Advertisment

US-Iran Conflict: ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ଭୟ: ଆମେରିକାକୁ ବଡ଼ ଧମକ ଦେଲା ଇରାନ

ବିକ୍ଷୋଭ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ଇରାନର ଅଭିମୁଖେ ଆମେରିକାର ଏକାଧିକ ଯୁଦ୍ଧ ତୋପ ଯାଉଥିବା ରାଷ୍ଟ୍ରପତି ଟ୍ରମ୍ପ କହିବା ପରେ ତେହରାନ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି।

USA1

ଆମେରିକାର ଯୁଦ୍ଧ ତୋପ

Advertisment

ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କୁ ବଡ଼ ଧମକ ଦେଇଛି ଇରାନ। ତେହରାନ ଉପରେ ଯେକୌଣସି ଆକ୍ରମଣକୁ ପୂର୍ଣ୍ଣକାଳୀନ ଯୁଦ୍ଧ ଭାବେ ବିବେଚନା କରାଯିବ ଓ ଏହାର ଜବାବ ଉପଲବ୍ଧ ଥିବା ସମସ୍ତ ଶକ୍ତି ବଳରେ ଦିଆଯିବ ବୋଲି ଇରାନ ଘୋଷଣା କରିଛି।

Advertisment

ବିକ୍ଷୋଭ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ଇରାନର ଅଭିମୁଖେ ଆମେରିକାର(US-Iran Conflict) ଏକାଧିକ ଯୁଦ୍ଧ ତୋପ ଯାଉଥିବା ରାଷ୍ଟ୍ରପତି ଟ୍ରମ୍ପ କହିବା ପରେ ତେହରାନ ପକ୍ଷରୁ ଏପରି ଚେତାବନୀ ଦିଆଯାଇଛି। ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଭୟ ସମସ୍ତଙ୍କୁ ଘାରିବାରେ ଲାଗିଛି। 

ଜଣେ ବରିଷ୍ଠ ଇରାନୀୟ ଅଧିକାରୀଙ୍କ କହିବା କଥା ଯେ ଅୟାତୋଲ୍ଲା ଅଲୀ ଖାମେନେଇ ଶାସନ ନିଶ୍ଚିତ ଭାବେ ନିଜ ପାଖରେ ଥିବା ସମସ୍ତ ପ୍ରକାରର ବଳକୁ ଆମେରିକାର ନିୟମିତ ସାମରିକ ବିପଦ ବିରୋଧରେ ବ୍ୟବହାର କରିବେ। ସେ କହିଛନ୍ତି, “ଏଥରେ ଯେକୌଣସି ପ୍ରକାରର ଆକ୍ରମଣକୁ ଆମ ବିରୋଧରେ ଯୁଦ୍ଧ ଭାବେ ବିବେଚନା କରିବୁ।

Advertisment

ସେମାନେ ସୀମିତ, ଅସୀମିତ, ସର୍ଜିକାଲ, କାଇନାଟିକ ଠାରୁ ଆରମ୍ଭ କରି ଆକ୍ରମଣକୁ ଯାହା ବି କହିଲେ ମଧ୍ୟ ଆମେ ଯୁଦ୍ଧ ଛଡ଼ା ଏହାକୁ ଆଉ କିଛି ବି ଭାବିବୁ ନାହିଁ। ଏହାର ସମାଧାନ ପାଇଁ ଆମେ ଉପଲବ୍ଧ ଥିବା ସବୁଠାରୁ କଠିନ ଜବାବ ଦେବୁ।” 

ଇରାନରେ ଚାଳିଥିବା ବିକ୍ଷୋଭକୁ ଦମନ କରିବାକୁ ଖାମେନେଇ ସରକାର ବଳ ପ୍ରୟୋଗ କରୁଥିବାରୁ ଆମେରିକା ନିୟମିତ ଭାବେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଚାଲିଛି। ପୂର୍ବରୁ ଟ୍ରମ୍ପ କେବଳ ଧମକ ଦେଉଥିବା ବେଳେ ଏବେ ଆମେରିକା ପକ୍ଷରୁ ବିଭିନ୍ନ ଯୁଦ୍ଧ ତୋପ ଓ ବିମାନ ମଧ୍ୟ ମଧ୍ୟପ୍ରାଚ୍ୟକୁ ପଠାଗଲାଣି। ଏହାକୁ ଦେଖି ଇରାନକୁ ସମ୍ଭାବ୍ୟ ଆକ୍ରମଣର ଭୟ ଘାରିଛି। ଏଥିପାଇଁ ଇରାନ ପକ୍ଷରୁ ଏପରି ଧମକ ଦିଆଯାଇଛି।  

ବିମାନ ବାହାକ ଯୁଦ୍ଧ ତୋପ ଅବ୍ରାହମ ଲିନକୋଲନ ଓ ୩ ବିଧ୍ୱଂସକାରୀ ମଧ୍ୟପ୍ରାଚ୍ୟ ଆଡ଼କୁ ପଠାଇଛି ଆମେରିକା। ଏଥିରେ ଟୋମାହକ ମିସାଇଲ ମଧ୍ୟ ରହିଛି। ଏହାବାଦ ଆମେରିକା ବାୟୁସେନା ପକ୍ଷରୁ ୧୨ରୁ ଅଧିକ ଏଫ-୧୫ଇ ଯୁଦ୍ଧ ବିମାନ ମଧ୍ୟ ମଧ୍ୟପ୍ରାଚ୍ୟକୁ ପଠାଯାଇଛି। ଏହାକୁ ନେଇ ଛାନିଆ ହୋଇଥିବା ଇରାନ ନିଜ ଦେଶରେ ହାଇଆଲର୍ଟ ଜାରି କରିଛି। ତେବେ ଅଧିକାରୀ ଜଣଙ୍କ କାଉଣ୍ଟର ଆଟାକ କେମିତି ହେବ, ସେ ସମ୍ପର୍କରେ କିଛି ବି କହି ନାହାନ୍ତି। 

ସେ କହିଛନ୍ତି ଯେ “ଏପରି ସମରସଜ୍ଜା ବାସ୍ତବରେ ଯୁଦ୍ଧ ପାଇଁ ନୁହେଁ ବୋଲି ଆମର ଆଶା। କିନ୍ତୁ ଆମ ସେନା ବିପର୍ଯ୍ୟୟର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଇରାନରେ ସବୁ କିଛି ହାଇଆଲର୍ଟରେ ରହିଛି।”

US Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe