Advertisment

ପରକୀୟା ପ୍ରୀତି କଲେ ମହିଳାଙ୍କୁ ବିଚ୍‌ ରାସ୍ତାରେ ହେବ ପଥର ମାଡ଼

କୌଣସି ମହିଳା ଯଦି ପରକୀୟା ପ୍ରୀତିରେ ସାମିଲ ହୁଅନ୍ତି, ତା’ହେଲେ ତାଙ୍କୁ ବିଚ୍‌ ରାସ୍ତାରେ ମୃତ୍ୟୁଦଣ୍ଡ ଦିଆଯିବା।

author-image
Hemant Lenka
ଅଦ୍ୟତନ ହୋଇଛି
Taliban

Taliban

ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପୁଣିଥରେ ଦେଶକୁ କଳାଯୁଗ ମଧ୍ୟକୁ ନେବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ତାଲିବାନ ସୁପ୍ରିମୋ ହିବାତୁଲ୍ଲା ଅଖୁଣ୍ଡଜାଦା ଆଜି ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

Advertisment

ସେ ଗୋଟିଏ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ଆଫଗାନିସ୍ତାନର କୌଣସି ମହିଳା ଯଦି ପରକୀୟା ପ୍ରୀତିରେ ସାମିଲ ହୁଅନ୍ତି, ତା’ହେଲେ ତାଙ୍କୁ ବିଚ୍‌ ରାସ୍ତାରେ ମୃତ୍ୟୁଦଣ୍ଡ ଦିଆଯିବା। ଏପରି ମହିଳାଙ୍କୁ ରାସ୍ତାରେ ଛିଡ଼ା କରାଯିବ ଓ ମୃତ୍ୟୁ ହେବା ଯାଏ ପଥାର ମାଡ଼ କରାଯିବ। ତାଲିବାନ ପଶ୍ଚିମ ଦେଶଗୁଡ଼ିକର ତଥାକଥିତ ଗଣତନ୍ତ୍ର ବିରୋଧରେ ଲଢ଼େଇ ଜାରି ରଖିବ ବୋଲି ମଧ୍ୟ ସେ କହିଛନ୍ତି।

ଗୋଟିଏ ବାର୍ତ୍ତାରେ ହିବାତୁଲ୍ଲା ଅଖୁଣ୍ଡଜାଦା କହିଛନ୍ତି ଯେ ବିଦେଶୀ ରାଷ୍ଟ୍ରଗୁଡ଼ିକ ମହିଳା ଅଧିକାର ସମ୍ପର୍କରେ ଯେଉଁ ସବୁ କଥା କହୁଛନ୍ତି, ସେସବୁ ତାଲିବାନର ଇସଲାମିକ ଶରିଆ ଆଇନ ସହ ଖାପ ଖାଉ ନାହିଁ। ପଶ୍ଚିମଦେଶ ଗୁଡ଼ିକ କହୁଥିବା ଅଧିକାର ମହିଳାମାନେ ଚାହୁଁଛନ୍ତି କି? ସେସବୁ ଶରିଆ ବିରୋଧୀ। ମୌଲବୀମାନେ ଏହା ବିରୋଧରେ ରହିଛନ୍ତି। ସେମାନେ ୱେଷ୍ଟର୍ଣ୍ଣ ଗଣତନ୍ତ୍ରକୁ ଭାଙ୍ଗିଛନ୍ତି।

Advertisment

ସେ କହିଛନ୍ତି, “ଆମେ ୱେଷ୍ଟର୍ଣ୍ଣ ଦେଶ ବିରୋଧରେ ୨୦ ବର୍ଷ ଲଢ଼ିଛୁ। ଆମେ ଆହୁରି ୨୦ ବର୍ଷ କିମ୍ବା ଦରକାର ପଡ଼ିଲେ ତା’ ଠାରୁ ଅଧିକ ବର୍ଷ ଲଢ଼ିବୁ। ତୁମେମାନେ ଚାଲି ଯାଇଥିଲେ ମଧ୍ୟ ଲଢ଼େଇ ସରିନି। ମୁଜାହିଦନମାନେ ଏବେ ଶାନ୍ତିରେ ବସିବେ ଓ ଚା’ ପିଇବେ ବୋଲି ଭାବନ୍ତୁ ନାହିଁ। ଏଠାରେ ଶରିଆ ଲାଗୁ ହେବ। ଆମେ କାବୁଲ ଦଖଲ କରିବା ବେଳକୁ ଏହା ଶେଷ ହୋଇ ଯାଇଥିଲା। ଏବେ ଆମକୁ ଶରିଆ ପୁଣି ଆଣିବାକୁ ପଡ଼ିବ।

ମହିଳାମାନଙ୍କ ଉପରକୁ ପଥର ମାଡ଼ କଲେ ସେମାନଙ୍କର ଅଧିକାରର ଉଲ୍ଲଙ୍ଘନ ହେଉଛି ବୋଲି କୁହାଯାଇଛି। କିନ୍ତୁ ଆମେ ପରକୀୟା ପ୍ରୀତି ପାଇଁ ଦଣ୍ଡବିଧାନ କରିବାକୁ ପୁଣି ଏହାକୁ ଲାଗୁ କରିବୁ। ଆମେ ସର୍ବସାଧାରଣରେ ମହିଳାଙ୍କୁ ଦଣ୍ଡ ଦେବୁ। ସେମାନଙ୍କୁ ବିଚ ରାସ୍ତାରେ ଛିଡ଼ା କରି ପଥର ମାଡ଼ କରାଯିବ।”

୨୦୦୧ରେ ଆମେରିକା ସେନା ଆଫଗାନରେ ପ୍ରବେଶ କରିବା ସହ ତାଲିବାନ ଶାସନରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। କିନ୍ତୁ ତାଲିବାନ ଶାସନ ଗାଦିରୁ ହଟିଥିଲେ ହେଁ ଆମେରିକା ସେନା ସ୍ୱଦେଶ ଫେରି ନଥିଲା।

ୱେଷ୍ଟର୍ଣ୍ଣ ସମର୍ଥିତ ସରକାର ୨୦ ବର୍ଷ କାଳ ଦେଶକୁ ଶାସନ କରିଥିଲେ। କିନ୍ତୁ ଆମେରିକା ସେନା ୨୦୨୧ରେ ଆଫଗାନି ଛାଡ଼ିବାରୁ ତାଲିବାନ ପୁଣି ଏହାକୁ ଦଖଲ କରିଛି।

Taliban Recapture Afghanistan Taliban