Advertisment

Middle East War: କାହିଁକି ଇରାନ ଉପରେ ଆମେରିକା ଓ ଇସ୍ରାଏଲ କଲେ ପ୍ରଚଣ୍ଡ ଆକ୍ରମଣ? ତେହରାନ ଛାଡିଲେ ଖାମେନେଇ

ଇରାନର ରାଜଧାନୀ ତେହରାନ ସମେତ ଇସଫାହାନ, କୋମ ଓ କରାଜ ଭଳି ପ୍ରମୁଖ ସହରରେ ବୋମାମାଡ଼ କରାଯାଇଛି। ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଅଫିସ ନିକଟରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

author-image
Hemant Lenka
attack1

ଆକ୍ରମଣ

ଆମେରିକାର ଅପରେସନ୍ ଏପିକ୍ ଫ୍ୟୁରି। ଇସ୍ରାଏଲ କହିଲା ଦ ରୋର୍ ଅଫ୍ ଦ ଲାୟନ୍। ନ୍ୟୁକ୍ଲିୟର ପାୱାର ହେବାକୁ ଉଦ୍ୟମ କରୁଥିବା ଇରାନ ଉପରେ ଦୁଇ ବିଶ୍ୱ ଶକ୍ତିଙ୍କ ଘନ ଘନ ଆଟାକ୍। ମଧ୍ୟପ୍ରାଚ୍ୟ(Middle East)ରେ ଭୟଙ୍କର ଯୁଦ୍ଧ ସ୍ଥିତି। ସାରା ବିଶ୍ୱ ଥରହର।

Advertisment

ତେବେ ପ୍ରଶ୍ନ ଉଠୁଛି, ଆମେରିକା ଓ ଇସ୍ରାଏଲ ଏବେ ଇରାନ ଉପରେ କାହିଁକି କରୁଛନ୍ତି ଆକ୍ରମଣ? 

୧- ଇରାନର ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା

ଇରାନ ବାରମ୍ବାର ପରମାଣୁ ଅସ୍ତ୍ର ପରୀକ୍ଷା କରୁଥିବା ଚର୍ଚ୍ଚା ହେଉଛି। ଇରାନ୍ ବିପୁଳ ପରିମାଣର ୟୁରୋନିୟମ ମହଜୁଦ ରଖିଥିବା ସୂଚନା ମିଳିଛି। ଏହି ଯୁଦ୍ଧ ଇରାନର ନ୍ୟୁକ୍ଲିୟର ଟେଷ୍ଟକୁ ବିଫଳ କରିବାକୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନକୁ କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ନିର୍ମାଣ କରିବାକୁ ଦିଆଯିବନି। ଇରାନ ବିଶ୍ୱର ପ୍ରଥମ ଆତଙ୍କବାଦ ପ୍ରାୟୋଜିତରାଷ୍ଟ୍ର। ଇରାନକୁ କଦାପି ପରମାଣୁ ଅସ୍ତ୍ର ରଖିବାକୁ ଆମେ ଦେବୁନାହିଁ।

Advertisment

ଇରାନ କେବଳ ପରମାଣୁ ଅସ୍ତ୍ରର ଅପବ୍ୟବହାରକରିବାକୁ ଚାହେଁ। ଆଲୋଚନା ହୋଇପାରିବନି ଇରାନ ସମସ୍ତ ସୁଯୋଗ ହରାଇସାରିଛି। ଜେନେଭା ଶାନ୍ତି ଆଲୋଚନା ବିଫଳ ହେବା ପରେ ଇରାନ ବିରୁଦ୍ଧରେ ଆମେରିକା ନେଇଛି ଏଭଳି ମିଲିଟାରୀ ଆକ୍ସନ।

୨- 'ପ୍ରି-ଏମ୍ପଟିଭ୍' ବା ଆତ୍ମରକ୍ଷାମୂଳକ ଆକ୍ରମଣ

କୁହାଯାଉଛି ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଅଣ୍ଟା ଭିଡୁଥିଲା ଇରାନ୍। ଚାଲିଥିଲା ବଡ ଧରଣର ପ୍ରସ୍ତୁତି। ସମ୍ଭାବ୍ୟ ବଡ ଧରଣର ବିପଦକୁ ଏଡ଼ାଇବା ପାଇଁ ଏହି 'ପ୍ରି-ଏମ୍ପଟିଭ୍' ଆକ୍ରମଣ କରାଯାଇଥିବା ଚର୍ଚ୍ଚା ହେଉଛି।

୩- ଶାସନ ପରିବର୍ତ୍ତନର ଲକ୍ଷ୍ୟ

ଆଟାକ୍ ପଛର ଆଉ ଏକ ବଡ କାରଣ ହେଉଛି ଇରାନରେ ଶାସନ ପରିବର୍ତ୍ତନ। ଆମେରିକାର ଟାର୍ଗେଟରେ ଇରାନର ସର୍ବୋଚ୍ଚ ନେତା ଅୟୋତୋଲ୍ଲା ଅଲ୍ ଖାମେନେଇ। ରାଷ୍ଟ୍ରପତି ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନବାସୀଙ୍କୁ ନିଜ ସରକାର ନିଜେ ହାତକୁ ନେବାକୁ ଆହ୍ୱାନ ଦେଇଛନ୍ତି। ଯାହାକି ଇରାନରେ ୪୭ ବର୍ଷର ସରକାର ବଦଳାଇବା ପାଇଁ ଏକ ସ୍ପଷ୍ଟ ସଙ୍କେତ।

୪- ମିସାଇଲ ଶକ୍ତି ଧ୍ୱଂସ

ଇରାନକୁ ସାମରିକ ସ୍ତରରେ ଦୁର୍ବଳ କରିଦେବା। ଇରାନର କ୍ଷେପଣାସ୍ତ୍ର ଶକ୍ତି ଓ ସାମରିକ ବେସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବା ଏହି ଅପରେସନର ଅନ୍ୟତମ ଲକ୍ଷ୍ୟ । 
ଇରାନର ରାଜଧାନୀ ତେହରାନ ସମେତ ଇସଫାହାନ, କୋମ ଓ କରାଜ ଭଳି ପ୍ରମୁଖ ସହରରେ ବୋମାମାଡ଼ କରାଯାଇଛି। ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଅଫିସ ନିକଟରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରମଣ ସମୟରେ ଖାମେନେଇ ତେହରାନରେ ନଥିବା ଜଣାପଡିଛି।

ସେପଟେ ଇରାନ ପକ୍ଷରୁ ବାହାରିନ୍, କତର ଏବଂ ୟୁଏଇରେ ଥିବା ଆମେରିକୀୟ ସାମରିକ ବେସ୍ ଉପରେ ପାଲଟା ଆକ୍ରମଣ କରାଯାଇଛି।  ଯୁଦ୍ଧ ଭୟରେ ଅନେକ ଦେଶ ମଧ୍ୟ-ପ୍ରାଚ୍ୟର ଆକାଶମାର୍ଗ ବନ୍ଦ କରିଛନ୍ତି। ଏୟାର ଇଣ୍ଡିଆ ମଧ୍ୟ ପଶ୍ଚିମ ଏସିଆର ଅନେକ ସହରକୁ ନିଜର ବିମାନ ଚଳାଚଳ ରଦ୍ଦ କରିଛି। 

Middle East