Advertisment

ସ୍କୁଲ ଭିତରେ ଆଖିବୁଜା ଗୁଳି ମାଡ଼, ୫ ମୃତ

ଖ୍ରୀଷ୍ଟମାସ୍‌ ପୂର୍ବରୁ ଆମେରିକାରେ ଘଟିଛି ଦୁଃଖଦ ଘଟଣା। ଏକ ସ୍କୁଲ ଭିତରେ ଆଖିବୁଜା ଗୁଳି ମାଡ଼ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି।

Security

Security

Advertisment

ଖ୍ରୀଷ୍ଟମାସ୍‌ ପୂର୍ବରୁ ଆମେରିକାରେ ଘଟିଛି ଦୁଃଖଦ ଘଟଣା। ଏକ ସ୍କୁଲ ଭିତରେ ଆଖିବୁଜା ଗୁଳି ମାଡ଼ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ଗୁଳି ମାଡ଼ କରିଥିବା ନାବାଳକଜଣକ ପୁଲିସ୍‌ ଏନକାଉଣ୍ଟରରେ ଆଖି ବୁଜିଥିବା ଜଣାଯାଇଛି। ଏହି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଶୁଟରଙ୍କ ପରିଚୟ ମିଳି ପାରିନି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ୱିସ୍କୋସିନ୍‌ସ୍ଥିତ କ୍ରିଶ୍ଚିୟନ ନାମକ ଘରୋଇ ସ୍କୁଲରେ ଆଖିବୁଜା ଫାୟାରିଂ ହେଉଥିବା ନେଇ ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ ସ୍କୁଲରେ ପହଞ୍ଚିବା ବେଳକୁ ବହୁ ଛାତ୍ରଛାତ୍ରୀ ଗୁଳି ମାଡ଼ରେ ଆହତ ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ତୁରନ୍ତ ଗୁରୁତର ୬ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଏଥିସହ ୫ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ ତଦନ୍ତରୁ ଜଣାଯାଇଛି, ଜଣେ ଛାତ୍ର ଏହି ଭୟଙ୍କର କାଣ୍ଡ ଘଟାଇଛନ୍ତି। ଛାତ୍ରଜଣକ ନିଜ ସହ ଏକ ବନ୍ଧୁକ ଧରି ସ୍କୁଲରେ ପଶିଥିଲେ। ଏହାପରେ ସେ ଆଖିବୁଜା ଗୁଳି ମାଡ଼ ଆରମ୍ଭ କରିଦେଲେ। ତେବେ ତାଙ୍କ ପରିଚୟ ମିଳିପାରିନି କିମ୍ବା କାହିଁକି ଏପରି ଗୁଳି ମାଡ଼ କଲେ ତାହାର ଉଦ୍ଦେଶ୍ୟ ଜଣାପଡ଼ିନି।

Advertisment
Firing USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe