Advertisment

ଭାରତୀୟ ଏଜେଣ୍ଟ ଅଭିଯୋଗ, ବାଂଲାଦେଶରେ ସାମ୍ବାଦିକ ହଟହଟା

ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Munni Saha

Munni Saha

Advertisment

ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ଏଜେଣ୍ଟ ଅଭିଯୋଗରେ ତାଙ୍କୁ ରାଜଧାନୀ ଢାକାରେ କିଛି ଲୋକ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି। 

Advertisment

ଗତକାଲି ମୁନ୍ନି ଶାହା ମିଡିଆ ଅଫିସ୍ ଛାଡ଼ି ଫେରୁଥିଲେ। ଏହି ସମୟରେ ଢାକାର କରୱାନ ବଜାର ଅଞ୍ଚଳରେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ। ଏଥିସହ ତାଙ୍କୁ ଜଣେ ଭାରତୀୟ ଏଜେଣ୍ଟ ଏବଂ ଦେଶ ଛାଡ଼ି ଚାଲି ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମର୍ଥକ ବୋଲି ଅଭିଯୋଗ କରିଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୁନ୍ନି ଶାହ ଯେତେବେଳେ ଘରକୁ ଫେରୁଥିଲେ କିଛି ଲୋକ ତାଙ୍କ କାରକୁ ଅଟକାଇଥିଲେ। ତାଙ୍କୁ ଘରକୁ ଯିବାକୁ ଦେଇନଥିଲେ। ସେ କିଛି ସମୟ ସେଠାରେ ଅଟକି ରହିବା ପରେ ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଛି।

Advertisment

ପୁଲିସ ମୁନି ଶାହାଙ୍କୁ ଆଣିବା ସମୟରେ ଲୋକମାନେ ତାଙ୍କ ବିରୁଦ୍ଧରେ ନାରାବାଜି ଦେଉଥିବା ଶୁଣିବାକୁ ମିଳୁଛି।  

ଅନ୍ୟପଟେ, ପୁଲିସ ଶାହାଙ୍କୁ ନେବାକୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହୋଇଥିଲା। ପୁଲିସ ତାଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ପରେ ସ୍ପଷ୍ଟି ହୋଛି ଯେ ପୁଲିସ ତାଙ୍କୁ ଥାନାକୁ ନେବା ପରେ ସୁରକ୍ଷିତ ଭାବେ ଅଫିସରେ ଛାଡ଼ିଛି। 

Bangladesh Violence Dhaka Woman Journalist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe