Advertisment

ଚାଲିଥିଲା ଶୁଣାଣି, ମହିଳା ଜଜ୍‌ଙ୍କୁ ପିଟିଲେ ଅଭିଯୁକ୍ତ

ଏହି ପୂରା ଘଟଣାର ଦୃଶ୍ୟ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି।

author-image
Madhupriya Mistry
Attack on Judge

Attack on Judge

ଚାଲିଥିଲା ଶୁଣାଣି। ରାୟ ଶୁଣାଉଥିଲେ ଜଜ୍‌। ଏତିକି ବେଳେ ହଠାତ୍‌ ଜଜ୍‌ଙ୍କ ଉପରକୁ ଡେଇଁପଡିଲେ ଅଭିଯୁକ୍ତ। ତାଙ୍କୁ ଆକ୍ରମଣ କଲେ। ଆମେରିକା ଲାସ ଭେଗାସର ଏକ କୋର୍ଟ ରୁମ୍‌ ଭିତରେ ଏଭଳି କିଛି ହଙ୍ଗମା ଦେଖିବାକୁ ମିଳିଛି।

Advertisment

ଗୁଣ୍ଡାଗର୍ଦ୍ଦି ମାମଲାରେ ଅଭିଯୁକ୍ତ ଡିୟୋବ୍ରା ରେଡ୍ଡନ୍‌ଙ୍କୁ ଲାସ ଭେଗାସର ଏକ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲର ଶୁଣାଣି ପରେ ଜଜ୍‌ ମେରି କେ ହୋଲ୍ଥସ୍‌ ରାୟ ଶୁଣାଉଥିଲେ। ସେ ଅଭିଯୁକ୍ତ ଡିୟୋବ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଉଥିଲେ। ଏହି ସମୟରେ ହଠାତ୍‌ ଅଭିଯୁକ୍ତ ଜଣକ ମହିଳା ବିଚାରପତିଙ୍କ ଉପରକୁ ଦୌଡି ଆସି ଡେଇଁ ପଡିଥିଲା ଏବଂ ତାଙ୍କୁ ମାଡ଼ ମାରିବାକୁ ଲାଗିଥିଲା।

ଏହାଦେଖି ତୁରନ୍ତି ସୁରକ୍ଷାକର୍ମୀମାନେ ତାଙ୍କୁ ଛଡାଇବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତ ଜଣକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଛାଡିନଥିଲା। ସେ ସୁରକ୍ଷାକର୍ମୀଙ୍କ ଉପରେ ମୁଥ ଚାପୁଡା ବର୍ଷାଇଥିଲା। ଏହି ପୂରା ଘଟଣାର ଦୃଶ୍ୟ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି।

Advertisment

ଅଭିଯୁକ୍ତଙ୍କ ଆକ୍ରମଣରେ ଜଜ୍‌ ମେରିଙ୍କୁ ସାମାନ୍ୟ ଆଘାତ ଲାଗିଛି। କିନ୍ତୁ ତାଙ୍କ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଘଟଣା ପରେ ଅଭିଯୁକ୍ତ ଡିୟୋବ୍ରାଙ୍କୁ ସୁରକ୍ଷାକର୍ମୀମାନେ କାବୁ କରି ମାଡ଼ ମାରିଛନ୍ତି। ତାଙ୍କୁ ଗିରଫ କରାଯାଇ କ୍ଲର୍କ କାଉଣ୍ଟ ଡିଷ୍ଟେନ୍‌ସନ୍ ସେଣ୍ଟର ଜେଲ୍‌କୁ ପଠାଇ ଦିଆଯାଇଛି।

ତେବେ ଏହି ଆକ୍ରମଣ ପୂର୍ବରୁ ଶୁଣାଣି ବେଳେ ଅଭିଯୁକ୍ତ ଡିୟୋବ୍ରାଙ୍କ ଓକିଲ ତାଙ୍କୁ ଜେଲ୍‌ ନ ପଠାଇବା ପାଇଁ ମହିଳା ଜଜ୍‌ଙ୍କୁ ଅନୁରୋଧ କରିଥିଲେ।

USA Court Room Judge Attack On Judge