Advertisment

ମହିଳା ଜେଲ୍‌ରେ ସାଂଘାତିକ ଦଙ୍ଗା: ୪୧ କଏଦୀଙ୍କୁ ନିର୍ମମ ହତ୍ୟା

ଜେଲ୍‌ ମଧ୍ୟରେ ଘଟିଥିବା ଦଙ୍ଗାରେ ୪୧ ମହିଳା କଏଦୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କିଛି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ କାହାକୁ ଛୁରୀ ଭୁଷି ତ କାହାକୁ ପୋଡ଼ି ମାରି ଦିଆଯାଇଛି।

jail

jail

Advertisment

ଜେଲ୍‌ ଚାରି କାନ୍ଥ ଭିତରେ ଘଟିଲା ସାଂଘାତିକ ଦଙ୍ଗା। ଏହି ଦଙ୍ଗାରେ ୪୧ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆମେରିକାର ମଧ୍ୟଭାଗରେ ଥିବା ହଣ୍ଡୁରସ୍‌ ନାମକ ଏକ ଦେଶରେ ଘଟିଛି। ହଣ୍ଡୁରସ୍‌ର ଏକ ମହିଳା କାରାଗାର ଗତକାଲି ରକ୍ତରଞ୍ଜିତ ହୋଇ ଯାଇଥିଲା। ଜେଲ୍‌ ମଧ୍ୟରେ ଘଟିଥିବା ଦଙ୍ଗାରେ ୪୧ ମହିଳା କଏଦୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କିଛି ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ କାହାକୁ ଛୁରୀ ଭୁଷି ତ କାହାକୁ ପୋଡ଼ି ମାରି ଦିଆଯାଇଛି। ଏପରି ଲୋମହର୍ଷଣକାରୀ ଘଟଣା ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ହଣ୍ଡୁରସ୍‌ ଅଞ୍ଚଳର ତାମରାରେ ଥିବା ଜେଲ୍‌ ଭିତରର ଦୃଶ୍ୟ ଅତ୍ୟନ୍ତ କରୁଣ ଥିବା ବେଳେ ଏହାକୁ ଦେଖି କେହି ନିଜ କୋହ ସମ୍ଭାଳି ପାରିବା ସମ୍ଭବ ନୁହେଁ । ଜେଲ୍‌ ଭିତରେ ପ୍ରାୟ ୨୬ ମହିଳାଙ୍କ କଏଦୀଙ୍କ ଦଗ୍ଧ ହୋଇ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଅବଶିଷ୍ଟଙ୍କ ମଧ୍ୟରୁ ଛୁରୀ ଭୁଷି ତ ବନ୍ଧୁକ ଗୁଳିରେ କାହାର ଜୀବନ ନେଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ଗୁରୁତର ହୋଇଥିବା ୭ ଜଣ ଏବେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଫରେନସିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳ ଯାଞ୍ଚ କରିବା ସହ ୪୧ ଜଣଙ୍କ ପ୍ରାଣହାନୀ ହୋଇଥିବା କହିଛନ୍ତି। ଜେଲ୍‌ ମଧ୍ୟରେ ବହୁ ବନ୍ଧୁକ ଓ ମାରଣାସ୍ତ୍ର ଇତସ୍ତତ ହୋଇ ପଡ଼ିଥିବା ବେଳେ ତାହା କିଏ ଭିତରକୁ ଆଣିଲା ତାହା ସ୍ପଷ୍ଟ ହୋଇ ପାରିନି ବୋଲି ହଣ୍ଡୁରସ୍‌ର ଜାତୀୟ ପୁଲିସ୍‌ ନିରୀକ୍ଷଣ ଏଜେନ୍ସିର ପ୍ରବକ୍ତା କହିଛନ୍ତି।

Advertisment

ଏପରି ସାଂଘାତିକ ଘଟଣା ଜେଲ୍‌ର ସୁରକ୍ଷା ଅଧିକାରୀଙ୍କ ବିନା ଅଗୋଚରରେ ହେବା ସମ୍ଭବ ନୁହେଁ। ଏଥିରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହଣ୍ଡୁରସ୍‌ ରାଷ୍ଟ୍ରପତି ଜିଆମାରା କାଷ୍ଟ୍ରୋ କହିଛନ୍ତି।

ଦେଶର ଜେଲ ବ୍ୟବସ୍ଥାର ମୁଖ୍ୟ ଜୁଲିସା ଭିଲାନୁଏଭା କହିଛନ୍ତି ଯେ ଜେଲ ଭିତରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ଖବର ପାଇ ନିକଟରେ ଚଢ଼ାଉ କରିଥିଲୁ। ତାହାକୁ ବିରୋଧ କରି ଜେଲ୍‌ ଭିତରେ ଏହି ଆକ୍ରମଣ କରାଯାଇଛି। ମାତ୍ର ଆମେ ଆଉ ପଛକୁ ଫେରିବୁନି ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ସୂଚନାଯୋଗ୍ୟ, ହଣ୍ଡୁରସ୍‌ର ବିଭିନ୍ନ ଜେଲ୍‌ ବହୁ ଗ୍ୟାଙ୍ଗ ଦ୍ୱାରା ନିୟନ୍ତ୍ରୀତ ହେଉଛି। ସେଠାରେ ଅନ୍ତେବାସୀମାନେ ପ୍ରାୟତଃ ନିଜର ନିୟମ ସ୍ଥିର କରିବା ସହ ନିଷିଦ୍ଧ ସାମଗ୍ରୀ ବିକ୍ରି କରିଥାନ୍ତି। ସେମାନେ ଜେଲ୍‌ ମଧ୍ୟକୁ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବାରେ ମଧ୍ୟ ସକ୍ଷମ । ହଣ୍ଡୁରସ୍‌ର ବିଭିନ୍ନ ଜେଲ୍‌ରେ ଏହି ସମସ୍ୟା ବାରମ୍ବାର ଦେଖା ଯାଉଥିବାରୁ ଚଢ଼ାଉ କରାଯାଇଥିଲା। ଯାହାର କି ଭୟଙ୍କର ପରିଣାମ ଦେଖିବାକୁ ମିଳିଛି।

ବାରିଓ -୧୮ ଗ୍ୟାଙ୍ଗର ବନ୍ଦୀ ଥିବା କିଛି ସଦସ୍ୟ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ସେମାନେ କିଛି କଏଦୀଙ୍କୁ ପୋଡ଼ି ଦେଇଥିବା ବେଳେ କାହାକୁ ବନ୍ଧୁକ ମାରିଛନ୍ତି ତ ଛୁରୀ ଭୁଷି ଭୁଷି କାହା ଜୀବନ ନେଇ ଯାଇଛନ୍ତି ।

ଏହି ଘଟଣା ଖବର ପ୍ରଚାରିତ ହେବା ପରେ ଜେଲ୍‌ ବାହାରେ ଲୋକଙ୍କ ଭିଡ଼ ଜମିଛି। କିଏ ଜେଲ୍‌ରେ ବନ୍ଦୀ ଥିବା ନିଜ ଝିଅ ବିଷୟରେ ପଚାରୁଛି ତ କିଏ ନିଜ ମା’ ପାଇଁ ମୁଣ୍ଡ ପିଟୁଛି। ଏ ଯାବତ ମୃତକଙ୍କ ପରିଚୟ ଦିଆଯାଇ ନ ଥିବାରୁ ସମ୍ପର୍କୀୟ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି।

ଆମେ ଏଠାରେ ଯନ୍ତ୍ରଣାରେ ମରିଯାଉଛି। ହେଲେ ଜେଲ୍‌ ଭିତରେ ଥିବା ଆମ ସମ୍ପର୍କୀୟଙ୍କ ସମ୍ପର୍କରେ କିଛି ସୂଚନା ଦିଆଯାଉନି ବୋଲି ବହୁ ଲୋକ ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡ଼ି କହିଛନ୍ତି।

Murder Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe