Advertisment

Donald Trump: ଟ୍ରମ୍ପଙ୍କୁ ନେଇ ଯୁକ୍ତିତର୍କ: ଝିଅଙ୍କୁ ଗୁଳି କରିଦେଲେ ବାପା

୨୩ ବର୍ଷୀୟ ଲୁସୀ ହାରିସନ ନିଜର ବୟଫ୍ରେଣ୍ଡ ସାମ ଲିଟ୍ଟଲେରଙ୍କ ସହ ଟେକ୍ସାସରେ ରହୁଥିବା ବାପା କ୍ରିସ ହାରିସନଙ୍କୁ ଦେଖାକରିବାକୁ ଯାଇଥିଲେ। ଲୁସୀ ଜଣେ ଫ୍ୟାଶନ ଡିଜାଇନର ଓ ସେ ବ୍ରିଟେନର ୱାରିଙ୍ଗଟନରେ ନିଜ ବୟଫ୍ରେଣ୍ଡଙ୍କ ସହ ରୁହନ୍ତି।

author-image
Hemant Lenka
Lucy

ଲୁସୀ ଓ ବାପା କ୍ରିସ (ଫାଇଲ ଫଟୋ)

ଘର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ(Donald Trump)ଙ୍କୁ ନେଇ ବାପ-ଝିଅଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏଥିସହ ବନ୍ଧୁକ ମାଲିକାନାକୁ ନେଇ ବି ବାପ-ଝିଅ ପାଟିତୁଣ୍ଡ କରିଥିଲେ। ଶେଷରେ ଟ୍ରମ୍ପଙ୍କୁ ନେଇ ଆରମ୍ଭ ହୋଇଥିବା ଯୁକ୍ତିତର୍କ ଯୋଗୁ ଝିଅର ଜୀବନ ନେଇ ଯାଇଛନ୍ତି ବାପା। ଆମେରିକାର ଟେକ୍ସାସର ପ୍ରୋସପେର ସ୍ଥିତ ଘର ଭିତରେ ନିଜର ୨୩ ବର୍ଷୀୟ ଝିଅଙ୍କୁ ଜଣେ ବ୍ୟକ୍ତି ଗୁଳି ମାରି ହତ୍ୟା କରିଛନ୍ତି। 

Advertisment

ପୂରା ଘଟଣା ଜାନୁଆରୀ ୧୦ ତାରିଖରେ ଘଟିଥିଲା। ୨୩ ବର୍ଷୀୟ ଲୁସୀ ହାରିସନ ନିଜର ବୟଫ୍ରେଣ୍ଡ ସାମ ଲିଟ୍ଟଲେରଙ୍କ ସହ ଟେକ୍ସାସରେ ରହୁଥିବା ବାପା କ୍ରିସ ହାରିସନଙ୍କୁ ଦେଖାକରିବାକୁ ଯାଇଥିଲେ। ଲୁସୀ ଜଣେ ଫ୍ୟାଶନ ଡିଜାଇନର ଓ ସେ ବ୍ରିଟେନର ୱାରିଙ୍ଗଟନରେ ନିଜ ବୟଫ୍ରେଣ୍ଡଙ୍କ ସହ ରୁହନ୍ତି। ସେ ଟେକ୍ସାସରେ ରହୁଥିବା ବାପାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ସେଠାରେ ଯୁକ୍ତିତର୍କ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୨୫ ଜାନୁଆରୀ ୧୦ରେ ପୂରା ଘଟଣା ଘଟିଥିବା ବେଳେ ବ୍ରିଟେନରେ ମାମଲାର ଶୁଣାଣି ହେବାରୁ ଏବେ ପୂରା ତଥ୍ୟ ସାମ୍ନାକୁ ଆସିଛି।

ଲୁସୀଙ୍କ ବୟଫ୍ରେଣ୍ଡ ସାମ ବ୍ରିଟେନର କେଶିରେ କର୍ଣ୍ଣର କୋର୍ଟଙ୍କୁ କହିଛନ୍ତି ଯେ ଲୁସୀ ଓ କ୍ରିସଙ୍କ ମଧ୍ୟରେ ଗୋଟିଏ ବଡ଼ଧରଣର ଯୁକ୍ତିତର୍କ ହୋଇଥିଲା। କ୍ରିସ ଯେତେବେଳେ ଗୋଟିଏ ବନ୍ଧୁକର ମାଲିକାନା ହାସଲ କରିବା କଥା କୁହନ୍ତି ସେତେବେଳେ ଲୁସୀ ଏହାକୁ ପସନ୍ଦ କରନ୍ତି ନାହିଁ।

Advertisment

ଯୁକ୍ତିତର୍କ ବେଳେ ଲୁସୀ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିବାଦୀୟ ଘଟଣା ଗୁଡ଼ିକ ସମ୍ପର୍କରେ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏତିକି ବେଳେ ସେ ତାଙ୍କ ବାପାଙ୍କ ପଚାରିଥିଲେ ଯେ “ଯଦି ମୁଁ ଏମିତି ଗୋଟିଏ ସ୍ଥିତିରେ ରହିଥାଆନ୍ତି  ଯେଉଁଠାରେ ମୋ ସହ ଯୌନ ଉତ୍ପୀଡ଼ନ ହୋଇଥାଆନ୍ତା, ତା’ହେଲେ ତୁମକୁ କେମିତି ଲାଗିଥାଆନ୍ତା?”

