Advertisment

ରେଡ୍‌ ଲିପ୍‌ଷ୍ଟିକ୍‌ ଲଗାଇବା ମନା, ଲାଗିଲା ବ୍ୟାନ୍‌

ଲୋକପ୍ରିୟ ବିଶ୍ୱବ୍ୟାପୀ ଫ୍ୟାଶନ ବ୍ରାଣ୍ଡ ଏବଂ ମେକ୍‌ଅପ୍‌ ସାମଗ୍ରୀ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି।

Red Lipstick

Red Lipstick

Advertisment

ସାଧାରଣତଃ ଲିପଷ୍ଟିକ୍‌ ଲଗାଇବା ସମସ୍ତଙ୍କୁ ପସନ୍ଦ। ଲିପ୍‌ଷ୍ଟିକ୍‌ ବିନା ମେକ୍‌ ଅପ୍‌ ଅଧୁରା। ବଜାରରେ ବିଭିନ୍ନ ରଙ୍ଗର ଲିପ୍‌ଷ୍ଟିକ୍‌ ମିଳେ। ଲାଲ ବା ରେଡ୍‌ ଲିପ୍‌ଷ୍ଟିକ୍‌ କିନ୍ତୁ ଅଧିକାଂଶଙ୍କ ବେଶ୍‌ ପସନ୍ଦ। ପ୍ରାୟତଃ ମହିଳା ତଥା ଯୁବତୀମାନେ ଲାଲ ରଙ୍ଗର ଲିପଷ୍ଟିକ୍‌ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏବେ ଏହି ଲାଲ ଲିପ୍‌ଷ୍ଟିକ ଆଉ ଲଗାଇ ପାରିବେନି ମହିଳା। ଏହା ଉପରେ ଲାଗିଛି ବ୍ୟାନ୍‌।

Advertisment

ଉତ୍ତର କୋରିଆରେ ଲାଲ ଲିପଷ୍ଟିକ୍‌ ଉପରେ ଲାଗିଛି ବ୍ୟାନ୍‌। ଏଠାକାର ସରକାର ମହିଳାଙ୍କ ରେଡ୍‌ ଲିପଷ୍ଟିକ୍‌ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ନେତୃତ୍ୱରେ ଉତ୍ତର କୋରିଆରେ କଠୋର ନିୟମ କାନୁନ କାର୍ଯ୍ୟକାରୀ ହେଉଛି। ଏଠାରେ ଲୋକପ୍ରିୟ ବିଶ୍ୱବ୍ୟାପୀ ଫ୍ୟାଶନ ବ୍ରାଣ୍ଡ ଏବଂ ମେକ୍‌ଅପ୍‌ ସାମଗ୍ରୀ ଉପରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏହି ନିୟମକୁ ପାଳନ ନକଲେ କଠୋର ଦଣ୍ଡ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି।

ଲାଲ ଲିପଷ୍ଟିକ୍‌କୁ ଏଠାକାର ଏକଛତ୍ରବାଦ ଶାସକ ପୁଞ୍ଜିବାଦ ସ ବ୍ୟକ୍ତିବାଦ ସହ ଯୋଡନ୍ତି। ବିଶ୍ୱାସ କରାଯାଏ ଯେ, ଲାଲ ରଙ୍ଗ ଏକ ଏଭଳି ରଙ୍ଗର ପ୍ରତୀକ, ତା'ଠାରୁ ବଡ ଆଉ କିଏ ନାହିଁ। ଏଭଳି ପରିସ୍ଥିତିରେ କିମ୍‌ ଜୋଙ୍ଗ ଉନ୍‌ ଚାହୁଁ ନାହାଁନ୍ତି ଯେ ତାଙ୍କ ଦେଶର କୌଣସି ବ୍ୟକ୍ତି ଶାସକଙ୍କଠାରୁ ବଡ ହୁଅନ୍ତୁ।

Advertisment

କେବଳ ସେତିକି ନୁହେଁ ଲାଲ ରଙ୍ଗର ଲିପଷ୍ଟିକ୍ ଲଗାଇଥିବା ମହିଳାମାନେ ଅଧିକ ଆକର୍ଷଣୀୟ ଦେଖାଯାନ୍ତି। ଯାହା ନିୟମ ବିରୋଧୀ ଅଟେ। ତେଣୁ ଲାଲ ରଙ୍ଗର ଲିପଷ୍ଟିକ୍‌ ଲଗାଇବା ମନା ହୋଇଛି। ମହିଳାଙ୍କୁ ନମ୍ର ଓ ସରଳ ଦେଖାଇବା ପାଇଁ ଏଠାରେ ନିୟମ ରହିଛି। ଏଥିପାଇଁ ସେମାନଙ୍କୁ କମ୍ ମେକ୍‌ଅପ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନର୍ଥ କୋରିଆରେ ଏହି ନିୟମଗୁଡିକୁ କଡା ରୂପେ ପାଳନ କରାଇବାକୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ମଧ୍ୟ କରାଯାଉଛି। ଏଠାକାର ପୁଲିସ ବିଭିନ୍ନ ସ୍ଥାନରେ ଲୋକଙ୍କ ବ୍ୟକ୍ତିଗତ ଜିନିଷ ମଧ୍ୟ ବହାର କରି ଚେକିଂ କରନ୍ତି। ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ କରାଯାଏ। ତେଣୁ ଆଇନ ଅନୁଯାୟୀ ଏଠାକାର ମହିଳାମାନେ ଲାଲ ରଙ୍ଗର ଲିପଷ୍ଟିକ୍‌ ଠାରୁ ଦୂରେଇ ରୁହନ୍ତି। ହାଲୁକା ରଙ୍ଗର ଲିପଷ୍ଟିକ୍‌ ସେମାନେ ବ୍ୟବହାର କରିବାକୁ ଅନୁମତି ରହିଛି।

କେବଳ ଲିପଷ୍ଟିକ୍‌ ନୁହେଁ ମହିଳାମାନଙ୍କ କେଶକୁ ନେଇ ମଧ୍ୟ ଏଠାରେ କଡା ନିୟମ ରହିଛି। ଏଠାକାର ମହିଳା ଯୁବତୀମାନେ ନିଜ କେଶ ଖୋଲା ରଖିପାରିବେ ନାହିଁ। କେବଳ ସେତିକି ଏହାକୁ ଲମ୍ବା ମଧ୍ୟ କରିପାରିବେ ନାହିଁ। ଏଠାରେ କେବଳ ଛୋଟ କେଶ ରଖିବାକୁ ଅନୁମତି ଦିଆଯାଇଛି। କେଶକୁ ରଙ୍ଗ କରିବା ଉପରେ ମଧ୍ୟ ବ୍ୟାନ୍‌ ଲଗାଯାଇଛି।

North Koria Red Lipstick Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe