Advertisment

ପୁଣି ବାଂଲାଦେଶ ଫେରିବେ କି ଶେଖ ହସିନା? ସରକାରଙ୍କ ପକ୍ଷରୁ ଆସିଲା ବଡ଼ ବୟାନ

ଯଦି ଆଇନ ମନ୍ତ୍ରଣାଳୟ ଅନୁରୋଧ କରିବ, ତା’ହେଲେ ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଅନ୍ତରୀଣ ସରକାର ମତ ରଖିଛନ୍ତି।

author-image
Hemant Lenka
Sheikh Hasina

Sheikh Hasina

ସଂରକ୍ଷଣ ବିରୋଧୀ ଭୟଙ୍କର ଆନ୍ଦୋଳନ ଯୋଗୁ ଇସ୍ତଫା ଦେଇ ଦେଶ ଛାଡ଼ିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ଢାକା ଫେରିବେ କି? ଏହି ପ୍ରଶ୍ନର ବଡ଼ ଉତ୍ତର ଦେଇଛନ୍ତି ବାଂଲାଦେଶରେ ଏବେ ଗଠନ ହୋଇଥିବା ଅନ୍ତରୀଣ ସରକାର। ଯଦି ଆଇନ ମନ୍ତ୍ରଣାଳୟ ଅନୁରୋଧ କରିବ, ତା’ହେଲେ ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି ଅନ୍ତରୀଣ ସରକାର ମତ ରଖିଛନ୍ତି।

Advertisment

ବିଏସଏସ୍‌ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ ରବିବାର ଅନ୍ତରୀଣ ସରକାରର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଏପରି ମତ ରଖିଛନ୍ତି। ଗତ ସପ୍ତାହରେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶର ଅନ୍ତରୀଣ ସରକାର ମୁଖିଆ ଭାବେ ଶପଥ ନେଇଥିଲେ। ଏହାପରେ ରବିବାର ଅନ୍ତରୀଣ ସରକାରଙ୍କ ପକ୍ଷରୁ ହୁସେନ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଏହି ସମୟରେ ସେ ଢାକା-ଦିଲ୍ଲୀ ସମ୍ପର୍କ ଉପରେ ବି ମତ ରଖିଛନ୍ତି। ହୁସେନ କହିଛନ୍ତି, “ଭାରତ ପଡ଼ୋଶୀ ବାଂଲାଦେଶର ଭଲ ବନ୍ଧୁ ବୋଲି ଲୋକମାନେ ଅନୁଭବ କରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଆମେ ଏହା ଚାହୁଁଛୁ। ଆମେ ସେହି ଦିଗରେ ଢାକା-ଦିଲ୍ଲୀ ସମ୍ପର୍କରୁ ନେଇ ଯିବାକୁ ଲକ୍ଷ୍ୟ ରଖିଛୁ। ଭାରତ ଏହି କ୍ଷେତ୍ରରେ ଆମକୁ ସହଯୋଗ କରୁଛି କି ନାହିଁ, ତା’ ଉପରେ ଆମର ନଜର ରହିଛି।”

Advertisment

ହୁସେନ ଆହୁରି କହିଛନ୍ତି, “ଆମ ନୀତି ହେଲା ସମସ୍ତ ରାଷ୍ଟ୍ରଗୁଡ଼ିକ ସହ ଭଲ ସମ୍ପର୍କ ସ୍ଥାପନ କରିବା। ଏହି ସମୟରେ ଆମ ଜାତୀୟ ସ୍ୱାର୍ଥକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଆମେ ସମସ୍ତଙ୍କ ସହ ବନ୍ଧୁତା ଚାହୁଁଛୁ ଓ କାହା ସହ ଶତ୍ରୁତା ଚାହୁଁ ନାହୁଁ। ଆମେ ସମତୁଲ ସମ୍ପର୍କ ରଖିବାକୁ ଲକ୍ଷ୍ୟ ରଖିଛୁ।

ଆମର ପ୍ରମୁଖ କାମ ହେଲା ଆମ ସ୍ୱାର୍ଥର ସୁରକ୍ଷା କରିବା। ଅନ୍ତରୀଣ ସରକାର କେବଳ ଗୋଟିଏ ଦିଗରେ ଫୋକସ କରିବେ ବୋଲି ଭାବିବା ଭୁଲ। ଆମେ ଭାରତ ଓ ଚାଇନା ସମେତ ସବୁ ଦେଶ ସହ ସୁସ୍ଥ ଓ ସକାରାତ୍ମକ ସମ୍ପର୍କ ପ୍ରତିଷ୍ଠା କରିବୁ।”

ବାଂଲାଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ରହିଛନ୍ତି। ବାଂଲାଦେଶରେ ହିଂସାକାଣ୍ଡ ଓ ସେ ଦେଶ ଛାଡ଼ି ପଳାୟନ ପଛରେ ଆମେରିକାର ହାତ ଥିବା ହସିନା ଅଭିଯୋଗ କରିଛନ୍ତି।

Bangladesh Violence Sheikh Hasina Resigns Sheikh Hasina Bangladesh