Advertisment

ହୁ ହୁ ହୋଇ ଜଳୁଛି ଜଙ୍ଗଲ, ୬ ମୃତ

୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଛି। ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି।

Forest Fire

Forest Fire

Advertisment

ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁ ଆଁରେ ପଶିଗଲାଣି ଘରଦ୍ୱାରା। ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାରି। ଜନ ବସତିଆ ଆଡକୁ ମାଡି ଆସିଲାଣି ନିଆଁ। ଫଳରେ ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡି ପଳାଉଛନ୍ତି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି।

Advertisment

କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି। ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଏଥିସହ ନିଆଁ ବ୍ୟାପିବା ଯୋଗୁ ଏକ ହଜାରରୁ ବି ଅଧିକ ଘର ଜଳି ଯାଇଛି।   

ପ୍ରବଳ ପବନ ବହିବା ହେତୁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ୫ ହଜାର ଏକରରୁ ବି ଅଧିକ ଜମିରେ ଏହି ନିଆଁ ବ୍ୟାପିଛି। ଏଥିଯୋଗୁ ନିଆଁ ବ୍ୟାପୁଥିବା ଅଞ୍ଚଳରୁ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment

ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ଏକ ହଜାରରୁ ଅଧିକ ଘର ନଷ୍ଟ ହୋଇଯାଇଛି। ନିଆଁ ବ୍ୟାପିବା ଫଳରେ ହଲଉଡ ଷ୍ଟାର୍‌ ସମେତ ଅନେକ ଲୋକମାନେ ତୋପାଙ୍ଗା କାନ୍ୟନ୍ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ରାସ୍ତାରେ ଯିବା ବେଳେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ସେମାନଙ୍କ କାର୍ ଛାଡ଼ି ଦୌଡ଼ିଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି।

Los Angeles USA America Forest Fire
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe