Advertisment

୨ ରାଷ୍ଟ୍ର ବ୍ୟବସ୍ଥା ଲାଗୁ ହେଲେ ଅସ୍ତ୍ର ଛାଡ଼ିବ ହମାସ!

ଯଦି ୧୯୬୭ ସୀମା ନିୟମ ଅନୁସାରେ ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରାଯିବ, ତା’ହେଲେ ହମାସ ଅସ୍ତ୍ର ଛାଡ଼ିବ ବୋଲି ସର୍ତ୍ତ ରଖିଛି।

Hamas

Hamas

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏସବୁ ଭିତରେ ଯୁଦ୍ଧ ବନ୍ଦ କରିବାକୁ ୨ ରାଷ୍ଟ୍ର ବ୍ୟବସ୍ଥାର ପ୍ରସ୍ତାବ ଦେଇଛି ହମାସ। ଇସ୍ରାଏଲ ସହ ୫ ବର୍ଷ କିମ୍ବା ତା’ର ଅଧିକ ସମୟ ଶାନ୍ତି ଚୁକ୍ତି କରିବାକୁ ହମାସ ରାଜି ଅଛି।

Advertisment

ଏଥିସହ ଅସ୍ତ୍ର ଛାଡ଼ିବାକୁ ମଧ୍ୟ ହମାସ ପ୍ରସ୍ତୁତ। ଅସ୍ତ୍ର ଛାଡ଼ି ସଂଗଠନ ନିଜକୁ ଗୋଟିଏ ରାଜନୀତିକ ଦଳ ପରିଣତ କରିବ। କିନ୍ତୁ ଯଦି ୧୯୬୭ ସୀମା ନିୟମ ଅନୁସାରେ ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ରରେ ପରିଣତ କରାଯିବ, ତା’ହେଲେ ହମାସ ଅସ୍ତ୍ର ଛାଡ଼ିବ ବୋଲି ସର୍ତ୍ତ ରଖିଛି।

ହମାସର ଜଣେ ବରିଷ୍ଠ ସଦସ୍ୟ ଖଲିଲ ଅଲ ହାୟା ଏପରି ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଇସ୍ରାଏଲ ଏପରି ପ୍ରସ୍ତାବ ଗ୍ରହଣ କରିବା ସମ୍ଭାବନା କମ। ୧୯୬୭ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇସ୍ରାଏଲ ଦଖଲ କରିଥିବା ପାଲେଷ୍ଟାଇନ ଅଞ୍ଚଳ ଛାଡ଼ିବା ମୁଡରେ ନାହିଁ। ବରଂ ପାଲେଷ୍ଟାଇନ କବଳରେ ଥିବା ଆଉ କିଛି ଅଞ୍ଚଳରେ ନରସଂହାର କରି ଇସ୍ରାଏଲ ସେସବୁ ଦଖଲ କରିବାକୁ ଚାହୁଁଛି।

Advertisment

ଇସ୍ରାଏଲ ସହ ମାସିକିଆ ଅସ୍ତ୍ରବିରତି ପାଇଁ ହମାସର ବୁଝାମଣା କମିଟିରେ ଅଲ ହାୟା ରହିଛନ୍ତି। ସେ କହିଛନ୍ତି, ହମାସ ସବୁବେଳେ ପାଲେଷ୍ଟାଇନ ଲିବେରେସନ ଅର୍ଗାନାଇଜେସନରେ ସାମିଲ ହେବାକୁ ଚାହେଁ। ହମାସ ସଂପୂର୍ଣ୍ଣ ଭାବେ ୱେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପକୁ ନେଇ ପାଲେଷ୍ଟାଇନ ସାର୍ବଭୌମତ୍ୱ ଚାହୁଁଛି। ଏଥିସହ ଅନ୍ତର୍ଜାତୀୟ ସଂକଳ୍ପ ମାଧ୍ୟରେ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଫେରାଯାଉ।

ଯଦି ଏପରି ହେବ, ତା’ହେଲେ ହମାସ ସଂପୂର୍ଣ୍ଣ ଭାବେ ବିଲୀନ ହୋଇଯିବ। ଇସ୍ରାଏଲ ସହ ସମାନ୍ତରଳ ଭାବେ ପାଲେଷ୍ଟାଇନ ଗଠନ ସପକ୍ଷରେ ହମାସ ରହିଛି। କିନ୍ତୁ ରାଜନୀତିକ ଅଭିସନ୍ଧି ଯୋଗୁ ଏହା ସମ୍ଭବ ହୋଇପାରୁ ନାହିଁ। ଇସ୍ରାଏଲ ବାରମ୍ବାର ପାଲେଷ୍ଟାଇନକୁ ଦଖଲ କରିବାରେ ଲାଗିଛି। ଆମକୁ ସ୍ୱତନ୍ତ୍ର ପାଲେଷ୍ଟାଇନ ଦରକାର ବୋଲି ସେ କହିଛନ୍ତି।

ତେବେ ଏ ସମ୍ପର୍କରେ ଇସ୍ରାଏଲ କିମ୍ବା ପାଲେଷ୍ଟାଇନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ୨୦୦୭ରେ ହମାସ ଗାଜା ଦଖଲ କରିବା ସହ ସେଠାରେ ନିଜର ହକୁମାତି ଜାହିର କରିଛି। ଏହାର ବର୍ଷକ ତଳେ ହମାସ ପାଲେଷ୍ଟାଇନରେ ଜାତୀୟ ନିର୍ବାଚନ ଜିତିଥିଲା। ହମାସ ଗାଜା ଦଖଲ କରିବା ପରେ ପାଲେଷ୍ଟାଇନ ଅଧିକାରୀମାନେ ୱେଷ୍ଟବ୍ୟାଙ୍କକୁ ଚାଲି ଯାଇଥିଲେ।

Israel Hamas Palestine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe