Advertisment

ଟ୍ରେନ ଟ୍ରାଜେଡିକୁ ନେଇ ପାକିସ୍ତାନ, ତାଲିବାନ, ପୁଟିନଙ୍କ ସମେତ ପୂରା ବିଶ୍ୱର ଶୋକ

ଏବେ ବି ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ବିଶ୍ୱସ୍ତରୀୟ ନେତାମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ସେମାନେ ଓଡ଼ିଶାର ଟ୍ରେନ ଟ୍ରାଜେଡିକୁ ନେଇ ଶୋକ ପ୍ରକାଶ କରିଛନ୍ତି।

Train Accident

Train Accident

Advertisment

ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୦ ଜଣ ଆହତ ହୋଇଛନ୍ତି।

Advertisment

ଏବେ ବି ଅନେକ ଲୋକ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ ପୂରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ବିଶ୍ୱସ୍ତରୀୟ ନେତାମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ସେମାନେ ଓଡ଼ିଶାର ଟ୍ରେନ ଟ୍ରାଜେଡିକୁ ନେଇ ଶୋକ ପ୍ରକାଶ କରିଛନ୍ତି।

Advertisment

ପଡ଼ୋଶୀ ଦେଶ ପାକିସ୍ତାନ, ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଓ ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ରୁଷ ଆକ୍ରମଣରେ ଛିନଛତ୍ର ହୋଇଯାଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ ସମେତ ବିଶ୍ୱ ଓଡ଼ିଶା ପାଇଁ ଶୋକ ପ୍ରକାଶ କରାଯାଇଛି। 

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଟ୍ୱିଟ କରି କହିଛନ୍ତି, “ଭାରତରେ ହୋଇଥିବା ଟ୍ରେନ ଦୁର୍ଘଟଣା ଓ ଶତାଧିକ ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଏହି ଟ୍ରାଜେଡିରେ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।”

ତାଲିବାନର ସରକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି। ମନ୍ତ୍ରଣାଳୟ କହିଛି ଯେ “ଇସଲାମିକ ଏମିରାତ ଅଫ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତର ପୂର୍ବପ୍ରାନ୍ତ ଓଡ଼ିଶାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମର୍ମାହତ। ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ଲୋକଙ୍କ ପରିବାର ପ୍ରତି ମନ୍ତ୍ରଣାଳୟର ଗଭୀର ସହାନୁଭୂତି ରହିଛି।”

ଭାରତରେ ଅବସ୍ଥାପିତ ରୁଷ ଦୂତାବସ ପକ୍ଷରୁ ରାଷ୍ଟ୍ରପତି ପୁଟିନ ତାଙ୍କର ଶୋକବାର୍ତ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇ ଥିବା କୁହାଯାଇଛି। 

ଏମାନଙ୍କ ବ୍ୟତୀତ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ, ତୁର୍କୀ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶାଦା, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାରକେଟ୍ଟି, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପା କମଳ ଦହାଲ, ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲୀ ସାବରୀ, ଭୁଟାନ ପ୍ରଧାନମନ୍ତ୍ରୀ ଲୋଟାୟ ଟେଶରିଙ୍ଗ, ଇଟାଲୀର ଉପ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ ତାଞ୍ଜାନି, ମିଳିତ ଜାତିସଂଘ ସାଧାରଣ ପରିଷଦ ସଭାପତି କାସାବା କୋରୋସି, ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭୋନ ଡେର ଲିୟନ ଓ ତାଇୱାନା ରାଷ୍ଟ୍ରପତି ତସାଇ ଇଙ୍ଗ ୱେନ ମଧ୍ୟ ଓଡ଼ିଶା ଟ୍ରେନ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି।

Odisha Train Accident Train Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe