Advertisment

ସୁନ୍ଦରୀ ପ୍ରତିଯୋଗିତା ଜିତି ପାରିଲେନି ପତ୍ନୀ; ଷ୍ଟେଜକୁ ଚଢ଼ି ମୁକୁଟ ଫୋପାଡ଼ି ଦେଲେ ସ୍ୱାମୀ

ସୁନ୍ଦରୀ ପ୍ରତିଯୋଗିତାରେ ପତ୍ନୀ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଘଟଣାକୁ ବରଦାସ୍ତ କରି ପାରିଲେନି ସ୍ୱାମୀ । ଆଉ ଯାହା ଘଟାଇଲେ ତାହା ଏବେ ସୋଶାଲ ମିଡିଅରେ ଖୁବ୍‌ ଭାଇରାଲ ହେଉଛି।

compitition

compitition

Advertisment

ସୁନ୍ଦରୀ ପ୍ରତିଯୋଗିତାରେ ପତ୍ନୀ ଦ୍ୱିତୀୟ ସ୍ଥାନ ଅଧିକାର କରିବା ଘଟଣାକୁ ବରଦାସ୍ତ କରି ପାରିଲେନି ସ୍ୱାମୀ । ଆଖି ଆଗରେ ଆଉ କାହାକୁ ମୁକୁଟ ପିନ୍ଧାଯିବ ଭାବି ସେ ନିଜ ହିତାହିତ ଜ୍ଞାନ ହରାଇ ବସିଲେ। ଆଉ ଯାହା ଘଟାଇଲେ ତାହା ଏବେ ସୋଶାଲ ମିଡିଅରେ ଖୁବ୍‌ ଭାଇରାଲ ହେଉଛି। ଏପରି ଏକ ଅପ୍ରୀତିକର ଘଟଣା ବ୍ରାଜିଲରେ ଘଟିଛି।

Advertisment

ବ୍ରାଜିଲରେ ଏକ ସୁନ୍ଦରୀ ପ୍ରତିଯୋଗିତା ଚାଲିଥିବା ବେଳେ ଦର୍ଶକ ବି ଖଚାଖଚ ଥିଲେ। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ନଥାଲି ଓ ଅନ୍ୟ ଜଣେ ଯୁବତୀ ଇମାନୁଏଲି ବେଲିନିଙ୍କ ମଧ୍ୟରେ ଟକ୍କର ହୋଇଥିଲା। ନିଜ ପତ୍ନୀ ହିଁ ଏହି ମୁକୁଟ ହାସଲ କରିବେ ବୋଲି ବ୍ୟକ୍ତିଜଣକଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ମାତ୍ର ହଠାତ୍‌ ସବୁ କିଛି ବଦଳିଗଲା। ତାଙ୍କ ପତ୍ନୀଙ୍କ ନାମ ନୁହେଁ, ବରଂ ଇମାନୁଏଲି ବେଲିନି ପ୍ରଥମ ସ୍ଥାନ ଅଧିକାର କରିଥିବା ଘୋଷଣା କରିଥିଲେ ଆୟୋଜକ । ଏହାପରେ ଷ୍ଟେଜ ଉପରେ ଖୁସିର ମାହୋଲ ଥିବା ବେଳେ ସମସ୍ତେ ବିଜେତାଙ୍କୁ ଶୁଭେଚ୍ଛା ଜଣାଉଥିଲେ। ଏଥିସହ ତାଙ୍କୁ ମୁକୁଟ ପିନ୍ଧାଇବାକୁ ପ୍ରସ୍ତୁତି ଚାଲିଥିଲା।

ମାତ୍ର ଏହା ମଧ୍ୟରେ ରାଗି ପାଚି ନିଆଁ ବାଣ ହୋଇ ଯାଇଥିବା ବ୍ୟକ୍ତିଜଣକ ହଠାତ୍‌ ଷ୍ଟେଜ ଉପରକୁ ଚଢ଼ି ଯାଇଥିଲେ। ଆଉ ମୁକୁଟକୁ ଛଡ଼ାଇ ଆଣି ତଳେ ଫୋପାଡ଼ି ଦେଇଥିଲେ। ଏଥିରେ ମନ ଶାନ୍ତି ନ ହେବାରୁ ନିଜ ପତ୍ନୀ ନଥାଲିଙ୍କ ଚୁଟି ଟାଣି ଟାଣି ଷ୍ଟେଜରୁ ନେଇ ଯାଇଥିଲେ। ଏହାଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Advertisment

Beauty Pageant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe