Advertisment

କମ୍‌ଲା ହାରିସଙ୍କ ସ୍ୱାମୀଙ୍କୁ କିସ୍‌ କଲେ ବାଇଡେନ୍‌ଙ୍କ ସ୍ତ୍ରୀ

ବାଇଡେନଙ୍କ ଭାଷଣ ଆରମ୍ଭ ହେବା ପୂର୍ବରୁ ଜିଲ ବାଇଡେନ ହଲ ଭିତରକୁ ଯାଇ ଡଗ ଏମହାଫଙ୍କ ନିକଟରେ ପହଞ୍ଚି ତାଙ୍କୁ କିସ୍‌ କରିଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Jill Biden and Doug Emhoff

Jill Biden and Doug Emhoff

ବାଇଡେନ୍‌ଙ୍କୁ ଛାଡ଼ି କମଲା ହାରିସଙ୍କ ସ୍ୱାମୀଙ୍କୁ କିସ୍‌ କଲେ ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌। ସର୍ବ ସମ୍ମୁଖରେ ଆମେରିକାର ଉପରାଷ୍ଟ୍ରପତି କମ୍‌ଲା ହାରିସଙ୍କ ସ୍ୱାମୀ ଡଗ୍ ଏମ୍‌ହାଫଙ୍କ ଓଠକୁ କିସ୍‌ କରିଛନ୍ତି ବାଇଡେନ୍‌ଙ୍କ ସ୍ତ୍ରୀ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଙ୍ଗଳବାର ରାତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦ୍ୱିତୀୟ ଥର ପାଇଁ କ୍ୟାପିଟାଲ ହିଲ ଉପରେ ଷ୍ଟେଟ୍‌ ଅଫ୍‌ ୟୁନିୟନକୁ ସମ୍ବୋଧିତ କରିଛନ୍ତି। ଆମେରିକାର ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏହା ଥିଲା ବାଇଡେନ୍‌ଙ୍କ ପ୍ରଥମ ଅଭିଭାଷଣ। ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଭାଷଣ ଚାଲିଥିଲା। କିନ୍ତୁ ଏହା ପୂର୍ବରୁ ଏହି ସଭାରେ ଦେଖିବାକୁ ମିଳିଥିଲା ଏକ ଚକିତ କଲା ଭଳି ଦୃଶ୍ୟ।

Advertisment

ପ୍ରକୃତରେ, ସମସ୍ତ ସଦସ୍ୟ ବାଇଡେନଙ୍କ ଭାଷଣ ଶୁଣିବା ପାଇଁ ହଲରେ ବସିଥିଲେ। ସଭାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ସ୍ୱାମୀ ଡଗ ଏମହାଫ ମଧ୍ୟ ସାମିଲ ହୋଇଥିଲେ। ଦୁହେଁ ପରସ୍ପର ପାଖାପାଖି ବସିଥିଲେ। ତେବେ ବାଇଡେନଙ୍କ ଭାଷଣ ଆରମ୍ଭ ହେବା ପୂର୍ବରୁ ଜିଲ ବାଇଡେନ ହଲ ଭିତରକୁ ଯାଇ ଡଗ ଏମହାଫଙ୍କ ନିକଟରେ ପହଞ୍ଚି ତାଙ୍କୁ କିସ୍‌ କରିଥିଲେ।

ବର୍ତ୍ତମାନ ଏହି ପୂରା ଘଟଣାର ଭିଡିଓ ଆଉ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜର୍ସମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଜିଲ୍‌ ବାଇଡେନ୍ କମଲା ହାରିସ୍‌ଙ୍କୁ ସ୍ୱାମୀଙ୍କୁ କିସ୍‌ କରିବେ କେବେ ଭାବି ନଥିଲୁ...! ସେହିପରି ଆଉ ଜଣେ ଆଶ୍ଚର୍ଯ୍ୟ ହୋଇ ଲେଖିଛନ୍ତି, ଏହା କ'ଣ ଥିଲା?

Joe Biden America Viral Vedio