Advertisment

ପ୍ରେମିକାର ପ୍ରତିଶୋଧ; ପ୍ରତାରକ ପ୍ରେମିକକୁ ଜେଲ୍ ପଠାଇ ପାଇଲେ ପୁରସ୍କାର

ଆମେରିକାର ଜଣେ ଯୁବତୀ ଦେଖାଇଛନ୍ତି ଏପରି ଚତୁରତା, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କ’ଣ ଥିଲା ପୂରା ଘଟଣା ନଜର ପକାନ୍ତୁ...

ଅଦ୍ୟତନ ହୋଇଛି
Ava Louise

Ava Louise

Advertisment

ଠକିଥିବା ପ୍ରେମିକଠୁ ଅଭିନବ ଉପାୟରେ ପ୍ରତିଶୋଧ ନେଇଛନ୍ତି ଯୁବତୀ। ପ୍ରେମିକକୁ ଜେଲ୍ ପଠାଇ ପାଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଆମେରିକାର ଜଣେ ଯୁବତୀ ଦେଖାଇଛନ୍ତି ଏପରି ଚତୁରତା, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କ’ଣ ଥିଲା ପୂରା ଘଟଣା ନଜର ପକାନ୍ତୁ...

Advertisment

ଆମେରିକାର ଆଭା ଲୁଇସ୍। ସେ ଜଣେ ମଡେଲ୍। OnlyFans ୱେବସାଇଟରେ ମଡେଲିଂ କରନ୍ତି ଆଭା। ତାଙ୍କ ପ୍ରେମିକ ତାଙ୍କୁ ଠକି ଚାଲିଯିବା ପରେ ସେ ଟିକଟକରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଆଭାଙ୍କ ପ୍ରେମିକ ଟିକସ୍ ଫାଙ୍କି ଥିବା ନେଇ ଆମେରିକା ସରକାରଙ୍କ ଇଣ୍ଟରନାଲ୍ ରେଭେନ୍ୟୁ ସର୍ଭିସ (IRS)କୁ ଜଣାଥିଲେ। ଟିକଟକ ଜରିଆରେ ତାଙ୍କ ପ୍ରେମିକ ଟ୍ୟାକ୍ସ ଫାଙ୍କିଥିବା ସେ କହିଥିଲେ। ଏହି ଭିଡିଓ ୩.୮ ନିୟୁତରୁ ଅଧିକ ଭ୍ୟୁଜ୍ ସହ ଖୁବ୍ ଭାଇରାଲ ହୋଇଥିଲା।

ଏତେ ସଂଖ୍ୟକ ଭ୍ୟୁଜ୍ ପରେ ତାଙ୍କ ପ୍ରେମିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସଚେତନତା ପାଇଁ IRS ତାଙ୍କୁ ପୁରସ୍କାର ଦେଇଥିଲା। ପୂର୍ବରୁ ଏପରି କାର୍ଯ୍ୟ ପାଇଁ ପୁରସ୍କାର ଘୋଷଣା କରିଥିଲା IRS। IRS ହ୍ୱିସଲବ୍ଲୋର୍ ପ୍ରୋଗ୍ରାମ୍ ମାଧ୍ୟରେ ଏପରି ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଅନୁସାରେ, ଯଦି ଅଭିଯୋଗ ସତ ହୁଏ ଏବଂ ନିୟମ ଅନୁସାରେ ଅଭିଯୁକ୍ତ ବାର୍ଷିକ ୨୦୦,୦୦୦ ଡଲାର (୧,୬୭,୪୫, ୮୨୦ ଟଙ୍କା) ରୋଜଗାର କରିବା ସତ୍ତ୍ୱେ ଟ୍ୟାକ୍ସ ଫାଙ୍କୁଥାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅଭିଯୋଗକାରୀଙ୍କୁ ପୁରସ୍କୃତ କରାଯିବ। 

Advertisment

ଏହି ଆଧାରରେ ଆଭାଙ୍କୁ ପୁରୁସ୍କୃତ କରାଯାଇଛି। Distractify ରିପୋର୍ଟ ଅନୁଯାୟୀ, ଆଭା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, "ଯେତେବେଳେ ମୋର ପୂର୍ବ ପ୍ରେମିକ ମୋ ସହ କଥା ହେଉଥିଲେ, ସେତେବେଳେ ସେ ଟ୍ୟାକ୍ସ ଦେଉନଥିଲେ। କିଛି ଦିନ ପରେ ସେ ମୋତେ ପ୍ରତାରିତ କରି ଚାଲି ଯାଇଥିଲେ। ଏନେଇ ମୁଁ IRSକୁ ଜଣାଇଥିଲି। ଏହାପରେ ମୋତେ ପୁରସ୍କାର ବାବଦକୁ ପ୍ରାୟ ଏକ ଲକ୍ଷ ଡଲଶର ମିଳିସାରିଲାଣି। ମୋତେ ଠକିଥିବା ପ୍ରେମିକ ଜେଲରେ ଥିବାବେଳେ ମୁଁ ତାଙ୍କ ଟଙ୍କା ଖର୍ଚ୍ଚ କରୁଛି।"

ଲୁଇସ୍ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପ୍ରେମିକ ଟ୍ୟାକ୍ସ ଫାଙ୍କିବା ନେଇ ରିପୋର୍ଟ କରି ସେ ପାଖାପାଖି ୮୩ ଲକ୍ଷ ଟଙ୍କା ପାଇ ସାରିଲେଣି। ଏପରି ପଦକ୍ଷେପ ପାଇଁ ଲୁଇସଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। 

Viral Video Cheating Boyfriend US Woman
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe