/odisha-reporter/media/post_attachments/uploadimage/library/16_9/16_9_0/Woman_1683800387.jpg)
Woman
କାର୍ ଧରି ଜଙ୍ଗଲରେ ବୁଲୁଥିବା ବେଳେ ଫସିଯାଇଥିଲେ ଅଷ୍ଟ୍ରେଲିଆର ଜଣେ ମହିଳା। ସେ ଜଙ୍ଗଲ ଭିତରୁ ଫେରି ନ ପାରି ସେଠାରେ ୫ ଦିନ ରହିଥିଲେ। ଏହି ସମୟରେ ସେ କେବଳ ଗୋଟିଏ ବୋତଲ ମଦ ଓ କିଛି ମିଠା ଖାଇଥିଲେ। ୫ ଦିନ କାଳ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିବା ପରେ ଶେଷରେ ତାଙ୍କୁ ଉଦ୍ଧାର କରିବାକୁ ସୁରକ୍ଷାକର୍ମୀ ସକ୍ଷମ ହୋଇଛନ୍ତି। ଉଦ୍ଧାର ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଲିଲ୍ଲିଆନ ନାମକ ଜଣେ ମହିଳା ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଥିବା ଗୋଟିଏ ଘଞ୍ଚ ଜଙ୍ଗଲ ରାସ୍ତାରେ ବୁଲୁଥିଲେ। ସେ କାର୍ ଯୋଗେ ଯାଉଥିବା ବେଳେ ହଠାତ୍ କାଦୁଆରେ ଗାଡ଼ିଟି ଫସି ଯାଇଥିଲା। ସେ ଆଗକୁ କିମ୍ବା ପଛକୁ ଆଉ ଫେରି ପାରି ନଥିଲେ। ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବାରୁ ଚାଲିଚାଲି ସହରକୁ ଫେରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା।
ତେଣୁ ସେ କାର୍ ସହ ସେହିଠାରେ ରହିବା ଆରମ୍ଭ କରିଥିଲେ। ତାଙ୍କ କାର୍ରେ ଗୋଟିଏ ବୋତଲ ମଦ ରିହିଥିଲା। ସେ କେବେ ହେଲେ ମଦ ପିଅନ୍ତି ନାହିଁ। ସେ ଏହି ମଦ ବୋତଲକୁ ଜଣଙ୍କ ପାଇଁ ଆଣିଥିଲେ। ସେହିପରି ତାଙ୍କ ପାଖରେ କିଛି ଶୁଖିଲା ଖାଦ୍ୟ ଓ ମିଠା ରହିଥିଲା। କିନ୍ତୁ ପାଣି ନଥିଲା। ଏପରି ସ୍ଥିତିରେ ସେ ଜଙ୍ଗଲ ଭିତରେ କେମିତି ବଞ୍ଚିବେ, ସେକଥା ଜାଣି ପାରି ନଥିଲେ।
ଶେଷରେ ମଦ ଓ ମିଠା ଖାଇବା ଆରମ୍ଭ କରିଥିଲେ। ତାଙ୍କୁ ଏପରି ସ୍ଥିତିରେ ୫ ରାତି ଜଙ୍ଗଲ ଭିତରେ କାଟିବାକୁ ପଡ଼ିଥିଲା। ୫ ଦିନ ପରେ ଆକାଶ ପଥରୁ ଉଦ୍ଧାରକାରୀ ଟିମ ଲିଲ୍ଲିଆନଙ୍କୁ ଠାବ କରିଥିଲେ। ଏହାପରେ କାର୍ ଯୋଗେ ତାଙ୍କ ପାଖରେ ଉଦ୍ଧାରକାରୀ ଟିମ ପହଞ୍ଚିଥିଲା। ମହିଳାଙ୍କୁ ଆକାଶ ପଥରୁ ଠାବ କରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଲିଲ୍ଲିଆନ କହିଛନ୍ତି, “ଉଦ୍ଧାର ହେବା ପରେ ମୋ ମୁଣ୍ଡକୁ କେବଳ ପାଣି ଓ ସିଗାରେଟ କଥା ଆସିଥିଲା। ସଂଯୋଗବଶତଃ ମହିଳା ପୁଲିସ୍ ଅଧିକାରୀଙ୍କ ପାଖରେ ସିଗାରେଟ ଥିଲା। ମୁଁ ଭାବିଥିଲି ଯେ ଜଙ୍ଗଲ ଭିତରେ ମୁଁ ପ୍ରାଣ ହରାଇବି। ମୋ ଶରୀର ଦୁର୍ବଳ ହେବାରେ ଲାଗିଥିଲା।”
ଲିଲ୍ଲିଆନ ଉଦ୍ଧାର ଆଶା ହରାଇବା ପରେ ତାଙ୍କ ପରିବାର ଲୋକଙ୍କ ପାଇଁ ଗୋଟିଏ ଚିଠି ଲେଖିଥିଲେ। ଏଥିରେ ସେ ପରିବାର ଲୋକଙ୍କୁ କେତେ ଭଲ ପାଆନ୍ତି, ସେକଥା ଲେଖିଥିଲେ। ତାଙ୍କୁ ଜଙ୍ଗଲ ପାଖ ସହର ଠାରୁ ୬୦ କିମି ଦୂରରେ ଠାବ କରାଯାଇଥିଲା।
See the moment Air Wing located a woman, who was missing for five days in dense bushland.
Yesterday afternoon, Air Wing were conducting a sweep of the hilly terrain when they spotted Lillian’s car at the end of a dirt road in the Mitta Mitta bushland.
🔗 https://t.co/dgjOkkgdY0pic.twitter.com/DwbaJHLUMn
— Victoria Police (@VictoriaPolice) May 6, 2023
ୱଡୋନଗା ପୁଲିସ୍ ଷ୍ଟେସନ ସର୍ଜେଣ୍ଟ ମାର୍ଟିନ କହିଛନ୍ତି, “ଲିଲ୍ଲିଆନଙ୍କ ପାଖରେ ମଦ ଭାବେ ଏକମାତ୍ର ଲିକ୍ୟୁଡ ରହିଥିଲେ। ସେ ମଦ ପିଅନ୍ତି ନାହିଁ। ଏହାକୁ ସେ ତାଙ୍କ ମା’ଙ୍କୁ ଉପହାର ଆକାରରେ ଦେବେ ବୋଲି ଆଣିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ବେଶ ଚତୁରତାର ସହ କେବଳ ତାଙ୍କ କାର ଭିତରେ ରହିଥିଲେ। ବେଶୀ ସମୟ ସେ ଜଙ୍ଗଲରେ ବୁଲି ନଥିଲେ। ନଚେତ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିଲା।” ଉଦ୍ଧାର ପରେ ଲିଲ୍ଲିଆନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
