ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ବାରମ୍ବାର ବିଶ୍ୱ ଦରବାରରେ ଲୋକହସା ହେଉଛି। ଭାରତ ସହ ତିକ୍ତତା ସୃଷ୍ଟି କରି ମାଟି କାମୁଡ଼ୁଛି। କ୍ରିକେଟ ଠାରୁ ଆରମ୍ଭ କରି ଯୁଦ୍ଧରେ ପାକିସ୍ତାନ କ୍ରମାଗତ ଭାବେ ହାରୁଛି। ତଥାପି ଆତଙ୍କୀସ୍ତାନ ପାକିସ୍ତାନର ମୁହଁ ଫୁଟାଣି ଭାଙ୍ଗୁନି।
ବାହାସ୍ଫୋଟ ମାରି ଚର୍ଚ୍ଚାରେ ରହିବାକୁ ପାକିସ୍ତାନ କୌଣସି ପ୍ରକାରର ସୁଯୋଗ ହାତ ଛଡ଼ା କରୁନାହିଁ। ପ୍ରଥମେ ବିବାଦ ଓ ପରେ ଲଢ଼େଇ ବନ୍ଦ କରିବାକୁ ନେହୁରା ହେଉଥିବା ପାକିସ୍ତାନ(Pakistan) ଏବେ ପୁଣି ଭାରତକୁ ଧମକ ଦେଇଛି।
ପାକିସ୍ତାନ ଯଦି ରାଜ୍ୟ ପ୍ରାୟୋଜିତ ଆତଙ୍କବାଦକୁ ବନ୍ଦ ନ କରିବ, ତା’ହେଲେ ବିଶ୍ୱ ମାନଚିତ୍ରରୁ ଲିଭି ଯିବ। ପାକିସ୍ତାନକୁ ଭୂଗୋଳରୁ ହଟାଇ ଦିଆଯିବ ବୋଲି ନିକଟରେ ଭାରତର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଇସଲାମାବାଦକୁ ଧମକ ଦେଇଥିଲେ। ସ୍ଥଳ ସେନା ମୁଖ୍ୟଙ୍କ ଏପରି ଚେତାବନୀ ପରେ ଫୁଟାଣି ମାରିଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ। ଭାରତକୁ ତା’ରି ଯୁଦ୍ଧ ବିମାନର ଧ୍ୱଂସାବଶେଷ ତଳେ ପାକିସ୍ତାନ ପୋତି ଦେବ ବୋଲି ସେ ବାଣି ମାରିଛନ୍ତି।
ଭାରତୀୟ ସଶସ୍ତ୍ର ବଳ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କୌଣସି ପ୍ରକାରର ଦୁଃସାହାସ ପ୍ରଦର୍ଶନ ନ କରିବାକୁ ସତର୍କ କରାଉଥିବା ବେଳେ ଆସିଫଙ୍କ ବୟାନ ସାମ୍ନାକୁ ଆସିଛି। ଭାରତର ଚେତାବାନୀ ପରେ ଦୋହଲି ଯାଇଥିବା ଆସିଫ ଏପରି ବୟାନକୁ ଉତ୍ତେଜନା ସୃଷ୍ଟିକାରୀ ବୋଲି ଅବିହିତ କରିଛନ୍ତି।
ସେ ଦାବି କରିଛନ୍ତି ଯେ ଭାରତୀୟ ସାମରିକ ଓ ରାଜନୀତିକ ନେତୃବୃନ୍ଦ ଦେଉଥିବା ବୟାନ କେବଳ ବିଫଳ ଉଦ୍ୟମ। ମେ’ ମାସରେ ଅପରେସନ ସିନ୍ଦୁରର ପରାଜୟ ପରେ ସେମାନେ ମୁହଁ ଦେଖାଇ ପାରୁ ନାହାନ୍ତି। ଚାପରେ ରହିଥିବାରୁ ସେମାନେ ଏପରି ବୟାନ ଦେଉଥିବା ସେ କହିଛନ୍ତି।
ଆସିଫ କହିଛନ୍ତି, “ବରବାଦ ହୋଇଯାଇଥିବା ନିଜର ସମ୍ମାନକୁ ପୁଣି ଫେରି ପାଇବାକୁ ଭାରତୀୟ ସାମରିକ ଓ ରାଜନୀତିକ ନେତାମାନେ ଏପରି ବିଫଳ ପ୍ରୟାସ କରି ବୟାନ ଦେଉଛି। ୦-୬ରେ ସାଂଘାତିକ ଭାବେ ହାରିବା ପରେ ସେମାନେ ପୁଣି ଯଦି ଉଦ୍ୟମ କରିବେ, ତା’ହେଲେ ଏହା ଉପରବାଲା ଇଚ୍ଛାରେ ପୂର୍ବାପେକ୍ଷା ଆହୁରି ଭୟଙ୍କର ହେବ। ଭାରତକୁ ଆମେ ତା’ରି ଯୁଦ୍ଧ ବିମାନର ଧ୍ୱଂସାବଶେଷ ତଳେ ପୋତି ଦେବୁ।”
ଯଦିଓ ଆସିଫ ୦-୬ କ’ଣ ପାଇଁ କହିଲେ, ତା’ର ତଥ୍ୟ ବିସ୍ତୃତ ଭାବେ ଦେଇ ନାହାନ୍ତି। କିନ୍ତୁ କୁହାଯାଉଛି ଯେ ପାକିସ୍ତାନ ଅପରେସନ ସିନ୍ଦୁର(Operation Sindoor) ବେଳେ ଭାରତର ୬ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥିବା ଯେଉଁ ମିଥ୍ୟା ଦାବି କରୁଥିଲା, ତା’କୁ ଆସିଫ ଦୋହରାଇଛନ୍ତି। କେବଳ ଆସିଫ ନୁହେଁ, ପାକିସ୍ତାନର ଅଧିକାଂଶ ଲୋକ ଏହି ମିଛ ପ୍ରଚାରରେ ବ୍ୟସ୍ତ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/06/pak-2025-10-06-14-10-21.jpg)