Advertisment

ପ୍ରେମିକର କୁନି ଝିଅକୁ ବ୍ୟାଟେରୀ ଓ ସ୍କ୍ରୁ ଖୁଆଇ ମାରିଦେଲା ପ୍ରେମିକା

ଶବ ବ୍ୟବଚ୍ଛେଦରୁ କୁନି ଝିଅଟିର ମୃତ୍ୟୁ କିଭଳି ହେଲା ତାହା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି।

Us woman killed lovers child

Us woman killed lovers child

Advertisment

ପିଶାଚୀ ସାଜିଲା ପ୍ରେମିକା। ୧୮ ମାସର କୁନି ଛୁଆକୁ ବି ଛାଡ଼ିଲାନି। ବ୍ୟାଟେରୀ, ସ୍କ୍ରୁ ଓ ନେଲ୍‌ ରିମୁଭର ଖାଆଇ ପ୍ରେମିକର କୁନି ଝିଅକୁ କଲା ହତ୍ୟା। ଏଭଳି କିଛି ଅଭିଯୋଗରେ ଆମେରିକାର ପେନ୍‌ସିଲ୍‌ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ପୁଲିସ ଗିରଫ କରିଛି।

Advertisment

ଆଇରିସ ରିଟା ଅଲ୍‌ଫେରା। ଗତ ବର୍ଷ ଜୁନ୍‌ ମାସରେ ଏହି ୧୮ ମାସର କୁନି ଝିଅଟିର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦରୁ କୁନି ଝିଅଟିର ମୃତ୍ୟୁ କିଭଳି ହେଲା ତାହା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଆଇରିସକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଗୁରୁବାର ଏଲିସିଆ ଓଓ୍ୱେନ୍ସକୁ ପୁଲିସ ଗରିଫ କରିଛି। ଶବ ବ୍ୟବଚ୍ଛେଦରୁ ରକ୍ତରେ ଏସିଟୋନ୍‌ ବିପଜ୍ଜନକ ସ୍ତରକୁ ବୃଦ୍ଧି ପାଇବାରୁ କୁନି ଝିଅ ଆଇରିସର ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ, ୨୫ ଜୁନ୍‌ ୨୦୨୩ ଆଇରିସଙ୍କ ବାପା ଘରେ ନଥିଲେ। ତାଙ୍କୁ ଏକ ଫୋନ୍‌ କଲ୍‌ ଯାଇଥିଲା। ଏଥିରେ ଆଇରିସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଇଥିଲା। ଏହାପରେ ବାପା ଆସି ତୁରନ୍ତ ୧୮ ମାସର କୁନି ଝିଅକୁ ଚିକିତ୍ସା ପାଇଁ ତୁରନ୍ତ ନ୍ୟୁ କ୍ୟାସଲ ୟୁପିଏମ୍‌ସି ଜେମ୍ସନ ହସ୍ପିଟାଲକୁ ନେଇ ଯାଇଥିଲେ। ପରେ ପିଲାଟିକୁ ପିଟସବର୍ଗ ୟୁପିଏମ୍‌ସି ଚିଲ୍ଡ୍ରେନ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୪ ଦିନ ପରେ କୁନି ଝିଅ ଆଇରସ୍‌ର ମୃତ୍ୟୁ ହୋଇଥିଲା।

Advertisment

ଘଟଣାର ତଦନ୍ତ ପରେ ଆଇରିସ୍‌ର ବାପା ବେଲି ଜାକୋବିଙ୍କ ୨୦ ବର୍ଷୀୟ ଗାର୍ଲଫ୍ରେଣ୍ଡ ଆ‌ଲିସିଆ ଓୱେନ୍‌ଙ୍କ ଯୋଗୁଁ ହିଁ କୁନି ଝିଅଟିର ମୃତ୍ୟୁ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଦୀର୍ଘ ଦିନ ଧରି ଆଲିସିଆ ଆଇରିସଙ୍କୁ ବ୍ୟାଟେରୀ, ସ୍କ୍ରୁ, ନେଲ୍‌ ପଲିସି ରିମୁଭର ଆଦି ଖାଇବାକୁ ଦେଉଥିଲେ। ଏଥିଯୋଗୁ କୁନି ଝିଅଟିର ଶରୀର ଉପରେ ପ୍ରଭାବ ପଡିଥିଲା। ପରେ ତା'ର ମୃତ୍ୟୁ ହୋଇଥିବା ତଦନ୍ତରୁ ଜଣାପଡିଛି।

ପୁଲିସକୁ ତଦନ୍ତରେ ସହଯୋଗ କରିନଥିଲେ ଆଲିସିଆ। ସେ ପୁଲିସ ଅନେକ ଭୁଲ୍‌ ତଥ୍ୟ ଦେଇଥିଲେ। ତେବେ ଆଇରିସଙ୍କୁ ହତ୍ୟା କରିବା ପୂର୍ବରୁ ଆଲିସିଆ ଅନେକ ରିସର୍ଚ୍ଚ କରିଥିଲେ। କେଉଁ ସବୁ ଜିନିଷ ଖୁଆଇଲେ ପିଲାଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ ସେ ନେଇ ଦୀର୍ଘ ଦିନ ହେବ ସେ ମୋବାଇଲରେ ସର୍ଚ୍ଚ କରୁଥିଲେ। ପରେ ସେ ଝିଅକୁ ଏସବୁ ଜିନିଷ ଖାଇବାକୁ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ପେନସିଲଭାନିଆ ଆଟର୍ଣ୍ଣି ଜେନେରାଲ ମିସେଲ ହେନେରୀ କହିଛନ୍ତି, 'ଏହି ମାମଲାର ବିବରଣୀ ବେଶ୍‌ ହୃଦୟ ବିଦାରକ। ସଂପୂର୍ଣ୍ଣ ଅସହାୟ ଶିଶୁକୁ କ୍ଷତି ପହଞ୍ଚାଇବା ପାଇଁ କେହି କିପରି ପଦକ୍ଷେପ ଏଭଳି ନେଇପାରନ୍ତି ତାହା ବୁଝିବା କଷ୍ଟକର।'

Murder Woman Kills Her Lover Child US Woman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe