Advertisment

Donald Trump: କଠୋର ହେଲେ ଟ୍ରମ୍ପ: ତୃତୀୟ ବିଶ୍ୱର ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ଲାଗିବ ରୋକ

ଅଣନାଗରିକଙ୍କୁ ମିଳୁଥିବା ସମସ୍ତ ସଂଘୀୟ ସୁବିଧା ଓ ସବସିଡିକୁ ମଧ୍ୟ ସେ ଶେଷ କରିବେ ବୋଲି ଘୋଷଣା କରିଛନ୍ତି। ଘରୋଇ ଶାନ୍ତିକୁ କ୍ଷତି ପହଞ୍ଚାଉଥିବା ସମସ୍ତ ପ୍ରବାସୀଙ୍କୁ ବ୍ୟାନ କରାଯିବ।

Trump

ରାଷ୍ଟ୍ରପତି ଟ୍ରମ୍ପ

Advertisment

ଆମେରିକା ଇମିଗ୍ରେସନ ନୀତି ବା ଆମେରିକା ଦେଶାନ୍ତର ନୀତିକୁ ନେଇ ଆହୁରି କଠୋର ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତୃତୀୟ ବିଶ୍ୱର ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ସେ(Donald Trump) ସଂପୂର୍ଣ୍ଣ ତଥା ସ୍ଥାୟୀ ରୋକ ଲଗାଇବା ବୋଲି ଶୁକ୍ରବାର ଘୋଷଣା କରିଛନ୍ତି।

Advertisment

ଘରୋଇ ବ୍ୟବସ୍ଥାକୁ ପୁନଃ ତିଆରି କରିବା, ବେଆଇନ ପ୍ରବାସୀଙ୍କୁ ବିଦା କରିବା ଓ ବିଦେଶୀ ନାଗରିକଙ୍କ ଯାଞ୍ଚକୁ କଡ଼ାକଡ଼ି କରିବାର ଆଦି ନୀତିର ଅଂଶବିଶେଷ ଭାବେ ଟ୍ରମ୍ପ ଏପରି ଘୋଷଣା କରିଛନ୍ତି। 

ଦିନକ ତଳେ ହ୍ୱାଇଟ ହାଉସ ନିକଟରେ ଜାତୀୟ ଗାର୍ଡର ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଜଣେ ଆଫଗାନ ନାଗରିକ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଅତ୍ୟନ୍ତ କ୍ଷୁବ୍ଧ ହୋଇଥିଲେ ଟ୍ରମ୍ପ। ଘଟଣା ପରେ ଟ୍ରମ୍ପ ପ୍ରଶାସନ ଘୋଷଣା କରିଥିଲା ଯେ ଆଫଗାନ ସମେତ ୧୯ଟି ଦେଶର ଲୋକଙ୍କ ସ୍ଥାୟୀ ରହଣୀ ଷ୍ଟାଟସର ଯାଞ୍ଚ କରାଯିବ। ଏବେ ଟ୍ରମ୍ପ ଦେଶାନ୍ତର ନୀତିକୁ ନେଇ ଆହୁରି କଠୋର ହୋଇଛନ୍ତି।

Advertisment

ସେ କହିଛନ୍ତି, “ମୁଁ ଆମେରିକା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଠିକ କରିବା ପାଇଁ ସମସ୍ତ ତୃତୀୟ ଦୁନିଆର ଦେଶର ପ୍ରବାସୀଙ୍କ ଉପରେ ସ୍ଥାୟୀ ରୋକ ଲଗାଇବି। ବାଇଡେନଙ୍କ ବେଆଇନ ପ୍ରବେଶ ନିୟମ ଯୋଗୁ ଆମେରିକା ଆସିଥିବା ଲକ୍ଷାଧିକ ଲୋକଙ୍କୁ ବହିଷ୍କାର କରିବି। ଆମେରିକା(USA)ର ସମ୍ପତ୍ତି ସହ ଜଡ଼ିତ ନଥିବା କିମ୍ବା ଆମ ଦେଶକୁ ଭଲ ପାଇବାର ଯୋଗ୍ୟତା ରଖି ନଥିବା ସମସ୍ତ ଲୋକଙ୍କୁ ହଟାଇ ଦେବି।”

ଅଣନାଗରିକଙ୍କୁ ମିଳୁଥିବା ସମସ୍ତ ସଂଘୀୟ ସୁବିଧା ଓ ସବସିଡିକୁ ମଧ୍ୟ ସେ ଶେଷ କରିବେ ବୋଲି ଘୋଷଣା କରିଛନ୍ତି। ଘରୋଇ ଶାନ୍ତିକୁ କ୍ଷତି ପହଞ୍ଚାଉଥିବା ସମସ୍ତ ପ୍ରବାସୀଙ୍କୁ ବ୍ୟାନ କରାଯିବ। ସାର୍ବଜନୀନ ବୋଝ, ସୁରକ୍ଷା ପ୍ରତି ବିପଦ ଓ ପଶ୍ଚିମ ସଭ୍ୟତାକୁ ଖାତିର କରୁ ନଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ଦେଶରୁ ବିଦା କରାଯିବ ବୋଲି ଟ୍ରମ୍ପ କହିଛନ୍ତି। 

ରାଷ୍ଟ୍ରପତି ଟ୍ରମ୍ପ କେବଳ ତୃତୀୟ ବିଶ୍ୱର ଦେଶଗୁଡ଼ିକ କଥା କହିଛନ୍ତି। କିନ୍ତୁ ବାସ୍ତବରେ ଏହି ତାଲିକାରେ କେଉଁ ସବୁ ଦେଶକୁ ଟ୍ରମ୍ପ ରଖିବେ, ତା’ହା ସ୍ପଷ୍ଟ ହୋଇନାହିଁ। ତୃତୀୟ ବିଶ୍ୱ ଦେଶଗୁଡ଼ିକର ସଂଜ୍ଞା ବେଶ ବଡ଼। ସାଧାରଣତଃ ନିମ୍ନ ଓ ମଧ୍ୟମ ଆୟବର୍ଗରେ ଥିବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏହି ତାଲିକାରେ ରୁହନ୍ତି। ଏପରି ଦେଶ ଆଫ୍ରିକା, ଏସିଆ, ଲାଣ୍ଟିନ ଆମେରିକା ଓ ଓସେନିଆର କିଛି ପ୍ରାନ୍ତରେ ରହିଛନ୍ତି। 

USA Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe