Advertisment

କ୍ୟାନସରରେ ଆକ୍ରାନ୍ତ ହୋଇ ନ ଥିଲେ ମହିଳା; ଡାକ୍ତର ଦେଇଦେଲେ କେମୋ ଥେରାପି

କ୍ୟାନସରରେ ଆକ୍ରାନ୍ତ ନ ହୋଇ ବି ମହିଳାଙ୍କୁ ଦିଆଗଲା କେମୋ ଥେରାପି। ଶାରୀରିକ ଯନ୍ତ୍ରଣାକୁ ବଳି ପଡ଼ିଲା ମାନସିକ ଦୁଶ୍ଚିନ୍ତା। କ୍ୟାନସର ଆକ୍ରାନ୍ତ ହୋଇ ପଡ଼ିଥିବା ଭାବି ଭାଙ୍ଗି ପଡ଼ିଲେ ମହିଳାଜଣକ ।

Chemotherapy

Chemotherapy

Advertisment

କ୍ୟାନସରରେ ଆକ୍ରାନ୍ତ ନ ହୋଇ ବି ମହିଳାଙ୍କୁ ଦିଆଗଲା କେମୋ ଥେରାପି। ଶାରୀରିକ ଯନ୍ତ୍ରଣାକୁ ବଳି ପଡ଼ିଲା ମାନସିକ ଦୁଶ୍ଚିନ୍ତା। କ୍ୟାନସର ଆକ୍ରାନ୍ତ ହୋଇ ପଡ଼ିଥିବା ଭାବି ଭାଙ୍ଗି ପଡ଼ିଲେ ମହିଳାଜଣକ । ମାତ୍ର ଶେଷରେ ଯାହା ସାମନାକୁ ଆସିଲା ତାଙ୍କ ପାଦ ତଳୁ ମାଟି ଖସିଗଲା। ଆଖିରୁ ଲୁହ ଝରୁଥିବା ବେଳେ ତାଙ୍କ ମନ କିନ୍ତୁ ଖୁସିରେ ଫାଟି ପଡ଼ୁଥିଲା। କେମୋ ଥେରାପି ପରି କଷ୍ଟଦାୟମ ଚିକିତ୍ସା ପଦ୍ଧତି ଅତିକ୍ରମ କରିବା ପରେ ମହିଳାଜଣକ କେବେ ବି କ୍ୟାନସରରେ ଆକ୍ରାନ୍ତ ହୋଇ ନ ଥିବା ସ୍ପଷ୍ଟ ହୋଇଛି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସରେ ଘଟିଛି।

Advertisment

୩୯ ବର୍ଷୀୟା ଲିସା ମାର୍କ ଅସୁସ୍ଥତା ଅନୁଭବ କରିବାରୁ ୨୦୨୩ ମସିହା ପ୍ରାରମ୍ଭରେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସେଠାରେ ବିଭିନ୍ନ ପରୀକ୍ଷା ପରେ ସେ ଏକ ବିରଳ ବ୍ଲଡ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏଥିନିମନ୍ତେ ତୁରନ୍ତ ତାଙ୍କର କେମୋ ଥେରାପି ଚିକିତ୍ସା ଆରମ୍ଭ କରାଗଲା। ଏହାଦ୍ୱାରା ସେ ଦୁର୍ବଳ ହୋଇ ପଡ଼ିବା ସହ, କେଶ ଝଡ଼ିବା ଆଦି ସମସ୍ୟାର ସମ୍ମୁଖୀନ ହେଲେ।

ବେଶି ଦିନ ବଞ୍ଚିବା ନେଇ ସନ୍ଦୀହାନ ହୋଇ ପଡ଼ିଥିବା ଲିସା ନିଜ ଦୁଇ ସନ୍ତାନଙ୍କ ପାଇଁ ସବୁବେଳେ ଚିନ୍ତିତ ରହୁଥିଲେ। ନିଜ ପିଲାଙ୍କୁ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଖବର ଜଣାଇବା ସବୁଠୁ ଅଧିକ କଷ୍ଟଦାୟକ ଥିଲା ବୋଲି କହିଛନ୍ତି ଲିସା ।

Advertisment

ତାଙ୍କର କିଛି ହୋଇଗଲେ ପିଲାମାନେ କିପରି ରହିବେ ବୋଲି ସେ ଭାବି ଭାଙ୍ଗି ପଡ଼ୁଥିଲେ। ଏପରିକି ତାଙ୍କ ପରେ ପିଲାଙ୍କ ଦେଖାରଖା କରିବାକୁ ସେ ନିଜ ବନ୍ଧୁବାନ୍ଧବଙ୍କୁ ପତ୍ର ଲେଖି ଅନୁରୋଧ କରୁଥିଲେ।

ମାତ୍ର ଚିକିତ୍ସା ମଧ୍ୟରେ ଏକ ଚକିତ କରିବା ପରି ଘଟଣା ସାମନାକୁ ଆସିଲା। ମାର୍କଙ୍କ ପାଥୋଲୋଜି ରିପୋର୍ଟ ଦେଖୁଥିବା ଡାକ୍ତର ହଠାତ୍‌ ଚକିତ ହୋଇ ପଡ଼ିଲେ। ସଙ୍ଗେସଙ୍ଗେ ସେ କହିଲେ ଯେ, ଲିସା କେବେ ବି କ୍ୟାନସରରେ ଆକ୍ରାନ୍ତ ହୋଇ ନାହାନ୍ତି।

ଏହି ଖବରକୁ ବିଶ୍ୱାସ କରି ପାରୁ ନ ଥିବା ଲିସା ଶେଷରେ ସେ କ୍ୟାନସର ଆକ୍ରାନ୍ତ ନୁହନ୍ତି ବୋଲି କହିଛନ୍ତି। ଡାକ୍ତରଙ୍କ ଏପରି ବାଣୀ ଯୋଗୁ ସେ ନୂଆ ଜୀବନ ପାଇଥିବା ବେଳେ ନିଜ ପିଲାଙ୍କ ପାଇଁ ବହୁତ କିଛି କରିବାକୁ ସୁଯୋଗ ପାଇଥିବାରୁ ଭଗବାନଙ୍କୁ ଧନ୍ୟବାନ ଜଣାଇଛନ୍ତି ।

Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe