Advertisment

ବିବାହ ମଣ୍ଡପ ଏବଂ ବାରରେ ଚଢାଉ କରୁଛି ୟୁକ୍ରେନ ସେନା, ଜାଣନ୍ତୁ କାରଣ

ଯୁଦ୍ଧ ସମୟରେ ୟୁକ୍ରେନ ସୈନ୍ୟ ଶତ୍ରୁ ପକ୍ଷଙ୍କ ସହ ଲଢ଼ିବା ପରିବର୍ତ୍ତେ ବାର୍, ରେସ୍ତୋରାଁ, ବିବାହ ମଣ୍ଡପରେ ଚଢାଉ କରୁଛି।

Ukraine Militant

Ukraine Militant

Advertisment

ୟୁକ୍ରେନ ଏବଂ ରୁଷ ଯୁଦ୍ଧକୁ ଦୁଇ ବର୍ଷ ପୂରିଥିଲେ ବି ଶାନ୍ତିର ବାଟ ବାହାରି ପାରିନି। ଏବେ ମଧ୍ୟ ଦୁଇ ଦେଶ ଆକ୍ରମଣ ଜାରି ରଖିଛନ୍ତି। ମାତ୍ର ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନ ସୈନ୍ୟ ଶତ୍ରୁ ପକ୍ଷଙ୍କ ସହ ଲଢ଼ିବା ପରିବର୍ତ୍ତେ ବାର୍, ରେସ୍ତୋରାଁ, ବିବାହ ମଣ୍ଡପରେ ଚଢାଉ କରୁଛି। ଏହା ପଛରେ ଏକ ମୁଖ୍ୟ କାରଣ ରହିଛି। 

Advertisment

କାରଣ ହେଲା, ସୈନ୍ୟମାନେ ଚାକିରି ଛାଡ଼ି ପ୍ରେମିକାଙ୍କୁ ବିବାହ କରି ସୁଖରେ ସଂସାରେ କରୁଛନ୍ତି। ସେମାନେ ଆଉ ସେନାକୁ ଫେରୁ ନାହାନ୍ତି। ଫଳରେ ଧୀରେ ଧୀରେ ସେନାରେ ସୈନ୍ୟଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି। ଲୋକବଳ ବୃଦ୍ଧି କରିବା ପାଇଁ ୟୁକ୍ରେନ ସେନା ବର୍ତ୍ତମାନ ବାର୍, ରେସ୍ତୋରାଁ, ବିବାହ ମଣ୍ଡପ ଏବଂ ବଡ଼ ବଡ଼ ହୋଟେଲରେ ତଦନ୍ତ କରୁଛି। 

ରାଜଧାନୀ କିଭର କିଛି ପ୍ରସିଦ୍ଧ ରେସ୍ତୋରାଁ, ବାର୍, ନାଇଟକ୍ଲବ୍ ଏବଂ ବିବାହ ମଣ୍ଡପରେ ସେନା ଚଢାଉ କରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ୟୁକ୍ରେନ ସେନାରେ କେତେ ସଂଖ୍ୟାରେ ସୈନ୍ୟ ହ୍ରାସ ପାଇଛନ୍ତି ତାହା ଏହି ଚଢାଉରୁ ଜଣାପଡୁଛି।

Advertisment

ସେପଟେ ସୈନ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ସରକାର ସେନା ନିଯୁକ୍ତିରେ କେତେକ କଟକଣାକୁ ମଧ୍ୟ କୋହଳ କରିଛନ୍ତି। ଏଥିସହ ପୂର୍ବରୁ ନିଯୁକ୍ତି ପାଇଁ ବୟସ ସୀମା ୨୭ ଥିବାବେଳେ ଏହାକୁ ୨୫ ବର୍ଷକୁ ହ୍ରାସ କରାଯାଇଛି। ସେହିପରି ୧୮ରୁ ୬୦ ବର୍ଷର ପୁଅମାନଙ୍କୁ ଦେଶ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

ପ୍ରକାଶ ଥାଉକି, ୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ। ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୮୨ ଜଣ ନାଗରିକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଆହତ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ସାଙ୍ଗକୁ ଅନ୍ୟ କିଛି ସୈନ୍ୟ ସେନା ଚାକିରି ଛାଡ଼ି ବାହା ହୋଇ ଘର ସଂସାର କରୁଛନ୍ତି। 

ତେଣୁ ବାଧ୍ୟତାମୂଳକ ଭାବେ ଦେଶର ନାଗରିକଙ୍କୁ ସେନାରେ ଭର୍ତ୍ତି କରାଯାଉଛି। ଯେଉଁମାନେ ସେନା ଛାଡ଼ି ପଳାଇ ଆସୁଛନ୍ତି ସେମାନଙ୍କୁ ଖୋଜିବା ପାଇଁ ବିବାହ ମଣ୍ଡପ, ବାର୍ ଏବଂ କ୍ଲବରେ ଚଢାଉ କରାଯାଉଛି।

Ukrainian Military Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe