Advertisment

ଟ୍ରମ୍ପଙ୍କ ସହ କେମିତି କରିବେ ଡିଲ୍‌? ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁପ୍ତ ମନ୍ତ୍ରଣା ଦେବେ କହିଲେ ନେତାନ୍ୟାହୁ

ନେତାନ୍ୟାହୁଙ୍କ କହିବା କଥା ଯେ ଭାରତ-ଆମେରିକା ସମ୍ପର୍କ ବେଶ ନିବିଡ଼। ତେଣୁ ସେମାନେ ଟାରିଫ ପ୍ରସଙ୍ଗକୁ ସମାଧାନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

author-image
Hemant Lenka
Netanyahu

Netanyahu

ଭାରତ ଓ ଆମେରିକା ମଧ୍ୟରେ ଏବେ ଟାରିଫ ଯୁଦ୍ଧ ଚରମସୀମାରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗୁଡ଼ୁ ଥିବାରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବଡ଼ ବୟାନ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କେମିତି ଡିଲ କରିବାକୁ ହେବ, ସେ ସମ୍ପର୍କରେ କିଛି ପରାମର୍ଶ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବାକୁ ଚାହୁଁଛନ୍ତି।କିନ୍ତୁ ଏହି ପରାମର୍ଶ ସେ ମୋଦିଙ୍କୁ ଅତ୍ୟନ୍ତ ଗୁପ୍ତରେ ଦେବେ। ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦି ଉଭୟ ତାଙ୍କର ଚମତ୍କାର ବନ୍ଧୁ ହୋଇଥିବାରୁ ସେ ଏପରି କରିବାକୁ ଚାହୁଁଥିବା ନେତାନ୍ୟାହୁ କହିଛନ୍ତି।

Advertisment

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ ଉଭୟ ମୋର ଭଲ ବନ୍ଧୁ। ଟ୍ରମ୍ପଙ୍କ ସହ ଡିଲ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ପରାମର୍ଶ ଦେବାକୁ ଚାହିଁବି। କିନ୍ତୁ ଅତ୍ୟନ୍ତ ଗୋପନରେ। ଏଥିସହ ମୁଁ ଖୁବଶୀଘ୍ର ଭାରତ ଗସ୍ତରେ ଯିବାକୁ ମଧ୍ୟ ଚାହିଁବି।”

ନେତାନ୍ୟାହୁଙ୍କ କହିବା କଥା ଯେ ଭାରତ-ଆମେରିକା ସମ୍ପର୍କ ବେଶ ନିବିଡ଼। ତେଣୁ ସେମାନେ ଟାରିଫ ପ୍ରସଙ୍ଗକୁ ସମାଧାନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଦୁଇ ଦେଶର ମୂଳ ସମ୍ପର୍କ ବେଶ ମଜବୁତ। ଦୁଇ ଦେଶର ସ୍ୱାର୍ଥ ପାଇଁ ଭାରତ ଓ ଆମେରିକା ପରସ୍ପର ସହ ବୁଝାମଣା କରି ଟାରିଫ ପ୍ରସଙ୍ଗର ସମାଧାନ କରନ୍ତୁ। ଏପରି ବୁଝାମଣା ଇସ୍ରାଏଲ ପାଇଁ ମଧ୍ୟ ଭଲ। କାରଣ ଉଭୟ ଦେଶ ହେଉଛନ୍ତି ଆମର ବନ୍ଧୁ।”

PM Modi Donald Trump Benjamin Netanyahu