ଏହାର ଜବାବରେ ଲୁସୀଙ୍କ ବାପା କହିଥିଲେ ଯେ ତାଙ୍କର ଆଉ ଦୁଇ ଝିଅ ତାଙ୍କ ସହ ରହୁଛନ୍ତି। ତେଣୁ ଏପରି ଘଟଣା ତାଙ୍କୁ ବେଶୀ ବ୍ୟଥିତ କରି ନଥାଆନ୍ତା। ବାସ୍‌ ଏକଥା ଶୁଣି ଲୁସୀ ପୂରା ଭାଙ୍ଗି ପଡ଼ିଥିଲେ। ବାପାଙ୍କ ଠାରୁ ଏପରି ଶୁଣି ସେ ଛାଥ ଆଡ଼କୁ ଦୌଡ଼ି ପଳାଇ ଯାଇଥିଲେ।

ସେହିପରି ତାଙ୍କ ବାପା ପୂର୍ବରୁ ଗୋଟିଏ ବନ୍ଧୁକ ରଖିବାର ଲାଇସେନ୍ସ ପାଇଥିବାରୁ ଏହାକୁ ନେଇ ମଧ୍ୟ ଲୁସୀ ଚିନ୍ତା କରୁଥିଲେ। ବନ୍ଧୁକ ସମ୍ପର୍କରେ ଆଲୋଚନା ହେଲେ ଲୁସୀ ମନଦୁଃଖ କରନ୍ତି। ବିଶେଷ କରି ତାଙ୍କ ବାପା ବନ୍ଧୁକ ଲାଇସେନ୍ସ ହାସଲ କରିବା କଥା କହିଲେ ସେ ଏହାକୁ ବିରୋଧ କରନ୍ତି। 

ଲୁସୀଙ୍କ ମା’ ଜେନ କୋଏଟେସ କହିଛନ୍ତି, “ସେ ଭୟଭୀତ ଥିଲା। ବିଭିନ୍ନ ଜିନିଷ ପାଇଁ ସେ ବେଶ ଉତ୍ସାହିତ ରୁହେ। ତା’ ପାଇଁ ଗୁରୁତ୍ୱ ବହନ କରୁଥିବା ବିଭିନ୍ନ ପ୍ରସଙ୍ଗରେ ସେ ବିତର୍କ କରିବାକୁ ବେଶ ଭଲ ପାଏ।” 

ଗୁଳିମାଡ଼ ସମୟ କଥା ମନେ ପକାଇ ସାମ କହିଛନ୍ତି ଯେ ଲୁସୀ ରୋଷେଇ ଘରେ ଥିବା ବେଳେ ତାଙ୍କ ବାପା ସେଠାରେ ପହଞ୍ଚିଥିଲେ। ଏହାପରେ ତାଙ୍କ ହାତକୁ ଭିଡ଼ି ଧରି ବେଡ ରୁମକୁ ନେଇ ଯାଇଥିଲେ। ଏହାର ପ୍ରାୟ ୧୫ ସେକେଣ୍ଡ ପରେ ବେଡ ରୁମରୁ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। 

ଏହା ଶୁଣି ସାମ ବେଡରୁମ ଆଡ଼କୁ ଦୌଡ଼ିଥିଲେ। ଏତିକି ବେଳେ ସେ ଦେଖିବାକୁ ପାଇଥିଲେ ଯେ ଲୁସୀ ରୁମର ଦ୍ୱାର ନିକଟରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି। କ୍ରିସ କେବଳ ଚିତ୍କାର କରୁଛନ୍ତି।

କ୍ରିସ କୋର୍ଟଙ୍କ କହିଛନ୍ତି ଯେ ନିଜ ପରିବାରର ସୁରକ୍ଷା ପାଇଁ ସେ କିଛି ବର୍ଷ ତଳେ ବନ୍ଧୁକ ଆଣିଥିଲେ। ଏଥିସହ ଘଟଣା ଘଟିବା ପୂର୍ବରୁ ସେ କେବେ ବି ବନ୍ଧୁକ ସମ୍ପର୍କରେ ପୁଲିସ୍ ସହ କଥା ହୋଇ ନଥିଲେ ବୋଲି ମଧ୍ୟ କହିଛନ୍ତି।

ତାଙ୍କ କହିବା କଥା ଯେ ଘଟଣା ଦିନ ସେ ଲୁସୀଙ୍କୁ ବନ୍ଧୁକ ଦେଖାଇବା ପାଇଁ ଏହାକୁ ବାହାର କରିଥିଲେ। ହେଲେ ବନ୍ଧୁକ କାଢ଼ିବା ମାତ୍ରେ ଗୁଳି ଫୁଟିବାର ଶବ୍ଦ ଶୁଭିଥିଲା। ଏହାପରେ ଲୁସୀ ତଳେ ପଡ଼ି ଯାଇଥିଲେ। ଘଟଣା ବେଳେ ତାଙ୍କ ଅଙ୍ଗୁଳି ବନ୍ଧୁକର ଟ୍ରିଗର ଉପରେ ଥିଲା କି ନାହିଁ, ସେକଥା ମନେ ନଥିବା କହିଛନ୍ତି କ୍ରିସ। 

କ୍ରିସ ପୂର୍ବରୁ ପ୍ରବଳ ମଦ ପିଉଥିଲେ ଓ ଏଥିପାଇଁ ସେ ଏକଦା ରିହାବ କେନ୍ଦ୍ରକୁ ମଧ୍ୟ ଯାଇଥିଲେ। ଘଟଣା ଦିନ ସେ ୫୦୦ ଏମଏଲ ଧଳା ୱାଇନ ପିଇଥିବା ମଧ୍ୟ କୋର୍ଟଙ୍କୁ କହିଛନ୍ତି। 

Donald Trump