Advertisment

ସବୁଠୁ ବଡ଼ ହସ୍ପିଟାଲ ଉପରେ ଏୟାର୍‌ଷ୍ଟ୍ରାଇକ୍‌, ପାଣି ଓ ବିଦ୍ୟୁତ ଠପ୍

ବିଦ୍ୟୁତ୍‌ ସେବା ନଥିବା ଯୋଗୁ ଅପରେସନ୍‌ ଥିଏଟର୍‌ ବନ୍ଦ ହୋଇଯାଇଛି।

author-image
Madhupriya Mistry
Air strike on Hospital

Air strike on Hospital

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଲଗାତର ୩୮ ଦିନ ହେବ ଏହୁ ଯୁଦ୍ଧ ଲାଗି ରହିଛି। ଏଥିଯୋଗୁ ଅନେକ ଲୋକ ପ୍ରାଣ ହରାଇ ସାରିଲେଣି। ସେପଟେ ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ ଗାଜାର ସବୁଠୁ ବଡ଼ ହସ୍ପିଟାଲ ଅଲ୍‌-ଶିଫା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ହସ୍ପିଟାଲ ଭିତରେ ହମାସର ଆତଙ୍କୀ କମାଣ୍ଡ ସେଣ୍ଟର ଥିବା ଦାବି କରି ବୋମା ମାଡ଼ କରିଛି ଇସ୍ରାଏଲ। ଫଲରେ ୨୬ରୁ ଅଧିକ ଜଣ ପ୍ରାଣ ହରାଇଛନ୍ତି। ଚିକିତ୍ସା ସୁବୁଧା ଅଭାବ ଯୋଗୁ ଏଠି ରୋଗୀ ହନ୍ତସନ୍ତ ହେଉଛନ୍ତି। କେବଳ ସେତିକି ନୁହେଁ ଏୟାରଷ୍ଟ୍ରାଇକ୍‌ ପରେ ପାଣି ଓ ବିଦ୍ୟୁତ୍‌ ସେବା ମଧ୍ୟ ଠପ୍‌ ହୋଇପଡିଛି।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ପାଣି ଓ ବିଦ୍ୟୁତ ସେବା ବନ୍ଦ ଯୋଗୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ହେବା ଅସମ୍ଭବ ହୋଇପଡିଛି। ଏହି ଯୁଦ୍ଧ ଭିତରେ ଶତାଧିକ ରୋଗୀ ହସ୍ପିଟାଲରେ ଫଶିଛନ୍ତି। ବିଦ୍ୟୁତ୍‌ ସେବା ନଥିବା ଯୋଗୁ ଅପରେସନ୍‌ ଥିଏଟର୍‌ ବନ୍ଦ ହୋଇଯାଇଛି। ତଳେ ପଡି ରୋଗୀ ଛଟପଟ ହେଉଛନ୍ତି। ଅପରେଟିଂ ରୁମ୍‌ ପୂରାପୁରି ବନ୍ଦ ରହିଛି। କେବଳ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେବା ହିଁ ସମ୍ଭବ ହେଉଛି ବୋଲି ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି।

ମିଳିତ ଜାତିସଂଘ ମାନବିକ ଏଜେନ୍ସି ଅନୁଯାୟୀ, ଗାଜାର ୩୬ଟି ଡାକ୍ତରଖାନା ମଧ୍ୟରୁ ୨୦ଟି ଆଉ କାମ କରୁନାହିଁ। WHO ଗାଜାର ଅଲ-ଶିଫା ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରିବାରେ ସଫଳ ହୋଇଛି। WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସ କହିଛନ୍ତି ଯେ ଗାଜାରେ ଥିବା ଡାକ୍ତରଖାନାଗୁଡିକ ଆଉ ଡାକ୍ତରଖାନା ଭାବରେ କାର୍ଯ୍ୟ କରୁନାହିଁ।

Advertisment

ଇସ୍ରାଏଲ୍ ଆକ୍ରମଣ ମଧ୍ୟରେ ଉତ୍ତର ଗାଜାରେ ପରିସ୍ଥିତି ଗୁରୁତର ରହିଛି। ଏଠାରେ ଇସ୍ରାଏଲ୍ ସୈନ୍ୟବାହିନୀ ଦ୍ୱାରା ଡାକ୍ତରଖାନାଗୁଡିକୁ କବ୍‌ଜା କରାଯାଇଛି। ଏଭଳି ସ୍ଥିତିରେ ଭିତରର ଲୋକଙ୍କ ଚିକିତ୍ସା ଯୋଗାଇବାକୁ ହସ୍ପିଟାଲ କର୍ମଚାରୀ ସକ୍ଷମ ନୁହଁନ୍ତି। ରଏଟର୍ସ ମେଡିକାଲ କର୍ମଚାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ଡାକ୍ତରଖାନାରେ ଅତି କମରେ ଦୁଇଜଣ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ବିଦ୍ୟୁତ କାଟ ଯୋଗୁଁ ଅଧିକ ବିପଦ ରହିଛି। ଆଖପାଖ ଅଞ୍ଚଳରେ ଯୁଦ୍ଧ ଜାରି ରହିଥିବା ଯୋଗୁ ହଜାର ହଜାର ଗାଜାବାସୀ ଅଲ୍‌-ଶିଫା ହସ୍ପିଟାଲ ନିକଟରେ ଆଶ୍ରୟ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗାଜାର ହସ୍ପିଟାଲଗୁଡିକ ହାମାସ ଦ୍ୱାରା ଆତଙ୍କୀ ହମ୍‌ଲା ଯୋଜନା ପାଇଁ ବ୍ୟବହାର କରାଯାଉଥିବା ଇସ୍ରାଏଲ ବାରମ୍ବାର ଅଭିଯୋଗ କରିଛି।

Airstrike Hospital Israel-Palestine Conflict