଇଁ ହୋଇଥିବା ଦାବି ଉପରେ ସଂସଦରେ ଭୋଟ ହୋଇଥିଲେ ହେଁ ଏହା ଖାରଜ ହୋଇଯାଇଛି। ତେଣୁ ନେତାନ୍ୟାହୁଙ୍କୁ ସଂସଦ ଭଙ୍ଗ ସଙ୍କଟର ମୁକାବିଲା ପାଇଁ ଆଉ କିଛି ସମୟ ମିଳି ଯାଇଛି।

ଏବେ କାହିଁକି ଆକ୍ରମଣ?

ମିଳିତ ଜାତିସଂଘର ଆଣବିକ ୱାଚଡଗ ଗୁରୁବାର ଗୋଟିଏ ସଂକଳ୍ପ ପାରିତ କରିଥିଲା। ଏଥିରେ କୁହାଯାଇଥିଲା ଯେ ଇରାନ ନିଜର ଆଣବିକ ନିରସ୍ତ୍ରିକରଣ ଅଭିଜ୍ଞାକୁ ଉଲ୍ଲଙ୍ଘନ କରିବା ସ୍ଥିତିରେ ରହିଛି। ଏହାର ଜବାବରେ ତେହରାନ ଘୋଷଣା କରିଥିଲା ଯେ ଦେଶ ପକ୍ଷରୁ ତା’ର ଆଣବିକ କାର୍ଯ୍ୟକ୍ରମକୁ ବିସ୍ତାର କରାଯିବ ଓ ଇରାନ ପାଖରେ ଜବାବ ଦେବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।

ଇରାନର ନିଜର ଆଣବିକ କାର୍ଯ୍ୟକ୍ରମକୁ ଜୋରଦାର କରିବାରୁ ଇସ୍ରାଏଲ ଶୁକ୍ରବାର ଭୋରରୁ ତେହରାନ ସମେତ ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଇରାନ ତା’ର ସେନା ମୁଖ୍ୟଙ୍କ ସମେତ ବିଭିନ୍ନଚ ବରିଷ୍ଠ କମାଣ୍ଡରଙ୍କୁ ହରାଇଛି।

Israel Iran On War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe