Advertisment

ରୋମ୍‌ ରାସ୍ତରେ ଭାରତୀୟ ମହିଳାଙ୍କ ଦେଶୀ ଅବତାର, ଭିଡିଓ ଭାଇରାଲ

ହାତରେ ଚୁଡ଼ି, ମୁଣ୍ଡରେ ବିନ୍ଦିକୁ ଚୁଟିରେ ଗଜରା ଲଗାଇବା ସହ ଏକ ଗୋଲାପି ରଙ୍ଗର ଶାଢିରେ କୌଣସି ରାଜକୁମାରୀଠୁ କମ୍‌ ଲାଗୁ ନ ଥିଲେ ପଲ୍ଲବୀ ରାଜ ।

woman in saree

woman in saree

Advertisment

ବେଶ, ପରିପାଟୀ ମଣିଷର ବ୍ୟକ୍ତିତ୍ୱକୁ ବାଖ୍ୟା କରିଥାଏ। ଆଜିକାଲି ସମସ୍ତେ ନିଜକୁ ଆଧୁନିକ ବୋଲି ଦର୍ଶାଇବାକୁ ଛୋଟରୁ ଅତି ଛୋଟ ଡ୍ରେସ ପିନ୍ଧିବାକୁ ପଛାଉ ନାହାନ୍ତି। ହେଲେ ବିଦେଶ ମାଟିରେ ଜଣେ ଭାରତୀୟ ମହିଳା ଶାଢି ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରି ଏକ ଘଟଣା ଇଟାଲୀର ରାଜଧାନୀର ରୋମ୍‌ର ରାଜରାସ୍ତାରେ ଦେଖିବାକୁ ମିଳିଥିବା ବେଳେ ଏହାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ହାତରେ ଚୁଡ଼ି, ମୁଣ୍ଡରେ ବିନ୍ଦିକୁ ଚୁଟିରେ ଗଜରା ଲଗାଇବା ସହ ଏକ ଗୋଲାପି ରଙ୍ଗର ଶାଢିରେ କୌଣସି ରାଜକୁମାରୀଠୁ କମ୍‌ ଲାଗୁ ନ ଥିଲେ ପଲ୍ଲବୀ ରାଜ । ଭାରତର ପଲ୍ଲବୀ ରାଜ ଜଣେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଭାବେ କାମ କରୁଥିବା ବେଳେ ବର୍ଷେ ତଳେ ବିବାହ କରିଥିଲେ। ଏହାପରେ ସେ ନିଜ ସ୍ୱାମୀଙ୍କ ସହ ଇଟାଲୀ ରାଜଧାନୀ ରୋମ୍‌ରେ ରହୁଥିଲେ।

ପଲ୍ଲବୀଙ୍କ ବିବାହକୁ ବର୍ଷେ ପୂରି ଯାଇଥିବା ବେଳେ ନିଜ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବା ନିମନ୍ତେ ସେ କିଛି ଅଲଗା କରିବାକୁ ଚାହିଁଥିଲେ। ଏଥିନିମନ୍ତେ ସେ ଭାରତୀୟ ପରମ୍ପରାର ପ୍ରତୀକ ଶାଢି ପିନ୍ଧି ସଜେଇ ହୋଇ ରୋମ୍‌ ରାସ୍ତାରେ ଚାଲିଥିଲେ।

Advertisment

ତାଙ୍କୁ ଦେଖି ଦେଖଣାହାରୀ ଅବାକ ରହି ଯାଇଥିଲେ। ସେମାନେ ତାଳି ମାରି ତାଙ୍କୁ ଉତ୍ସାହିତ ବି କରିଥିଲେ। ପଲ୍ଲବୀଙ୍କ ଏହି ଭିଡିଓକୁ ସୋଶାଲ ମିଡିଆରେ ୫ ଲକ୍ଷ ୟୁଜର୍ସ ଦେଖି ସାରିଲେଣି । ଏଥିସହ ୟୁଜର୍ସମାନେ ପଲ୍ଲବୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଏପରିକି ଭାରତର ମହିଳା, ଯୁବତୀ ୱେଷ୍ଟର୍ଣ୍ଣ ଆଉଟଫିଟ୍‌ ପ୍ରେମରେ ବାୟା ହେଉଥିବା ବେଳେ ଜଣେ ଭାରତୀୟ ମହିଳା ବିଦେଶରେ ବି ନିଜ ପରମ୍ପରା ନ ଭୁଲିବା ବେଶ୍‌ ଗର୍ବର ବିଷୟ ବୋଲି ୟୁଜର୍ସ କମେଣ୍ଟ କରିଛନ୍ତି ।

Viral Video Social Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe