Advertisment

ଗର୍ଭବତୀ ସହକର୍ମୀଙ୍କ ଛୁଟି ରୋକିବା ପାଇଁ ପାଣିରେ ବିଷ ମିଶାଉଥିଲେ

ସହକର୍ମୀ ଜଣଙ୍କ ଗର୍ଭବତୀ ଥିବାରୁ ସେ ପ୍ରସବକାଳୀନ ଛୁଟି ନେବାକୁ ଯୋଜନା କରୁଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
China

China

ସୋଶାଲ ମିଡିଆରେ ଏବେ ବିତର୍କର ବିଷୟ ପାଲଟିଛି ଗୋଟିଏ ଘଟଣା। ସରକାରୀ ଅଧିକୃତ ଗୋଟିଏ ଅଫିସରେ କାମ କରୁଥିବା ଜଣେ ମହିଳା ତାଙ୍କ ଗର୍ଭବତୀ ସହକର୍ମୀଙ୍କ ସହ ଘଟାଇଛନ୍ତି ଜଘନ୍ୟ କାଣ୍ଡ।

Advertisment

ସହକର୍ମୀ ଜଣଙ୍କ ଗର୍ଭବତୀ ଥିବାରୁ ସେ ପ୍ରସବକାଳୀନ ଛୁଟି ନେବାକୁ ଯୋଜନା କରୁଥିଲେ। ହେଲେ ଏପରି ଦୀର୍ଘକାଳୀନ ଛୁଟି ରୋକିବା ପାଇଁ ତାଙ୍କ ସହକର୍ମୀ ପାଣିରେ ବିଷ ମିଶାଉଥିବା ଘଟଣା ସାମ୍ନାକୁ ଆସିଛି।

ଦକ୍ଷିଣ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ସହକର୍ମୀଙ୍କ ଜଘନ୍ୟକାଣ୍ଡ କ୍ୟାମେରାରେ କଏଦ ହୋଇଥିଲା। ଅଭିଯୁକ୍ତ ମହିଳା ଜଣଙ୍କ ତାଙ୍କ ଗର୍ଭବତୀ ସହକର୍ମୀଙ୍କ ପାଣିରେ ବିଷ ମିଶାଉ ଥିବା ବେଳେ ରଙ୍ଗେହାତ ଧରା ପଡ଼ିଛନ୍ତି।

Advertisment

ଅଭିଯୁକ୍ତ ମହିଳା ଜଣଙ୍କ ନିୟମିତ ଭାବେ ତାଙ୍କ ଗର୍ଭବତୀ ସହକର୍ମୀଙ୍କ ପାନୀୟରେ କିଛି ବିଷାକ୍ତ ପାଉଡର ମିଶାଉଥିଲେ। ପ୍ରଥମେ ଗର୍ଭବତୀ ଜଣଙ୍କ ପାନୀୟର ଅଜବ ସ୍ୱାଦକୁ ନେଇ କୌଣସି ପ୍ରକାରର ସନ୍ଦେ କରି ନଥିଲେ। ଅଫିସର ପାଣି ସପ୍ଲାଏରେ କୌଣସି ତ୍ରୁଟି ଥିବା ସେ ଭାବିଥିଲେ ଓ ଗରମ ପାଣି ପିଇବା ଆରମ୍ଭ କରିଥିଲେ।

କିନ୍ତୁ ପାଣି ଫୁଟବା ପରେ ମଧ୍ୟ ସେ ସମାନ ସ୍ୱାଦ ଅନୁଭବ କରିଥିଲେ। ତେଣୁ କେହି ଜଣେ ତାଙ୍କ ପାନୀୟରେ କିଛି ମିଶାଉଛି ବୋଲି ତାଙ୍କର ସନ୍ଦେହ ହୋଇଥିଲା। ଏଥିପାଇଁ ସେ ଡେସ୍କ ଉପରେ ନିଜର ଆଇପ୍ୟାଡ୍‌ର ଭିଡିଓ ରେକର୍ଡିଂ ଅନ କରି ଚାଲି ଯାଇଥିଲେ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗର୍ଭବତୀ ଜଣଙ୍କ ଡେସ୍କରେ ନଥିବା ବେଳେ ତାଙ୍କର ଜଣେ ସହଯୋଗୀ ସେଠାକୁ ଆସୁଛନ୍ତି। ଏହାପରେ ସେ ଗୋଟିଏ ଛୋଟିଆ ବୋତଲ ଖୋଲୁଛନ୍ତି ଓ ଏହା ଭିତରୁ ପାଉଡର ଭଳି କିଛି ଜିନିଷ କାଢ଼ୁଛନ୍ତି। ଶେଷରେ ଗର୍ଭବତୀଙ୍କ ପାନୀୟରେ ଏହାକୁ ମିଶାଇ ଦେଇ ତୁରନ୍ତ ସେଠାରୁ ଚାଲି ଯାଉଛନ୍ତି।

ତଦନ୍ତ ବେଳେ ଜଣାପଡ଼ିଛି ଯେ ଅଭିଯୁକ୍ତ ମହିଳା ଜଣଙ୍କ ଗର୍ଭବତୀ ଥିବା ତାଙ୍କ ସହକର୍ମୀଙ୍କ ଛୁଟିକୁ ରୋକିବା ପାଇଁ ଏପରି ପଦକ୍ଷେପ ନେଇଥିଲେ। ଯଦି ସେ ପ୍ରସବକାଳୀନ ଛୁଟିରେ ଚାଲିଯିବେ, ତା’ହେଲେ ଅଭିଯୁକ୍ତଙ୍କୁ ଅଧିକ କାମ କରିବାକୁ ପଡ଼ିବ। ଏଥିପାଇଁ ସେ ଗର୍ଭବତୀ ସହକର୍ମୀଙ୍କ ପାନୀୟରେ କିଛି ବିଷାକ୍ତ ଜିନିଷ ମିଶାଉଥିଲେ।

ଗର୍ଭବତୀ ଜଣଙ୍କ ସଂସ୍ଥାର ଉପରିସ୍ଥ ଅଧିକାରୀ ଓ ପୁଲିସ୍‌କୁ ଜଣାଇଛନ୍ତି। ପୁଲିସ୍‌ ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ସେହିପରି ଅଭିଯୁକ୍ତ ଜଣଙ୍କ ମିଶାଇଥିବା ପାଉଡର କେତେ ବିଷାକ୍ତ ଓ ଏହା ଗର୍ଭବତୀଙ୍କର କ’ଣ ସବୁ କ୍ଷତି କରିଛି, ତା’ର ପରୀକ୍ଷା କରାଯାଉଛି।

China